Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ଗତ ଜାନୁୟାରୀରେ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ଜିତିଥିବା ୨୯ ବର୍ଷୀୟା ସାଇନା କ୍ୱାର୍ଟରରେ ବିଶ୍ୱର ୧୬ ନମ୍ବର ଖେଳାଳି କୋରିଆର ଏନ୍‌ ସେ ୟଙ୍ଗ୍‌ଠାରୁ ମାତ୍ର ୪୯ ମିନିଟ୍‌ରେ ପରାସ୍ତ ହୋଇଛନ୍ତି। ଗତ ଏପ୍ରିଲରେ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ ସେମିରେ ପ୍ରବେଶ କରିବା ପରେ ସେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟର କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପୂର୍ବରୁ ସେ ଚାଇନା, କୋରିଆ ଓ ଡେନମାର୍କ ଓପନ୍‌ର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ୨୦୧୨ରେ ସାଇନା ଏହି ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ଏେ ବ ସେ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସାରଲୋରଲକ୍ସ ଓପନ୍‌ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri