ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ ଲୋକଦେଖାଣିଆ ପାଲଟିଛି। କେଉଁଠି ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ଦାଣ୍ଡରେ ଭାସୁଛି ପିଇବା ପାଣି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡିହଡୋଳ ଗ୍ରାମରେ। ବିଭାଗୀୟ ଉଦାସୀନତା ଏବଂ ଅଧିକାରୀଙ୍କ ଅବହେଳା ଯୋଗୁ ଏପରି ଅବ୍ୟବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଡିହଡୋଳ ଗ୍ରାମର ପ୍ରଧାନ ସାହି, ନନ୍ଦି ସାହି, ମଙ୍ଗଳାବାଗ ସାହି, ତଳ ସାହି, ବଡ଼ ସାହିରେ ପାଇପ୍‌ ଫାଟି ଯାଇଥିବାରୁ ପିଇବା ପାଣି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଅନ୍ୟପଟେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ସାହିବାସୀ ଭାଗବାଣ୍ଟି ୩-୪ ଗରା ଲେଖାଏ ପାଣି ନେଉଛନ୍ତି। ଲୋକଙ୍କ କହିବା କଥା, ସମ୍ପୃକ୍ତ ସାହିଗୁଡ଼ିକରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ସେମାନଙ୍କୁ ହାତପାହାନ୍ତରେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ଗ୍ରାମରେ ୨ଟି ଗଭୀର ବୋରଓ୍ବେଲ ଖୋଳାଯିବା ସହ ନିର୍ମିତ ହୋଇଛି ପାଣି ଟାଙ୍କି। ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ପର୍ଯ୍ୟାପ୍ତ ପାଣି ଯୋଗାଣ ବି ହେଉଛି। ହେଲେ ପାଇପ୍‌ ଫାଟି ଯାଇଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। ବର୍ଷେ ହେଲା ପୁରୁଣା ପାଇପ ବଦଳାଇବାକୁ ଯୋଜନା କରାଯାଇଛି। ତାହା ବି ଅଧାପନ୍ତରିଆ ହୋଇ ରହିଛି। ଯେଉଁ କେତେକ ସ୍ଥାନରେ ନୂଆ ପାଇପ୍‌ ବିଛାଯାଇଛି, ସେଠାରେ ଷ୍ଟାଣ୍ଡପୋଷ୍ଟ ତିଆରି କରାଯାଉନାହିଁ। ଫଳରେ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଥିବା ଲକ୍ଷାଧିକ ଟଙ୍କା ଜନହିତରେ ଆସୁ ନ ଥିବା ସାହିବାସୀ କହିଛନ୍ତି। ଅନ୍ୟପଟେ ରାସ୍ତାରେ ପାଣି ଭାସି କାଦୁଅ ହେଉଛି। ପାଣିକାଦୁଅରେ ଚାଲି ଚାଲି ଯାଉଥିବାରୁ ଚର୍ମ ରୋଗ ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଗକୁ ଖରାଦିନ ଥିବାରୁ ଅଞ୍ଚଳବାସୀ ଭୟଙ୍କର ଜଳକଷ୍ଟ ଭୋଗିବା ଆଶଙ୍କା ରହିଛି। ଏ ନେଇ ବାରମ୍ବାର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଦୀର୍ଘଦିନ ଧରି ସମସ୍ୟାର ବାଟ ଫିଟୁନାହିଁ। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ (୧) ତ୍ରିଲୋଚନ ପ୍ରଧାନ କୁହନ୍ତି, ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ। ଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବର୍ଷିଲେ ଅତନୁ, କହିଲେ ଭାଜପା ସରକାର କେବଳ…

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍‌ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ…

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri