ସଜନାଗଡ଼,୧୩।୨(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ ପରିବାର ସହ ପାହାଡ଼ର ପ୍ରାକୃତିକ ପରିବେଶକୁ ଉପଭୋଗ କରି ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ନିଖୋଜ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ନଦିଆ ଜିଲା ଅଧୀନ କଲ୍ୟାଣୀ ଗ୍ରାମର ଅରିନ୍ଦମ ମୁଖାର୍ଜୀ ତାଙ୍କ ପରିବାର ଓ ବନ୍ଧୁଙ୍କୁ ନେଇ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ୧୦ତାରିଖରେ ବୁଲି ଆସିଥିଲେ। ତାଙ୍କ ସହ ସ୍ତ୍ରୀ ଝୁମ୍ପା ମୁଖାର୍ଜୀ, ପୁତ୍ର ସରୋଦୀପ ଏବଂ ଅରିନ୍ଦମଙ୍କ ସାଙ୍ଗ ସୌରଭନାଥ ଓ ତାଙ୍କ ସ୍ତ୍ରୀ ରିପୁଲ ଦାସ ସାଥିରେ ଥିଲେ। ପଞ୍ଚଲିଙ୍ଗେଶ୍ୱରରେ ସେମାନେ ପହଞ୍ଚି ଏକ ହୋଟେଲ୍ରେ ରହିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ଅରିନ୍ଦମଙ୍କ ତାଙ୍କ ସହ ଅନ୍ୟ ୪ଜଣଙ୍କୁ ନେଇ ଶୈବପୀଠକୁ ବୁଲି ଯାଇଥିଲେ। ଭ୍ରମଣ କରି ଫେରୁଥିବାବେଳେ ଅରିନ୍ଦମ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅରିନ୍ଦମଙ୍କୁ ବହୁତ ଖୋଜିଥିଲେ। ଖୋଜିବାରେ ସଫଳ ନ ହେବାରୁ ସେଠାରୁ ଫେରି ଆସି ହୋଟେଲ ମାଲିକଙ୍କ ସହ ଆଲୋଚନା କରି ମଙ୍ଗଳବାର ଅପରାହ୍ନରେ ଫରେଷ୍ଟ ଏବଂ ଥାନାକୁ ଖବର ଦେବା ସହିତ ସନ୍ଧ୍ୟାରେ ପୁଣି ଖୋଜାଖୋଜି କରି ନିରାଶ ହୋଇ ଫେରିଥିଲେ। ବୁଧବାର ପୂର୍ବାହ୍ନରେ ପରିବାରବର୍ଗ ପ୍ରଶାସନ ସହାୟତାରେ ଖୋଜୁଥିଲେ। ଅରିନ୍ଦମ ରାତିରେ ଜଙ୍ଗଲରେ ରହିଥିବାବେଳେ ସୂର୍ଯ୍ୟୋଦୟ ପରେ ଆଗକୁ ଯାଇ କୁଲଡ଼ିହା ପାଦଦେଶର ବାବନ୍ଧ ଅଞ୍ଚଳର ଡେଉଁଖୋଲରେ ପହଞ୍ଚିଥିଲେ। ସେଠାକାର ଲୋକଙ୍କ ସହ ବାଟ ହୁଡ଼ି ଯାଇଥିବା ଜଣାଇବା ସହ ଗ୍ରାମବାସୀଙ୍କ ମୋବାଇଲ୍ରୁ ପରିବାରବର୍ଗଙ୍କୁ ଫୋନ୍ କରି ଏବିଷୟରେ ଅବଗତ କରିଥିଲେ। ପରେ ପରିବାରବର୍ଗ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହୋଟେଲ୍କୁ ଆଣିଥିଲେ।
ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ
ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍…
ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍, ପଛରୁ ପିଟିଲା ଆଉ ଏକ ଟ୍ରକ୍, ଚାପିହୋଇଗଲେ ୩ ଜଣ
ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…
ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..
ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…
ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…
ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
Archives

