ପ୍ଲାଟଫର୍ମ ଟିକେଟ ବିକି ରେଳଓ୍ବେର ୧୩୯ କୋଟି ଆୟ

ନୂଆଦିଲ୍ଲୀ,୨୯-୭: ଭାରତୀୟ ରେଲଓ୍ବେ ଯାତ୍ରୀ ଭଡ଼ା ନ ବଢ଼ାଇ ଆୟ କରିବା ଲାଗି ବିକଳ୍ପ ପନ୍ଥା ଆପଣାଇଛି। ଏହିକ୍ରମରେ ଏହା ପ୍ଲାଟଫର୍ମ ଟିକେଟ ବିକ୍ରି କରି ୨୦୧୮-୧୯ରେ ୧୩୯.୨ କୋଟି ଟଙ୍କା ଆୟ କରିଛି। ଏହାବ୍ୟତୀତ ଏହି ସମୟରେ ବିଜ୍ଞାପନ ଓ ଷ୍ଟେଶନରେ ଦୋକାନ ସ୍ଥାପନ ବାବଦରେ ୨୩୦.୪୭ କୋଟି ରୋଜଗାର କରିଛି ବୋଲି ରେଲଓ୍ବେ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ପ୍ରଚଳିତ ନୀତି ଅନୁଯାୟୀ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ରେଳ ଷ୍ଟେଶନରେ ଦୋକାନ ଖୋଲିବା ଏବଂ ବିଜ୍ଞାପନ କରିବାକୁ ଅନୁମୋଦନ କରାଯାଇଥାଏ। ଏଣୁ ଚୁକ୍ତି କରିବା ଲାଗି ରେଲଓ୍ବେ ପୂର୍ବରୁ ଦର ସ୍ଥିର କରୁଛି ବୋଲି ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଯାତ୍ରୀମାନଙ୍କ ଉପରେ ଅତିରିକ୍ତ ବୋଝ ନ ବଢ଼ାଇ ରେଲଓ୍ବେ ଅନ୍ୟ ବାଟେ ନିଜର ଆୟ ବଢ଼ାଇବାକୁ ଚାହୁଁଛି। ରେଳର ବୈଦ୍ୟୁତିକୀକରଣ ପାଇଁ ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ପକ୍ଷରୁ ୭୫ କୋଟି ଡଲାର ଋଣ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ରେଳଓ୍ବେ ମୋବାଇଲ ସମ୍ପତ୍ତି, ବିଜ୍ଞାପନ, ରେଲ ଡିସ୍‌୍‌ପ୍ଲେ ନେଟ୍‌ଓ୍ବର୍କ ଏବଂ କଣ୍ଟେଣ୍ଟ ଅନ୍‌ ଡିମାଣ୍ଡ ଭଳି ଅଣପାରମ୍ପରିକ ମାଧ୍ୟମରୁ ରୋଜଗାର ବଢ଼ାଇବାକୁ ଚାହୁଁଛି ବୋଲି ଗୋୟଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଟ୍ରମ୍ପ୍‌ ପ୍ରଶାସନଠାରୁ ଇରାନ ହାଜତ ବେଶି ସୁରକ୍ଷିତ

ତେହରାନ୍‌,୬ା୪: ଇରାନକୁ ଆକ୍ରମଣ କରିବାକୁ ଆସି ନିଖୋଜ ହୋଇଯାଇଥିବା ଏଫ୍‌-୧୫ଇ ଷ୍ଟାଇକ୍‌ ଇଗଲ୍‌ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟଙ୍କୁ କେବଳ ତେହରାନ୍‌ ଖୋଜୁନାହିଁ, ଆମେରିକା ଏୟାରଫୋର୍ସ ମଧ୍ୟ ତାଙ୍କୁ…

ତେହରାନ ପାଓ୍ବାର ପ୍ଲାଣ୍ଟ ଧ୍ୱଂସ କରିଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ,୬ା୪: ଇରାନ ଯୁଦ୍ଧ ୩୭ ଦିନରେ ପହଞ୍ଚତ୍ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ ଜରିଆରେ ତେହରାନ୍‌ ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌…

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri