ଫେରିଗଲା ନୂଆପୋଖରୀ ଉନ୍ନତୀକରଣ ଅନୁଦାନ: ଅଂଶୁପା ଢାଞ୍ଚାରେ ହେବ ବିକାଶ

ଢେଙ୍କାନାଳ ଅଫିସ, ୩।୧ – ପୌର ପରିଷଦର ଇଚ୍ଛାଶକ୍ତି ଅଭାବରୁ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ନୂଆ ପୋଖରୀ (ଭାଗୀରଥି ସାଗର) ଉନ୍ନତୀକରଣ ପାଇଁ ଆସିଥିବା ୨୭ ଲକ୍ଷ ଟଙ୍କା ଫେରିଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯିବା ପୌର ପ୍ରଶାସନର ଅପାରଗତାକୁ ପଦାରେ ପକାଇଥିବାବେଳେ ପୋଖରୀକୁ ନୂଆ ରୂପ ଦେବା ପାଇଁ ଏବେ ପ୍ରସ୍ତୁତ କରାଯାଇଛି ଯୋଜନା। ସୋମବାର ଅପରାହ୍ନରେ ବିଧାୟକ ସୁଧୀର କୁମାର ସାମଲ ପୋଖରୀ ପରିଦର୍ଶନ କରିଥିଲେ। ଜଳାଶୟଟି ପଙ୍କରେ ଭର୍ତ୍ତି ହୋଇ ରହିଛି। ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି। ଏଥିସହ ତୁରନ୍ତ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଅଂଶୁପା ହ୍ରଦ ଢାଞ୍ଚାରେ ଏହାର ବିକାଶ କରିବାକୁ ସେ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆ ପୋଖରୀର ବିକାଶ ଲାଗି ୨୦୧୯ ପ୍ରଥମାର୍ଦ୍ଧରେ ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଡ୍ରିଟ୍‌) ତରଫରୁ ତତ୍କାଳୀନ ଜିଲାପାଳଙ୍କ ସମୟରେ ୨୭ଲକ୍ଷ ଟଙ୍କା ମିଳିଥିଲା। ଏହି ଅର୍ଥରେ ପୋଖରୀ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ୱାକିଂପାଥ୍‌ କରିବା ଯୋଜନା ରହିଥିଲା। ହେଲେ ଅନୁଦାନ ଅର୍ଥର ସାମାନ୍ୟ ସଦୁପଯୋଗ କରାଯାଇପାରିନାହିଁ। ଫଳରେ ପୋଖରୀର ସିଂହଭାଗ ଦଳପଙ୍କରେ ଭର୍ତ୍ତି ହୋଇଛି। ସେହିପରି ଚାରିପଟେ ଆବର୍ଜନା ଜମି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏ ନେଇ ସ୍ଥାନୀୟ ଯୁବକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନୂଆପୋଖରୀ ବିକାଶ କଟକ ଜିଲା ଆଠଗଡ଼ ଉପଖଣ୍ଡରେ ଥିବା ଅଂଶୁପା ଢାଞ୍ଚାରେ ହେବ। ଅଂଶୁପା ହ୍ରଦରେ ପଙ୍କୋଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଥିବା ମେଶିନକୁ ଆଣି କାମରେ ଲଗାଯିବ। ଅଂଶୁପା ହ୍ରଦ ଉନ୍ନତୀକରଣ କରିଥିବା ନିର୍ବାହୀଯନ୍ତ୍ରୀଙ୍କ ସହ ପରାମର୍ଶ କରି ନୂଆପୋଖରୀ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଧାୟକ ପୌର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବାଦ୍‌ଦେଲେ ପୋଖରୀ ଚାରିପଟେ ତୁଠକୁ ଛାଡ଼ି ତାରବାଡ଼ ଲଗାଇବା, ପୂଜାର୍ଚ୍ଚନା ଲାଗି ଏକ ସ୍ଥାନ ନିରୂପଣ କରାଯିବାକୁ ଆଲୋଚନା ହୋଇଥିଲା। ବିଧାୟକଙ୍କ ସହିତ ଆଲୋଚନା ସମୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ କୁହନ୍ତି, ପୋଖରୀ ଚାରିପାଖରେ ୱାକିଂପାଥ୍‌ ପାଇଁ ଡ୍ରିଟ୍‌ରୁ ୨୭ଲକ୍ଷ ଟଙ୍କା ମିଳିଥିଲା। କାର୍ଯ୍ୟ ହୋଇ ନ ପାରିବାରୁ ଟଙ୍କା ଫେରିଗଲା ା ନୂତନ ଯୋଜନା ଅନୁଯାୟୀ ଅଂଶୁପା ଭଳି ଏହାର ଉନ୍ନତୀକରଣ କରାଯିବ।
ଉଲ୍ଲେଖଯୋଗ୍ୟ, ପୌରସଂସ୍ଥା ପକ୍ଷରୁ ନୂଆପୋଖରୀରେ ବୋଟିଂ ବ୍ୟବସ୍ଥା କରାଯାଇଛି। ମନୋରଞ୍ଜନ ପାଇଁ ପାର୍କ ମଧ୍ୟ ନିର୍ମିତ ହୋଇଛି। ପ୍ରତିବର୍ଷ ଶୀତଦିନେ ଏଠାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି। ଖରାଦିନେ ସନ୍ଧ୍ୟା ସମୟରେ ପୋଖରୀ କୂଳରେ ନିର୍ମିତ ପାର୍କରେ ଲୋକେ ଭିଡ଼ ଜମାଇଥାନ୍ତି। ଏହିି ପ୍ରାଚୀନ ପୋଖରୀର ବିକାଶ ହେଲେ ସହରବାସୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri