Posted inUncategorized

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ମଧ୍ୟାହ୍ନ ପରେ ମିଳୁନି ସେବା

ବଇଣ୍ଡା, ୧।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ପାଇପାରୁନାହାନ୍ତି ଅଞ୍ଚଳବାସୀ। ଡାକ୍ତର ସକାଳୁ ୨ରୁ ୩ ଘଣ୍ଟା ରହି ପଳାଉଛନ୍ତି। ମଧ୍ୟାହ୍ନ ୧୨ଟା ପରେ ଆଉ ଡାକ୍ତରଙ୍କ ଦେଖାମିଳୁନି। ଫଳରେ ଏହା ଉପରେ ନିର୍ଭର କରୁଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ହନ୍ତସନ୍ତ ହେଉଛନ୍ତି। ଏ ନେଇ ବଇଣ୍ଡା ଗ୍ରାମବାସୀ ବୁଧବାର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନୁନୁକାପଶି, ଲୁହାମୁଣ୍ଡା, ଗାଁ ବଇଣ୍ଡା, ପେଡିପଥର, ଜାମ୍ବୁନାଳୀ, କଣ୍ଟେଇକୁଳିଆ ଆଦି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ଏଠାରେ ଦୀର୍ଘଦିନ ଧରି ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ବହୁ ଅଭିଯୋଗ ଓ ଦାବି ପରେ କିଛି ମାସ ହେବ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏହା ପରେ ବି ପଞ୍ଚାୟତବାସୀଙ୍କ ସମସ୍ୟା ସମାଧାନ ହୋଇପାରିନି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଓ ଏମ୍‌ବିବିଏସ୍‌ ଡାକ୍ତର ଥିଲେ ମଧ୍ୟାହ୍ନ ପରେ ସେମାନଙ୍କ ଦେଖାମିଳୁନି। ସକାଳୁ ମାତ୍ର ୨/୩ ଘଣ୍ଟା ଚିକିତ୍ସା କରିବା ପରେ ଡାକ୍ତର ପଳାଇଯାଉଥିବା ଅଭିଯୋଗ ହୋଇଛି। ଫଳରେ ସ୍ବାସ୍ଥ୍ୟସେବା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ହେଉଛନ୍ତି। ଏହି ଅଞ୍ଚଳ ମ୍ୟାଲେରିଆ ପ୍ରବଣ ହୋଇଥିବାବେଳେ ପ୍ରତିଦିନ ରୋଗୀଙ୍କ ଭିଡ଼ ଜମୁଛି। ସେହିପରି ୫୫ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ପଡ଼ୁଥିବାବେଳେ ଅନେକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ଡାକ୍ତର ନ ଥିବାରୁ ସେମାନଙ୍କ ଚିକିତ୍ସା ହୋଇପାରୁନାହିଁ। ଦିନ ୧୨ଟା ପରେ ରୋଗୀ ଆସିଲେ ଜଣେ ଫାର୍ମାସିଷ୍ଟଙ୍କ ନିକଟରେ ଚିକିତ୍ସିତ ହୋଇ ଯାଉଛନ୍ତି। ସେହିପରି ରୋଗୀମାନଙ୍କୁ ଆବଶ୍ୟକ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଜୟନ୍ତ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଅନେକ ଡାକ୍ତରଖାନାରେ ଡାକ୍ତରମାନେ ରହୁ ନ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି। ଜିଲାର ସମସ୍ତ ଏସଡିଏମଓଙ୍କୁ ଏ ବାବାସରେ ଚିଠି କରାଯାଇଛି। ଘଟଣା ତଦନ୍ତ କରାଯିବା ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?