ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର…

ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା ଦେଖାଦିଏ। ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଘ କଡ଼ରେ ଫଳିଯାଇ କୁଣ୍ଡେଇ ହୋଇଥାଏ। କେତେକ ଘରୋଇ ଉପଚାର ଦ୍ୱାରା ଏଭଳି ସମସ୍ୟା ଦୂର କରାଯାଇପାରିବ…

ଜଙ୍ଘ କଡ଼ରେ କୁଣ୍ଡାଇ ହେବା ମୁଖ୍ୟତଃ ଫଙ୍ଗାଲ ଇନ୍‌ଫେକ୍ସନ ଯୋଗୁ ହୋଇଥାଏ। ଯେଉଁଥିପାଇଁ ଅଧିକ ଟାଇଟ୍‌ ପ୍ୟାଣ୍ଟ ପିନ୍ଧିବା, ଝାଳ ଲାଗି ଅଧିକ ସମୟ ରହିବା, ଗାଧୋଇବା ପରେ ଭଲ ଭାବେ ପାଣି ପୋଛି ନ ହୋଇ ପୋଷାକ ପିନ୍ଧିବା ଯୋଗୁ ଓଦା ରହିବା, ମେଦବହୁଳତା ଥିଲେ ବାରମ୍ବାର ଜଙ୍ଘ ଘଷିହେବା ଆଦି ବିଭିନ୍ନ କାରଣ ଦାୟୀ। ତେଣୁ ଏସବୁଠାରୁ ଦୂରେଇ ରହିବା ଲାଗି ଚେଷ୍ଟା କରିବା ସହ ଇନ୍‌ଫେକ୍ସନ୍‌ ଦୂର କରିବା ଲାଗି ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକସ୍ଥଳେ ଔଷଧ ଏବଂ ଅଏଣ୍ଟମେଣ୍ଟ ବ୍ୟବହାର କରିବା ଆବଶ୍ୟକ। ଏହା ବ୍ୟତୀତ ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ମଧ୍ୟ କରିପାରିବେ। ଜାଣିରଖନ୍ତୁ ସେ ସମ୍ପର୍କରେ…
ଏପରି ସମସ୍ୟା ଥିଲେ ଅନେକେ ପାଉଡର ପକାଇ ଥାଆନ୍ତି କିମ୍ବା ମନଇଚ୍ଛା କୌଣସି କ୍ରିମ୍‌ ଲଗାଇ ଦିଅନ୍ତି। ହେଲେ ଏପରି କରିବା ଦ୍ୱାରା ସମସ୍ୟା କମିବା ବଦଳରେ ବଢ଼ିବା ଆଶଙ୍କା ରହିଛି। ତେଣୁ ଏପରି ନ କରି ଆପଣ ଚାହିଁଲେ ତୁରନ୍ତ ଆରାମ ପାଇବା ଲାଗି ନଡ଼ିଆ ତେଲ କିମ୍ବା ଅଲିଭ୍‌ ତେଲ ଲଗାଇ ପାରିବେ।
ଏକ ସଫା କପଡ଼ାରେ ବରଫ ଖଣ୍ଡ ନେଇ ଜଙ୍ଘରେ କୁଣ୍ଡାଇ ହେଉଥିବା ଭାଗରେ ଧୀରେ ଧୀରେ ଘଷିବା ଦ୍ୱାରା କୁଣ୍ଡାଇହେବା ଏବଂ ପୋଡ଼ିବା କମିଥାଏ।
ପାଣିରେ ଅଳ୍ପ ଖାଇବା ସୋଢ଼ା ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନକୁ ଧୋଇଦେଲେ ମଧ୍ୟ ଆରାମ ମିଳିଥାଏ।
ଘିକୁଆଁରୀକୁ ୧୫ମିନିଟ୍‌ ପର୍ଯ୍ୟନ୍ତ ଘଷିବା ପରେ ପାଣିରେ ଧୋଇଦିଅନ୍ତୁ, କୁଣ୍ଡାଇ ହେବା କମିଯିବ।
ପାଣିରେ ନିମ୍ବପତ୍ର ପକାଇ ଫୁଟାଇ ଦିଅନ୍ତୁ। ଏହି ପାଣିରେ ଗାଧୋଇବା ଦ୍ୱାରା ଫଙ୍ଗାଲ୍‌ ଇନ୍‌ଫେକ୍ସନ ଦୂରହେବା ସହ କୁଣ୍ଡେଇହେବା ସମସ୍ୟାରୁ ମୁକ୍ତି ମିଳିଥାଏ।
ହଳଦୀପାଣିରେ ଗାଧୋଇବା କିମ୍ବା ଉକ୍ତ ସ୍ଥାନରେ ଅଳ୍ପ ବଟା ହଳଦୀ ଲଗାଇବା ଦ୍ୱାରା ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri