ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଭାଙ୍ଗିଲେ ଘର, ଶୀତ କାକରରେ ବାସନ୍ଦ ପରିବାର

ରଣପୁର, ୭।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦିଆଯାଇଛି। ଏପରି କି ତାଙ୍କ ଘରୁ ୭ ହଜାର ଟଙ୍କା ସମେତ ଗୃହ ଉପକରଣ ଲୁଟ୍‌ କରାଯାଇଛି। ଏହି ଘରଭଙ୍ଗା କାର୍ଯ୍ୟରେ ମହିଳା, ପୁରୁଷଙ୍କ ସମେତ ଛୋଟପିଲା ସାମିଲ ଥିବାର ଏକ ଭିଜୁଆଲ ଭାଇରାଲ ହୋଇଛି। ଘଟଣା ସମ୍ପର୍କରେ ଭଗବାନ ରଣପୁର ଥାନା ଆଇଆଇସିଙ୍କୁ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପାଇଁ ଦର୍ପନାରାୟଣପୁର ଫାଣ୍ଡିକୁ ଅଭିଯୋଗକାରୀଙ୍କୁ ପଠାଇ ଦିଆଯାଇଥିଲା। ଅନ୍ୟପକ୍ଷେ ବଜ୍ରକୋଟର ମକଦ୍ଦମା ରଣପୁର ଥାନାରେ ରୁଜୁ ହେଉଥିବାବେଳେ ତାଙ୍କୁ ଦର୍ପନାରାୟଣପୁର ପଠାଯିବା କାରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଜ୍ରକୋଟଠାରୁ ରଣପୁର ଦୂରତା ୪କିମି ହୋଇଥିବାବେଳେ ଦର୍ପନାରାୟଣପୁରର ଦୂରତା ୯କିମି। ଅନ୍ୟପକ୍ଷେ ଗଁ।ରେ ଏକ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ସରକାରୀ ସ୍ତରରେ ମାପଚୁପ କରାଯାଇ ଜାଗା ଚିହ୍ନଟ ଶେଷ ହୋଇଥିଲା। ଏଥିପାଇଁ କିଛି ଘରକୁ ବି ଭଙ୍ଗାଯାଇଥିଲା। ଭଗବାନଙ୍କ ଘର ଏହି ମାପଚୁପରେ ଆସି ନ ଥିଲା। ତେବେ ରାସ୍ତା ଯିବ କହି ତାଙ୍କ ଘର ଭାଙ୍ଗିବାକୁ କୁହାଯାଇଥିଲା। ରାସ୍ତା ନ ଯାଇ କାହିଁକି ଘର ଭାଙ୍ଗିବି ବୋଲି ଭଗବାନ ଗ୍ରାମବାସୀଙ୍କ ସହ ଯୁକ୍ତି ବାଢ଼ିବାରୁ ଏ ନେଇ କଙ୍ଗାରୁ କୋର୍ଟ କରାଗଲା। ତାଙ୍କ ପରିବାରକୁ ଗଁ।ରୁ ବାସନ୍ଦ କରାଗଲା। ଦଣ୍ଡସ୍ବରୂପ ତାଙ୍କ ଘର ମଧ୍ୟ ଭଙ୍ଗାଗଲା। ଆଗକୁ ଆଗେଇଲେ ପରିସ୍ଥିତି ଭଲ ହେବ ନାହିଁ ବୋଲି ଧମକ ମିଳିଥିଲା। ପୋଲିସରେ ଅଭିଯୋଗ କଲେ ସୁଫଳ ମିଳିବନି ବୋଲି ସେମାନେ କହିଥିଲେ। ଭଗବାନ ଥାନାକୁ ଯିବା ପରେ ପୋଲିସ ନ ଶୁଣିବା ତା’ର ଏକ ପ୍ରମାଣ ବୋଲି ସେ କହିଛନ୍ତି। ଅନ୍ୟପଟେ ଗଁ। ଲୋକଙ୍କ ସହ ଏକା ସ୍ବରରେ ପୋଲିସ କହିଛି ଯେ ଭଗବାନ ମଦ ବ୍ୟବସାୟ କରିବା ଯୋଗୁ ଗଁ। ଲୋକେ ତାଙ୍କ ଘର ଭାଙ୍ଗିଦେଇଛନ୍ତି, ଯାହା ତଦନ୍ତସାପେକ୍ଷ। ଏବେ ଭଗବାନଙ୍କ ପରିବାର ଗଛତଳେ ଆଶ୍ରୟ ନେଇଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ଘଟଣା ସମ୍ପର୍କରେ ଶରଣକୁଳ ଏସ୍‌ଡିପିଓ ଏସ୍‌. ଟପୋଙ୍କ ସୂଚନା ଅନୁସାରେ ମଦ ବିକ୍ରି ଯୋଗୁ ଗଁ। ଲୋକ ଘର ଭାଙ୍ଗିଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ତେବେ ମାମଲା ରୁଜୁ ହୋଇନି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri