ବଡ଼ଦିନରେ ଜମିଲା ବଣଭୋଜି: ନାଚ, ଗୀତରେ ସପ୍ତଶଯ୍ୟା ଉତ୍ସବମୁଖର

ଢେଙ୍କାନାଳ ଅଫିସ,୨୬ା୧୨ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳର ପର୍ଯ୍ୟଟନସ୍ଥଳୀ ସବୁଜିମାମୟ ସପ୍ତଶଯ୍ୟାରେ ବୁଧବାର ବଡ଼ଦିନ ଅବସରରେ ବଣଭୋଜି ବେଶ୍‌ ଜମିଥିଲା। ଚଳିତବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ସପ୍ତଶଯ୍ୟାରେ ଭିଡ଼ ଜମାଇଥିଲେ। ବଣଭୋଜି ସାଙ୍ଗକୁ ସେମାନଙ୍କ ନାଚ, ଗୀତରେ ସପ୍ତଶଯ୍ୟାର ପରିବେଶ ଉତ୍ସବମୁଖର ହୋଇପଡିଥିଲା।
ଚଳିତବର୍ଷ ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ସପ୍ତଶଯ୍ୟା ପଞ୍ଚାୟତ ପକ୍ଷରୁ ବଣଭୋଜି ସ୍ଥଳକୁ ଅଧିକ ସଫାସୁତରା କରାଯିବା ସହ ବହୁ ପିଣ୍ଡି ନିର୍ମାଣ କରାଯାଇଥିଲା। ସେହିପରି ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମସ୍ଥଳ କାର୍ଯ୍ୟକ୍ଷମ ହୋଇଥିଲା। ସ୍ବତନ୍ତ୍ର ଭାବେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଫଳରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ ବି ବଣଭୋଜି ନିମନ୍ତେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ଚଳିତବର୍ଷ ଢେଙ୍କାନାଳ ଓ ଅନୁଗୋଳର ବିଭିନ୍ନ ଅଞ୍ଚଳ ସମେତ ବାରିପଦା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ବରଗଡ, ସମ୍ବଲପୁର, ବ୍ରହ୍ମପୁର ସହ ପଶ୍ଚିମବଙ୍ଗରୁ ବସ୍‌ ଏବଂ ଅନ୍ୟ ଗାଡ଼ି ଯୋଗେ ପର୍ଯ୍ୟଟକମାନେ ସପ୍ତଶଯ୍ୟା ଆସିଥିଲେ। ସେହିପରି ବିଭିନ୍ନ ସ୍କୁଲ, କଲେଜ ଛାତ୍ରୀଛାତ୍ର ମଧ୍ୟ ବଣଭୋଜିର ମଜା ନେଉଥିବା ଦେଖାଯାଇଥିଲା। ବଣଭୋଜି କରିବା ସହିତ ଯାତ୍ରୀମାନେ ପାହାଡ ଖୋଲରେ ଥିବା ଶ୍ରୀରଘୁନାଥ ଜୀଉଙ୍କୁ ଦର୍ଶନ କରିଥିଲେ। ସପ୍ତଶଯ୍ୟା ସରପଞ୍ଚ ଜେଶସ୍‌ ସାହୁ ନିଜେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ। ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ସଶସ୍ତ୍ର ପୋଲିସ ମଧ୍ୟ ମୁତୟନ କରାଯାଇଥିଲା। ସରପଞ୍ଚ କୁହନ୍ତି ଯେ, ସୋଲାର ବ୍ୟବସ୍ଥା ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ହେଉଛି। କିନ୍ତୁ ଘନ ଜଙ୍ଗଲ ଯୋଗୁ ସୂର୍ଯ୍ୟଙ୍କ କିରଣ ନ ପଡିଲେ ସୋଲାର ବ୍ୟବସ୍ଥା କାମ କରୁନାହିଁ। ତେଣୁ ସ୍ଥାୟୀ ବିଦ୍ୟୁତ୍‌ ବ୍ୟବସ୍ଥା ସହ ପାନୀୟ ଜଳ ସମସ୍ୟାର ସମାଧାନ କରାଗଲେ ପର୍ଯ୍ୟଟକଙ୍କ ପାଇଁ କୌଣସି ଅସୁବିଧା ରୁହନ୍ତା ନାହିଁ। ବଡଦିନରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିବାରୁ ଆସନ୍ତା ରବିବାର ଏବଂ ନୂଆବର୍ଷ ଦିନ ଆହୁରି ଅଧିକ ପର୍ଯ୍ୟଟକଙ୍କ ଭିଡ ହେବାର ସମ୍ଭାବନା ରହିଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri