କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ

ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୩୦ମିନିଟ ପାଇଁ ହୋଇଥିବା ଝଡତୋଫାନରେ ମୁରିବାହାଲ-ଗୁଡିଘାଟ, ମୁରିବାହାଲ-ବଙ୍ଗୋମୁଣ୍ଡା, ମୁରିବାହାଲ-ଟିଟିଲାଗଡ ରାସ୍ତାରେ ବଡବଡ ଗଛ ଭାଙ୍ଗି ପଡିବା ଫଳରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ମୁରିବାହାଲ, ଜମୁନା, ଘୁଷୁରାମୁଣ୍ଡା, ବନବାହାଲ ପ୍ରଭୁତି ଗ୍ରାମରେ କାଳବୈଶାଖୀର ପ୍ରଭାବ ବିଶେଷ ଅନୁଭୂତ ହୋଇଥିଲା। ମୁରିବାହାଲ ଗ୍ରାମର ଶତାଧିକ ଘର ଭାଙ୍ଗିଥିବା ବେଳେ ବ୍ଲକ କଲୋନୀ ଓ ଷ୍ଟେଶନ ପଡାର ବହୁ ଲୋକଙ୍କ ଘର ବିଶେଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମୁରିବାହାଲ ରେଳୱେ ଷ୍ଟେଶନ ନିକଟରେ ଥିବା ବହୁ ପୁରୁଣା ଶାଗୁଆନ ଗଛ ଭାଙ୍ଗିପଡଛି । ମୁରିବାହାଲ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ପରିମଳ ବିଭାଗ, ଷ୍ଟେଶନ ବଜର, ଆଞ୍ଚଳିକ ବ୍ୟାଙ୍କ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ବଡ ବଡ ଗଛ ଭାଙ୍ଗି ପଡିଥିବାର ଦେଖିବାକୁ ମିଳିଛି। ଟିଟିଲାଗଡ ପଟରୁ ଆସିଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ୯ଗୋଟି ଖୁଣ୍ଟ ଚାଉଳଫୁପଡା-ପାତଳପଡା ଗ୍ରାମ ପର୍ଯ୍ୟନ୍ତ ତାର ଛିଣ୍ଡି ଯିବା ଫଳରେ ଶୁକ୍ରବାର ରାତିରୁ ବିଦ୍ୟୁତ ସେବା ବ୍ୟାହାତ ହୋଇଛି। ଏତତ୍‌ବ୍ୟତୀତ ମୁରିବାହାଲ ଦିନଦୟାଲ ଉପାଧ୍ୟାୟ ଓ ସ୍ବଭାଗ୍ୟ ଯୋଜନାର ବିଦ୍ୟୁତ ଖୁଣ୍ଟଗୁଡିକ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା ଯୋଗୁଁ ତାର ଛିଣ୍ଡି ଯାଇ ଝୁଲି ରହିଛି । ଫଳରେ ବିଦ୍ୟୁତ ସେବା ଆହୁରି ୨ ଦିନ ଲାଗିପାରେ ବୋଲି କନିଷ୍ଠ ଯନ୍ତ୍ରୀ ଶିବାନୀକାନ୍ତ ରଥ କହିଛନ୍ତି । ଅନ୍ୟପକ୍ଷରେ ମୁରିବାହାଲ ବଜାରପଡାଠାରେ ଥିବା ବିଏସଏନଏଲ ଟାୱାର ଭାଙ୍ଗି ନିକଟସ୍ଥ ଘର ଉପରେ ପଡି ରାସ୍ତା ଅବରୋଧ ହୋଇଛି। ଏଥିଯୋଗୁ ମୋବାଇଲ ସେବା ବ୍ୟାହାତ ହୋଇଛି। ସ୍ଥିତିକୁ ସ୍ବଭାବିକ କରିବାକୁ ଅଗ୍ନିଶମ, ବିଦ୍ୟୁତ, ଜଙ୍ଗଲ ବିଭାଗ ଓ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଛନ୍ତି । ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ପରେ ପ୍ରଭାବିତଙ୍କୁ ଅବିଳମ୍ବେ ସହାୟତା ପ୍ରଦାନ କରାଯିବ ବୋଲି ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri