ବଅଁରପାଳ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ : ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା

ବଅଁରପାଳ,୧୩।୭(ଡି.ଏନ.ଏ.) – ବଅଁରପାଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ୩ ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍ନରେ ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଭୁଜାଲି ଦେଖାଇ ଓ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ୨ଟି ମୋବାଇଲ, ନଗଦ ଟଙ୍କା, ନୂଆ ପ୍ୟାଣ୍ଟ ସାର୍ଟ ଥିବା ବ୍ୟାଗ ଧରି ଦୁର୍ବୃତ୍ତମାନେ ବାଇକ୍‌ରେ ଫେରାର ହୋଇଯାଇଛନ୍ତି। ଜନଗହଳି ସ୍ଥାନରେ ଏଭଳି ଲୁଟ୍‌ ବଅଁରପାଳ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରଥମ ଘଟଣାଟି ଘଟିଛି ବଅଁରପାଳ ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଗଣେଶ ବଜାରରେ। ଝଜିରିବାହାଳ ଗ୍ରାମର ଚିନ୍ତାମଣି ବେହେରା ବଜାରରେ ଦେଇଥିବା ହୋଟେଲରେ ତାଙ୍କ ପୁଅ ସତ୍ୟରଞ୍ଜନ ବସିଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିଥିଲେ। ସତ୍ୟରଞ୍ଜନ ବେଞ୍ଚ ଉପରେ ଦୁଇଟି ମୋବାଇଲ ରଖି ପାଖରେ ଥିବା ଡ୍ରମରୁ ପାଣି ପିଉଥିବା ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ କୌଶଳକ୍ରମେ ଆସି ଫୋନ ଦୁଇଟି ନେଇ ବାଇକ୍‌ରେ ଷ୍ଟାର୍ଟ କରି ଅପେକ୍ଷା କରିଥିବା ଅନ୍ୟ ଦୁଇ ଦୁର୍ବୃତ୍ତଙ୍କ ସହ ପଳାଇ ଯାଇଥିଲେ। ସତ୍ୟରଞ୍ଜନ ପିଛା କରିବାରୁ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ହଠାତ୍‌ ଏକ ତଉଲିଆରେ ଗୁଡାଇ ରଖିଥିବା ଭୁଜାଲି ବାହାର କରି ଭୟଭୀତ କରିଥିଲା। ପରେ ଦୁର୍ବୃତ୍ତମାନେ ଅନୁଗୋଳ ଅଭମୁଖେ ପଳାଇ ଯାଇଥିଲେ। ସେହିପରି ୫୫ ନଂ ଜାତୀୟ ରାଜପଥର ବନ୍ଦା ଆମ୍ବତୋଟା ପାଖରେ ଘଟିଛି ଅନ୍ୟ ଏକ ଲୁଟ୍‌ ଘଟଣା। କୁକଡାଙ୍ଗ ଗ୍ରାମର ଧରଣୀଧର ଶତପଥୀ ରାଜପଥ ପାର୍ଶ୍ୱରେ ପ୍ୟାଣ୍ଟ ସାର୍ଟ ଓ ଗଞ୍ଜି ବିକ୍ରି କରୁଥିବାବେଳେ ୩ ଦୁର୍ବୃତ୍ତ ହଠାତ୍‌ ସେଠାରେ ପହଞ୍ଚି ତାଙ୍କୁ ଭୁଜାଲିରେ ଆକ୍ରମଣ କରି ନଗଦ ୩,୬୦୦ ଟଙ୍କା, ପ୍ୟାଣ୍ଟ ଓ ସାର୍ଟ ଥିବା ଏକ ବ୍ୟାଗକୁ ଧରି ଅନୁଗୋଳ ଅଭିମୁଖେ ପଳାଇ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଗୁରୁତର ଧରଣୀଧରଙ୍କୁ ଉଦ୍ଧାର କରି ବଅଁରପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ନେଇ ଉଭୟ ସତ୍ୟରଞ୍ଜନ ଓ ଧରଣୀଧର ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri