ବଜାର ନିୟନ୍ତ୍ରଣ କମିଟିର ଚଞ୍ଚକତା ଅଭିଯୋଗ: ଟ୍ୟାକ୍ସ ଫାଙ୍କୁଛନ୍ତି ବାହାର ବ୍ୟବସାୟୀ

ଦାରିଙ୍ଗବାଡ଼ି,୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ କାର୍ଯ୍ୟ କରୁଥିବା ନିୟନ୍ତ୍ରିତ ବଜାର କମିଟି (ରାଇକିଆ) ପକ୍ଷରୁ ଅଞ୍ଚଳରେ ଚଞ୍ଚକତା କରାଯାଉଥିବା ଶନିବାର ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ବଜାର କମିଟି ପକ୍ଷରୁ ହଳଦୀ, ଚାଉଳ ଆଦି ଟ୍ରକ ଏବଂ ଗୋଦାମରୁ ମାର୍କେଟିଂ (ରାଜସ୍ବ) ଆଦାୟ କରାଯାଉଛି । ମାତ୍ର ଜିଲା ବାହାରୁ ଦାରିଙ୍ଗବାଡ଼ିକୁ ଆସୁଥିବା କିଛି ଟ୍ରକରୁ ରାଜସ୍ବ ଆଦାୟ ବଦଳରେ ତାଙ୍କଠାରୁ କିଛି ଉତ୍କଚ ନେଇ ଛାଡ଼ିଦିଆଯାଉଥିବା ଅଭିଯୋଗରେ ଦର୍ଶାଯାଇଛି।
ଶୁକ୍ରବାର ବୌଦ୍ଧ ଜିଲାରୁ ଏକ ୧୫ଟନ୍‌ ଚାଉଳ ବୋଝେଇ ଟ୍ରକ ସମେତ ଏକ ମିନି ଟ୍ରକ ସୋରଡ଼ାରୁ ଆସିଥିବା ୪ଟନ୍‌ ଚାଉଳର ରାଜସ୍ବ ଆଦାୟ ନ କରି ତାଙ୍କଠାରୁ ଚଞ୍ଚକତା କରି କିଛି ଉତ୍କଚ ନେଇ ଜଣେ କର୍ମଚାରୀ ଛାଡ଼ିଦେଇଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତିା ଏଭଳି ହେଲେ ଦାରିଙ୍ଗବାଡ଼ି ବ୍ୟବସାୟୀମାନେ ବଜାର ନିୟନ୍ତ୍ରଣ କମିଟିର ଅଧ୍ୟକ୍ଷଙ୍କୁ ଜଣାଇବୁ ବୋଲି ସେମାନେ କହିଛନ୍ତି ।
ଏ ନେଇ ଦାରିଙ୍ଗବାଡ଼ି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କରାଯାଇଥିବା ଭେଣ୍ଡି ଜୋନର ଦାୟିତ୍ୱରେ ରହିଥିବା ଅଧିକାରୀ ରମେଶ ଚନ୍ଦ୍ର ସ୍ବାଇଁ କହିଛନ୍ତିଯେ, ବୌଦ୍ଧ ଜିଲାରୁ ଯେଉଁ ଚାଉଳ ବୋଝେଇ ଟ୍ରକ ଶୁକ୍ରବାର ଆସିଥିଲା ସେମାନେ ଧାନ କିଣା ବେଳେ ସେଠାରେ ରାଜସ୍ବ ପ୍ରଦାନ କରିଥିଲେ ତେବେ ସେମାନେ କୌଣସି ରସିଦ ଦେଖେଇ ନ ଥିଲେ ମଧ୍ୟ ଆସନ୍ତା ଦିନରେ ରସିଦ ଦେଖେଇବା ପାଇଁ କୁହାଯାଇ ଛଡ଼ାଯାଇଥିବା କହିଛନ୍ତି । ଏଥି ସହ ସୋରଡ଼ା ଅଞ୍ଚଳରୁ କୌଣସି ଚାଉଳ ଟ୍ରକ ଆସିଥିବା ତାଙ୍କ ନଜରକୁ ଆସି ନ ଥିବା କହିଛନ୍ତି । ଏ ନେଇ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ବୌଦ୍ଧ ଜିଲାରୁ ଟ୍ରକରେ ଚାଉଳ ଆସିଥିବା ଖବର ରହିଥିବା ସ୍ବୀକାର କରିବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri