ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା ବଡଦାଣ୍ଡ। ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ରଥ ସମ୍ମୁଖରେ ବିଭିନ୍ନ ବେଶଧାରୀମାନେ ନୃତ୍ୟ ପରିବେଶଣ କରି ଶ୍ରଦ୍ଧାଳୁମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲେ।
ଶ୍ରୀକୃଷ୍ଣବେଶଧାରୀ ପ୍ରଦୀପ
ବ୍ରହ୍ମପୁର ଗୋସାଇଁ ନୂଆଗଁ। ଗୋକୁଳଧାମରେ ସେବାୟତ ଭାବେ କାର୍ଯ୍ୟରତ ଯୁବ କୃଷ୍ଣପ୍ରେମୀ ପ୍ରଦୀପ ପାତ୍ର। ଶରଧାବାଲିରେ ତିନି ରଥ ଆଗରେ କୃଷ୍ଣବେଶ ଧାରଣ କରିଥିବାରୁ ପ୍ରଦୀପ ବେଶ୍‌ ବାରି ହୋଇପଡ଼ୁଥିଲେ। କିଏ ତାଙ୍କ ସହିତ ସେଲଫ୍‌ି ନେଉଥିଲା ତ, ଆଉ କିଏ ହାତ ଯୋଡି ପ୍ରଣାମ କରୁଥିଲା। ପିଲାବେଳୁ ଏକ ଆଧ୍ୟାତ୍ମିକ ପରିବେଶରେ ବଢିଥିବା ପ୍ରଦୀପ ଗତ ୮ବର୍ଷ ହେବ ବାହୁଡାରେ ପୁରୀ ଆସୁଛନ୍ତି। ସେ କୁହନ୍ତି, ମହାପ୍ରଭୁଙ୍କୁ ପ୍ରଥମ କରି ଦର୍ଶନ କରିବା ପରେ ତାଙ୍କ ମୋହରେ ପଡିଯାଇଥିଲି। ଏଠାରେ ଅପୂର୍ବ ଆନନ୍ଦ ମିଳେ। ଲୀଳାମୟ ଠାକୁରଙ୍କ ଡୋରି ମୋତେ ଏଠାକୁ ଟାଣିଆଣିଥାଏ।
ଆକର୍ଷଣ ସାଜିଲେ କୁନି ଦୁର୍ଗା
ମହାପ୍ରଭୁଙ୍କ ପହଣ୍ଡି ସମୟରେ ବହୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ। ଏମାନଙ୍କ ମଧ୍ୟରେ ଆକର୍ଷଣ ସାଜିଥିଲେ ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣଙ୍କ ୫ବର୍ଷର କୁନି ଝିଅ ଅଭିଲିପ୍ସା। କୁନି କାନ୍ଧରେ ସାହିଯାତର ପାରମ୍ପରିକ ଦୁର୍ଗାମେଢ଼ ଧାରଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ଦୁର୍ଗା ରୂପରେ ଅଭିଲିପ୍ସାଙ୍କ ନୃତ୍ୟାଭିନୟ ଅଗଣିତ ଭକ୍ତଙ୍କୁ ଆକର୍ଷିତ କରିଥିଲା। ଶରଧାବାଲିରେ ତାଙ୍କ ନୃତ୍ୟାଭିନୟ କୋଟି କୋଟି ଭକ୍ତଙ୍କୁ ବିମୋହିତ କରିଥିଲା।
ଭାଇଭଉଣୀ ପାଲଟିଲେ ରାମସୀତା
ତାଲଚେରରୁ ଆସିଛନ୍ତି ଶିବାନନ୍ଦ ସାହୁ ଓ ତାଙ୍କ ଭଉଣୀ ଶୁଭଲକ୍ଷ୍ମୀ। ଗତ କିଛି ବର୍ଷ ଧରି ସମ୍ପର୍କୀୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀକୃଷ୍ଣ ମେହରଙ୍କ ସହିତ ଭାଇ ଭଉଣୀ ବାହୁଡା ସମୟରେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ଭାଇ ଶ୍ରୀରାମ ଏବଂ ଭଉଣୀ ସୀତା ରୂପରେ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ଶ୍ରୀକୃଷ୍ଣ ନିଜକୁ ହନୁମାନ ବେଶରେ ସଜାଇ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ସେ କୁହନ୍ତି, ହନୁମାନ ଯେପରି ଶ୍ରୀରାମଙ୍କ ଜଣେ ଅନନ୍ୟ ଭକ୍ତ, ମୁଁ ସେପରି କାଳିଆ ଠାକୁରଙ୍କ ଜଣେ ସାଧାରଣ ଭକ୍ତ। କାଳିଆର ଡୋରି ମୋତେ ଏଠାକୁ ଟାଣି ଆଣିଥିଲା। ମୁଁ ଜଣେ ରାମ ଭକ୍ତ। ମହାପ୍ରଭୁଙ୍କୁ ଶ୍ରୀରାମ ରୂପରେ ଦର୍ଶନ କରିଥାଏ। ଏଣୁ ନିଜକୁ ହନୁମାନ ବେଶରେ ସଜାଇ ଭକ୍ତ ଭାବେ ତାଙ୍କ ନିକଟକୁ ଆସିଥାଏ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri