ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ସାଙ୍ଗ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପାତାଳସିଙ୍ଗି ଗ୍ରାମର ଅଭିମନ୍ୟୁ ବିଶୋୟୀ।
ପ୍ରକାଶ ଯେ, ଅଭିମନ୍ୟୁ ଓ ସେହି ଗ୍ରାମର ପ୍ରକାଶ ଗୌଡ ୨ ସାଙ୍ଗ। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଉଭୟଙ୍କ ମଧ୍ୟରେ କାଠ ବେପାରକୁ ନେଇ ଗଁା ଦାଣ୍ଡରେ ବଚସା ହୋଇଥିଲା। ପରେ ପ୍ରକାଶ ରାଗିଯାଇ ଏକ କାତିଆଣି ଅଭିମନ୍ୟୁଙ୍କ ବେକରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଗଁାରେ ପହଞ୍ଚତ୍ ପ୍ରକାଶଙ୍କୁ ଧରି ଥାନାକୁ ଆଣିବା ସହ ତଦନ୍ତ ଚଳାଇଛନ୍ତି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri