ଫେରିଗଲା ନୂଆପୋଖରୀ ଉନ୍ନତୀକରଣ ଅନୁଦାନ: ଅଂଶୁପା ଢାଞ୍ଚାରେ ହେବ ବିକାଶ

ଢେଙ୍କାନାଳ ଅଫିସ, ୩।୧ – ପୌର ପରିଷଦର ଇଚ୍ଛାଶକ୍ତି ଅଭାବରୁ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ନୂଆ ପୋଖରୀ (ଭାଗୀରଥି ସାଗର) ଉନ୍ନତୀକରଣ ପାଇଁ ଆସିଥିବା ୨୭ ଲକ୍ଷ ଟଙ୍କା ଫେରିଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯିବା ପୌର ପ୍ରଶାସନର ଅପାରଗତାକୁ ପଦାରେ ପକାଇଥିବାବେଳେ ପୋଖରୀକୁ ନୂଆ ରୂପ ଦେବା ପାଇଁ ଏବେ ପ୍ରସ୍ତୁତ କରାଯାଇଛି ଯୋଜନା। ସୋମବାର ଅପରାହ୍ନରେ ବିଧାୟକ ସୁଧୀର କୁମାର ସାମଲ ପୋଖରୀ ପରିଦର୍ଶନ କରିଥିଲେ। ଜଳାଶୟଟି ପଙ୍କରେ ଭର୍ତ୍ତି ହୋଇ ରହିଛି। ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି। ଏଥିସହ ତୁରନ୍ତ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଅଂଶୁପା ହ୍ରଦ ଢାଞ୍ଚାରେ ଏହାର ବିକାଶ କରିବାକୁ ସେ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆ ପୋଖରୀର ବିକାଶ ଲାଗି ୨୦୧୯ ପ୍ରଥମାର୍ଦ୍ଧରେ ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଡ୍ରିଟ୍‌) ତରଫରୁ ତତ୍କାଳୀନ ଜିଲାପାଳଙ୍କ ସମୟରେ ୨୭ଲକ୍ଷ ଟଙ୍କା ମିଳିଥିଲା। ଏହି ଅର୍ଥରେ ପୋଖରୀ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ୱାକିଂପାଥ୍‌ କରିବା ଯୋଜନା ରହିଥିଲା। ହେଲେ ଅନୁଦାନ ଅର୍ଥର ସାମାନ୍ୟ ସଦୁପଯୋଗ କରାଯାଇପାରିନାହିଁ। ଫଳରେ ପୋଖରୀର ସିଂହଭାଗ ଦଳପଙ୍କରେ ଭର୍ତ୍ତି ହୋଇଛି। ସେହିପରି ଚାରିପଟେ ଆବର୍ଜନା ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏ ନେଇ ସ୍ଥାନୀୟ ଯୁବକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନୂଆପୋଖରୀ ବିକାଶ କଟକ ଜିଲା ଆଠଗଡ଼ ଉପଖଣ୍ଡରେ ଥିବା ଅଂଶୁପା ଢାଞ୍ଚାରେ ହେବ। ଅଂଶୁପା ହ୍ରଦରେ ପଙ୍କୋଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଥିବା ମେଶିନକୁ ଆଣି କାମରେ ଲଗାଯିବ। ଅଂଶୁପା ହ୍ରଦ ଉନ୍ନତୀକରଣ କରିଥିବା ନିର୍ବାହୀଯନ୍ତ୍ରୀଙ୍କ ସହ ପରାମର୍ଶ କରି ନୂଆପୋଖରୀ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଧାୟକ ପୌର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବାଦ୍‌ଦେଲେ ପୋଖରୀ ଚାରିପଟେ ତୁଠକୁ ଛାଡ଼ି ତାରବାଡ଼ ଲଗାଇବା, ପୂଜାର୍ଚ୍ଚନା ଲାଗି ଏକ ସ୍ଥାନ ନିରୂପଣ କରାଯିବାକୁ ଆଲୋଚନା ହୋଇଥିଲା। ବିଧାୟକଙ୍କ ସହିତ ଆଲୋଚନା ସମୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ କୁହନ୍ତି, ପୋଖରୀ ଚାରିପାଖରେ ୱାକିଂପାଥ୍‌ ପାଇଁ ଡ୍ରିଟ୍‌ରୁ ୨୭ଲକ୍ଷ ଟଙ୍କା ମିଳିଥିଲା। କାର୍ଯ୍ୟ ହୋଇ ନ ପାରିବାରୁ ଟଙ୍କା ଫେରିଗଲା ା ନୂତନ ଯୋଜନା ଅନୁଯାୟୀ ଅଂଶୁପା ଭଳି ଏହାର ଉନ୍ନତୀକରଣ କରାଯିବ।
ଉଲ୍ଲେଖଯୋଗ୍ୟ, ପୌରସଂସ୍ଥା ପକ୍ଷରୁ ନୂଆପୋଖରୀରେ ବୋଟିଂ ବ୍ୟବସ୍ଥା କରାଯାଇଛି। ମନୋରଞ୍ଜନ ପାଇଁ ପାର୍କ ମଧ୍ୟ ନିର୍ମିତ ହୋଇଛି। ପ୍ରତିବର୍ଷ ଶୀତଦିନେ ଏଠାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି। ଖରାଦିନେ ସନ୍ଧ୍ୟା ସମୟରେ ପୋଖରୀ କୂଳରେ ନିର୍ମିତ ପାର୍କରେ ଲୋକେ ଭିଡ଼ ଜମାଇଥାନ୍ତି। ଏହିି ପ୍ରାଚୀନ ପୋଖରୀର ବିକାଶ ହେଲେ ସହରବାସୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri