ବଡ଼ଦିନରେ ଜମିଲା ବଣଭୋଜି: ନାଚ, ଗୀତରେ ସପ୍ତଶଯ୍ୟା ଉତ୍ସବମୁଖର

ଢେଙ୍କାନାଳ ଅଫିସ,୨୬ା୧୨ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ ସବୁଜିମାମୟ ସପ୍ତଶଯ୍ୟାରେ ବୁଧବାର ବଡ଼ଦିନ ଅବସରରେ ବଣଭୋଜି ବେଶ୍‌ ଜମିଥିଲା। ଚଳିତବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ସପ୍ତଶଯ୍ୟାରେ ଭିଡ଼ ଜମାଇଥିଲେ। ବଣଭୋଜି ସାଙ୍ଗକୁ ସେମାନଙ୍କ ନାଚ, ଗୀତରେ ସପ୍ତଶଯ୍ୟାର ପରିବେଶ ଉତ୍ସବମୁଖର ହୋଇପଡିଥିଲା।
ଚଳିତବର୍ଷ ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ସପ୍ତଶଯ୍ୟା ପଞ୍ଚାୟତ ପକ୍ଷରୁ ବଣଭୋଜି ସ୍ଥଳକୁ ଅଧିକ ସଫାସୁତରା କରାଯିବା ସହ ବହୁ ପିଣ୍ଡି ନିର୍ମାଣ କରାଯାଇଥିଲା। ସେହିପରି ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମସ୍ଥଳ କାର୍ଯ୍ୟକ୍ଷମ ହୋଇଥିଲା। ସ୍ବତନ୍ତ୍ର ଭାବେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଫଳରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ ବି ବଣଭୋଜି ନିମନ୍ତେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ଚଳିତବର୍ଷ ଢେଙ୍କାନାଳ ଓ ଅନୁଗୋଳର ବିଭିନ୍ନ ଅଞ୍ଚଳ ସମେତ ବାରିପଦା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ବରଗଡ, ସମ୍ବଲପୁର, ବ୍ରହ୍ମପୁର ସହ ପଶ୍ଚିମବଙ୍ଗରୁ ବସ୍‌ ଏବଂ ଅନ୍ୟ ଗାଡ଼ି ଯୋଗେ ପର୍ଯ୍ୟଟକମାନେ ସପ୍ତଶଯ୍ୟା ଆସିଥିଲେ। ସେହିପରି ବିଭିନ୍ନ ସ୍କୁଲ, କଲେଜ ଛାତ୍ରୀଛାତ୍ର ମଧ୍ୟ ବଣଭୋଜିର ମଜା ନେଉଥିବା ଦେଖାଯାଇଥିଲା। ବଣଭୋଜି କରିବା ସହିତ ଯାତ୍ରୀମାନେ ପାହାଡ ଖୋଲରେ ଥିବା ଶ୍ରୀରଘୁନାଥ ଜୀଉଙ୍କୁ ଦର୍ଶନ କରିଥିଲେ। ସପ୍ତଶଯ୍ୟା ସରପଞ୍ଚ ଜେଶସ୍‌ ସାହୁ ନିଜେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ। ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ସଶସ୍ତ୍ର ପୋଲିସ ମଧ୍ୟ ମୁତୟନ କରାଯାଇଥିଲା। ସରପଞ୍ଚ କୁହନ୍ତି ଯେ, ସୋଲାର ବ୍ୟବସ୍ଥା ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ହେଉଛି। କିନ୍ତୁ ଘନ ଜଙ୍ଗଲ ଯୋଗୁ ସୂର୍ଯ୍ୟଙ୍କ କିରଣ ନ ପଡିଲେ ସୋଲାର ବ୍ୟବସ୍ଥା କାମ କରୁନାହିଁ। ତେଣୁ ସ୍ଥାୟୀ ବିଦ୍ୟୁତ୍‌ ବ୍ୟବସ୍ଥା ସହ ପାନୀୟ ଜଳ ସମସ୍ୟାର ସମାଧାନ କରାଗଲେ ପର୍ଯ୍ୟଟକଙ୍କ ପାଇଁ କୌଣସି ଅସୁବିଧା ରୁହନ୍ତା ନାହିଁ। ବଡଦିନରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିବାରୁ ଆସନ୍ତା ରବିବାର ଏବଂ ନୂଆବର୍ଷ ଦିନ ଆହୁରି ଅଧିକ ପର୍ଯ୍ୟଟକଙ୍କ ଭିଡ ହେବାର ସମ୍ଭାବନା ରହିଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri