ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୩୦-୮(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅଧୀନସ୍ତ ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ସମିଆ ପଞ୍ଚାୟତର ୭ମାଣ ଗ୍ରାମର ରାଜୁ ବାଲମୁଖୀ (୨୨)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୮/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ରାଜୁ ବୁଧବାର ଅପରାହ୍ନରେ ବଗପାଳ ବନ୍ଧ ନିକଟରେ ଧାନ ଜମିକୁ ଦେଖିବା ପାଇଁ ଯାଇଥିଲେ। ମାତ୍ର ରାତ୍ରିରେ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସକାଳୁ ବଗପାଳ ଡ୍ୟାମ୍ପରେ ରାଜୁର ମୃତଦେହ ଭାସୁଥିବା ଦେଖି ବୈରୀ ପୋଲିସକୁ ଖବର ଦେଇଥିଲେ। ଥାନା ସବ୍‌ଇନ୍‌ସ୍ପେକ୍ଟର ବିଶ୍ୱଜିତ୍‌ ବିଶ୍ୱାଳ, ଏଏସ୍‌ଆଇ ଅନୀଲ ସାହୁ ଘଟଣା ସ୍ଥଳରେ ପହଞ୍ଚତ୍ ମୃତ ଦେହ ଉଦ୍ଧାର କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲ ହତ୍ୟା ଘଟଣା: ୫ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ଭୁବନେଶ୍ୱର,୨୯।୬: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଘଟଣାର ରାୟ ଆସିଛି। ଦୋଷୀ ରାକେଶ ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ ରାକେଶଙ୍କ ସହଯୋଗୀ ଅମରେଶ ରାଉତକୁ ୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri