ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ରେ ଦେଉଥିଲେ ତଥ୍ୟ: ପାକିସ୍ତାନୀ ଏଜେଣ୍ଟ ହନି ଟ୍ରାପରେ ହିିଞ୍ଜିଳି ଯୁବକ

ହିିଞ୍ଜିଳିକାଟୁ,୯ା୧୧(ଡି.ଏନ.ଏ)- ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଫସି ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ୨ ଜଣ ଯବାନଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ଜଣେ ଯବାନ ଗଞ୍ଜାମ ଜିଲା ହିିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ସେ ହେଲେ ବିଚିତ୍ର ବେହେରା। ଖବର ପ୍ରକାଶ ପରେ ଗୁରୁବାର ରାତିରୁ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶୁକ୍ରବାର ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାଶ ବିଚିତ୍ରଙ୍କ ଘରକୁ ଯାଇ ତଦନ୍ତ ଚଳାଇଛନ୍ତି। ବିଚିତ୍ର ଏପରି କାର୍ଯ୍ୟ କରିଥିବା ତାଙ୍କ ମା’ ବାପା ବିଶ୍ୱାସ କରୁ ନାହାନ୍ତି ବୋଲି କହିଛନ୍ତି। ପ୍ରକାଶ ଯେ, ଆଙ୍କୋରଡ଼ା ନୂଆଁସାହି ବାସିନ୍ଦା କଂଗ୍ରେସ ବେହେରା ଓ ମନୁଙ୍କ ପୁଅ ବିଚିତ୍ର । ୨୦୧୩ରେ ବିଚିତ୍ର ଫାୟାରମ୍ୟାନ ଭାବେ ଚାକିରି କରିଥିଲେ। ୫ମାସ ପରେ ସେ ସେନାବାହିନିରେ ସିପାହୀ ଭାବେ ଯୋଗ ଦେଇଥିଲେ। ପୂର୍ବରୁ ଜମ୍ମୁ କଶ୍ମୀରରେ ସେନା ବାହିନୀରେ କାମ କରୁଥିବା ବେଳେ ବର୍ତ୍ତମାନ ରାଜସ୍ଥାନର ପୋଖରାନରେ ସେନା ବାହିନୀରେ କାମ କରୁଥିଲେ। ସେଠାରେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ସମ୍ପର୍କରେ ଆସି ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପଇସା ପାଇଁ ବିଚିତ୍ର ଏହା କରିଥିବା ଜଣାପଡ଼ିଛି। ଶୁକ୍ରବାର ଗ୍ରାମରେ ମା’ କାଳୁଆଙ୍କ ଯାତ୍ରା ଚାଲିଥିବାରୁ ବିଚିତ୍ର ଆସିବାର ଥିଲା। କିନ୍ତୁ ରାଜସ୍ଥାନ ପୋଲିସର ଇଣ୍ଟେଲିଜେନ୍ସ ବୁ୍ୟୁରୋ ଓ ରାଜ୍ୟ ସିଆଇଡିର ଯୁଗ୍ମ ତଦନ୍ତରେ ୨ଜଣ ଯବାନ ଗିରଫ ହୋଇଥିଲେ। ସେଥିରେ ଜଣେ ଲାନ୍ସ ନାଏକ ରବି ବର୍ମା ଓ ବିଚିତ୍ର ଥିଲେ। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି। ଏହା ଶୁଣି ବିଚିତ୍ରଙ୍କ ପରିବାର ଲୋକେ ଚିନ୍ତାଗ୍ରସ୍ତ ଅଛନ୍ତି। ଯାତ୍ରା କମିଟି ସଭାପତି ତଥା ପୂର୍ବତନ ପୌରାଞ୍ଚଚଳ ଉପାଧ୍ୟକ୍ଷ ସୁବାସ ପଲେଇ ଏହି ଘଟଣା ପରେ ଗ୍ରାମରେ ଦୁଃଖ ପ୍ରକାଶ ପାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri