ଫନୀକୁ ବିତିଲା ମାସେ ଏବେବି ହୋଇନି ଘରଭଙ୍ଗା ତଦନ୍ତ

ଗୋପ, ୩।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀକୁ ମାସେ ବିତିଛି। ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଧୀରେ ଧୀରେ ମୁଖ୍ୟଧାରାକୁ ଫେରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଘରଭଙ୍ଗା ତଦନ୍ତ ହୋଇନାହିଁ। ଏଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ସବୁଠୁ ବେଶି ଆଶ୍ଚର୍ଯ୍ୟର କଥା ବାତ୍ୟାରେ କେତେ ଲୋକଙ୍କ ଘର ଭାଙ୍ଗିଛି ସେ ସମ୍ପର୍କରେ ଗୋପ ତହସିଲଦାରଙ୍କ କାର୍ଯ୍ୟାଳୟରେ ରିପୋର୍ଟ ନାହିଁ। ଫଳରେ ବିପନ୍ନମାନେ ଏକମାସ ଧରି ଖରାକାକରରେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି।
ଫନୀରେ ଗୋପ ବ୍ଲକର ୩୧ ପଞ୍ଚାୟତରେ ୮୦ହଜାରରୁ ଊର୍ଦ୍ଧ୍ୱ ଚାଳଘର, ଆଜବେଷ୍ଟସ ଘର ଏବଂ କେତେକ କୋଠାଘର ମଧ୍ୟ ଭାଙ୍ଗିଯାଇଥିଲା। ବାତ୍ୟା ପରେ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ଭାଙ୍ଗିଥିବା ଘରର ତଦନ୍ତ କରିବା ପାଇଁ ୩୪ଗୋଟି ଟିମ୍‌ ଗଠନ କରାଯାଇଛି। ମାତ୍ର ଏହି ତଦନ୍ତରୁ ଅନେକ ବିପନ୍ନ ବାଦ ପଡୁଥିବା ନେଇ ଅଭିଯୋଗ ଆସୁଛି। ତଦନ୍ତ ଦଳରେ ଥିବା ବ୍ଲକ ଏବଂ ତହସିଲ କର୍ମଚାରୀମାନେ ଠିକ୍‌ ଭାବରେ ତଦନ୍ତ କରୁ ନ ଥିବାରୁ ଏପରି ଅଭିଯୋଗ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘରଭଙ୍ଗା ଲାଗି ଥିବା ଆବଶ୍ୟକୀୟ କାଗଜପତ୍ର, ଫଟୋ କେତେକ ତଦନ୍ତକାରୀ ଟିମ୍‌ ନେଇଥିବାବେଳେ ଆଉ କେତେକ ଟିମ୍‌ ନ ନେବାରୁ ବିପନ୍ନମାନେ ତଦନ୍ତ ଅଗ୍ରଗତି ନେଇ କିଛି ସୂଚନା ପାଇପାରୁନାହାନ୍ତି। ନିୟମ ଅନୁସାରେ ପ୍ରତ୍ୟେକ ଦିନ ତଦନ୍ତକାରୀ ଟିମ୍‌ କାଗଜପତ୍ର ବ୍ଲକରେ ଦାଖଲ କରିବାର ନିର୍ଦ୍ଦେଶ ଥିବାବେଳେ ଅଧିକାଂଶ ଟିମ୍‌ ସେହି କାଗଜପତ୍ର ଦାଖଲ ନ କରିବାରୁ ତଦନ୍ତରେ ବ୍ୟତିକ୍ରମ ଦେଖାଦେଇଛି। ଫନୀର ୧୦ଦିନ ପରେ ଗୋପ ତହସିଲ ପକ୍ଷରୁ ଘରଭଙ୍ଗା ତଦନ୍ତ ଆରମ୍ଭ ହୋଇଥିବାବେଳେ ୨୩ଦିନରେ ମାତ୍ର ୧୫ହଜାର ଘର ତଦନ୍ତ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଗୋପ ବ୍ଲକରେ କେବେ ଘରଭଙ୍ଗା ଶେଷ ହେବ ବିପନ୍ନମାନେ ତାଙ୍କ ବାସ ସଜାଡିବେ ତାକୁ ନେଇ ବିପନ୍ନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

ପାକିସ୍ତାନର ପୋଲ୍‌ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ…

ଇରାନ ଆମେରିକା ସହିତ ପୁଣିଥରେ ଯୁଦ୍ଧ ଆରମ୍ଭ କରିବାରୁ କ୍ଷୁବ୍ଧ ହେଲା ପାକିସ୍ତାନ, ବିଶେଷଜ୍ଞ କହିଲେ -‘ଏହା ଶକ୍ତି ନୁହେଁ ବରଂ…’

ଇସଲାମାବାଦ,୧୯।୭: ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ଦାୟିତ୍ୱକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ପାକିସ୍ତାନ ମଧ୍ୟ ଏହି ନିଷ୍ପତ୍ତି…

ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri