ବଜାରରେ ଗହମ ସଙ୍କଟ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ):ବଜାରରେ ଗହମ ସଙ୍କଟ ଦେଖାଦେଇଛି। ଗତ ୧୦ ମାସ ହେବ ଗହମ ମିଳୁନାହିଁ। ଏଥିଯୋଗୁ ଅଟା, ମଇଦା, ସୁଜି ସମେତ ଗହମରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦର ବଢ଼ିଯାଇଛି। ପ୍ରତ୍ୟେକ ସାମଗ୍ରୀରେ କିଲୋଗ୍ରାମ ପ୍ରତି ୫ରୁ ୬ ଟଙ୍କା ବଢ଼ିଯାଇଛି। କେନ୍ଦ୍ର ସରକାର ଯୋଗାଇ ଦେଉ ନ ଥିବାରୁ ରାଜ୍ୟରେ ଗହମ ସଙ୍କଟ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ଖାଉଟି ଉଚ୍ଚ ଦରରେ ଗହମ ଓ ଅଟା କିଣୁଥିବା ବେଳେ ରାଜ୍ୟରେ ଥିବା ଅଟା ମିଲରମାନେ ମଧ୍ୟ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଗହମ ଅଭାବରୁ ଅନେକ ମିଲର ନିଜ ମିଲ୍‌ ବିକ୍ରି କରିବାକୁ ଚିନ୍ତା କଲେଣି।
ବଜାରରେ ଗହମରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦର ସନ୍ତୁଳନ ରଖିବାକୁ କେନ୍ଦ୍ର ସରକାର ଖୋଲା ବଜାର ବିକ୍ରି ତଥା ଓପନ ମାର୍କେଟ ସେଲ୍‌ (ଓଏମ୍‌ଏସ୍‌) କାର୍ଯ୍ୟକାରୀ କରୁଛନ୍ତି। ଏହି ସ୍କିମ୍‌ ଜରିଆରେ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ମିଲରମାନଙ୍କୁ ସୁଲଭ ମୂଲ୍ୟରେ ଗହମ ଯୋଗାଇ ଦେଇଥାଏ। ମାତ୍ର ଗତ ଫେବୃୟାରୀରୁ ଏଫ୍‌ସିଆଇ ଓଏମ୍‌ଏସ୍‌ ଜରିଆରେ ଆଉ ଗହମ ଯୋଗାଇ ଦେଉନାହିଁ। ଗହମ ଅଭାବରୁ ଏହି ଯୋଜନା ଚଳିତ ବର୍ଷ ବନ୍ଦ ହୋଇଯାଇଥିବା ଏଫ୍‌ସିଆଇ ପକ୍ଷରୁ କୁହାଯାଇଛି। ମାତ୍ର ଖୁଚୁରା ବଜାରରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଗହମକୁ ନିଜ କବ୍‌ଜାକୁ ନେଇ ଚଢ଼ାଦରରେ ବିକ୍ରି କରୁଛନ୍ତି। ଘରୋଇ କମ୍ପାନୀଗୁଡ଼ିକୁ ଅନୁକମ୍ପା ଦେଖାଇ ଏଫ୍‌ସିଆଇ ଓଏମ୍‌ଏସ୍‌ ବନ୍ଦ କରିଥିବା ବ୍ୟବସାୟୀମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜ୍ୟକୁ ମାସିକ ୧୭ ହଜାର ଟନ୍‌ ଗହମ ଆବଶ୍ୟକ ହୋଇଥାଏ। ଏଫ୍‌ସିଆଇରୁ ଅଟା ମିଲରମାନେ କ୍ରୟ କରି ଅଟା, ମଇଦା, ସୁଜି ଆଦି ଯୋଗାଇ ଦିଅନ୍ତି। ଏଫ୍‌ସିଆଇରୁ ଗହମ କୁଇଣ୍ଟାଲ ପିଛା ୨୨୦୦ରୁ ୨୪୦୦ ଟଙ୍କାରେ ମିଳୁଥିବା ବେଳେ ଗହମ ଅଭାବ ଯୋଗୁ କୁଇଣ୍ଟାଲ ଦର ୨୯୦୦ରୁ ୩ ହଜାର ଟଙ୍କା ହୋଇଛି। ଦର ବଢ଼ିଥିଲେ ମଧ୍ୟ ବଜାରରେ ଗହମ ଉପଲବ୍ଧ ହେଉନାହିଁ। ଗହମ ସଙ୍କଟ ଯୋଗୁ ରାଜ୍ୟରେ ଥିବା ୪୦ ଅଟା ମିଲ୍‌ ଅଚଳ ହେବାକୁ ବସିଲାଣି। ଚଢ଼ା ଦରରେ ବହୁ କଷ୍ଟରେ ଅନ୍ୟ ରାଜ୍ୟରୁ ୫ରୁ ୬ ହଜାର ଟନ ଆଣି କାମ ଚଳାଯାଉଛି।
ଅନ୍ୟପକ୍ଷରେ ଗତ ଜୁନରୁ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ମିଳୁନାହିଁ। ୨୦୨୩ ମାର୍ଚ୍ଚ ଯାଏ ଗହମ ମିଳିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗହମ ଅଭାବ ଯୋଗୁ ହିତାଧିକାରୀମାନେ ବଜାରରୁ ଚାହିଁଲେ ମଧ୍ୟ ପାଇବେ ନାହିଁ। ଚଢ଼ା ଦରରେ ଅଟା କିଣି ଖାଇବାକୁ ବାଧ୍ୟ ହେଉଛନ୍ତି। ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କ ମଧ୍ୟରୁ ୧୪% ଲୋକ ଗହମ ନେଉଥିବା ବେଳେ ୮୬% ଚାଉଳ ନେଉଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ମାସିକ ୨୪,୭୦୦ ମେଟ୍ରିକ ଟନ ଗହମ ଯୋଗାଇ ଦେଉଛନ୍ତି। ଗହମ ନେଉଥିବା ହିତାଧିକାରୀ ଭୁବନେଶ୍ୱରର ଟଙ୍କଧର ସାହୁ କହିଛନ୍ତି, ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ। ରୁଟି ଖାଇବା ଜରୁରୀ ହୋଇପଡ଼ିଲାଣି। ଗହମ ମିଳୁ ନ ଥିବାରୁ ଉଚ୍ଚ ଦରରେ ବଜାରରୁ ଅଟା କିଣି ଖାଇବା କଷ୍ଟକର ହେଉଛି। କେନ୍ଦ୍ର ସରକାର ପୂର୍ବରୁ ଯେମିତି ଗହମ ଯୋଗାଇ ଦେଉଥିଲେ ଏବେ ସେମିତି ଯୋଗାଇ ଦିଅନ୍ତୁ। ସମସ୍ତଙ୍କୁ ଚାଉଳ ନେବାକୁ ବାଧ୍ୟ କରିବା ଠିକ୍‌ ନୁହେଁ ।
ଭୁବନେଶ୍ୱର ୟୁନିଟ-୧ ହାଟର ବ୍ୟବସାୟୀ ଦିନେଶ ପାତ୍ର କହିଛନ୍ତି, ଗତ ୨/୩ ମାସ ହେବ ଗହମ, ଅଟା, ମଇଦା, ସୁଜି ଇତ୍ୟାଦି ଦର ବଢ଼ିଚାଲିଛି। କୁଇଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଛି। ଗତ ମାସେ ହେବ ପ୍ରତିଦିନ ଏହିସବୁ ସାମଗ୍ରୀର ଦର କିଲୋ ପିଛା ୫୦ ପଇସାରୁ ୧ ଟଙ୍କା ବଢ଼ିଚାଲିଛି। ଶୀତଦିନ ଆସୁଥିବାରୁ ରୁଟିର ଚାହିଦା ବଢ଼ିବ। ତଦନୁଯାୟୀ ଦର ମଧ୍ୟ ବଢ଼ିବ, ଯାହାକି ଗ୍ରାହକଙ୍କ ଉପରେ ଚାପ ପକାଇବ। ସରକାର ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
ସର୍ବଭାରତୀୟ ରୋଲର ଫ୍ଲାୱାର ମିଲର ଫେଡେରେଶନର ଓଡ଼ିଶା ସଦସ୍ୟ ସୁବାସ ଗୁପ୍ତା କହିଛନ୍ତି, ଗହମ ଯୋଗାଇ ଦେବାକୁ ଫେଡେରେଶନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ଥର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ର ସରକାରଙ୍କୁ ଗହମ ସଙ୍କଟ ବିଷୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଆମେ ଜଣାଇଛୁ। ମାତ୍ର ଉଭୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ସରକାର ତୁରନ୍ତ ଗହମ ଯୋଗାଇ ନ ଦେଲେ ଓଡ଼ିଶାରେ ଥିବା ୭୦ ଭାଗ ଅଟା ମିଲ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗହମ ଯୋଗାଇବା ଏଫ୍‌ସିଆଇର କାମ। ରାଜ୍ୟ ସରକାରଙ୍କ ସେଥିରେ କିଛି ଭୂମିକା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ୟା ସମାଧାନ ପରିବର୍ତ୍ତେ ମୌନ ରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri