ସଡ଼କ ଦୁର୍ଘଟଣା, ଗାଡି ଚୋରି ରୋକିବା ଲାଗି ପେଟେଣ୍ଟ ଆବେଦନ କଲେ ୭ମ ଶ୍ରେଣୀ ଛାତ୍ର

ନୂଆଦିଲ୍ଲୀ,୨୯-୭: ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ସଡ଼କ ଦୁର୍ଘଟଣା ତଥା ଗାଡି ଚୋରି ରୋକିବା ଲାଗି କେତେକ ଆପ୍‌ ତିଆରି କରିଛନ୍ତି। ମାତ୍ର ୧୨ ବର୍ଷ ବୟସର ଏହି ଛାତ୍ରଙ୍କ ପକ୍ଷରୁ ଏବେ ସୁଦ୍ଧା ୩ ପେଟେଣ୍ଟ ଆବେଦନ କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମହାରାଷ୍ଟ୍ରର ଏହି ପ୍ରତିଭାବାନ ଛାତ୍ର ବି.ଏସ୍‌.ରେବନ୍ତ ନମ୍ବୁରିଙ୍କୁ ଭେଟି ତାଙ୍କର ପ୍ରସ୍ତୁତିକୁ ପରଖିଛନ୍ତି। ତାଙ୍କର ପ୍ରଯୁକ୍ତିକୁ ବ୍ୟବହାରରେ ଆଣିବା ଲାଗି ଗଡ଼କରୀ ଯଥାସମ୍ଭବ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଆପ୍‌ଗୁଡ଼ିକୁ ଅଦ୍ୟାବଧି ପ୍ରଯୁକ୍ତିଗତ ଅନୁମୋଦନ ମିଳିନାହିଁ। ରେବନ୍ତ ନାଗପୁରର ମାଉଣ୍ଟ ଲିଟେରା ଜୀ ସ୍କୁଲ୍‌ର ୭ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଦୁର୍ଘଟଣାକୁ ହ୍ରାସ କରିବା ଲକ୍ଷ୍ୟରେ ସେ ସଡ଼କ ନିୟମର ଉଲ୍ଲଂଘନକାରୀଙ୍କୁ ଧରିବା ଲାଗି ଚାଳକଙ୍କ ପ୍ରତ୍ୟେକ ମୁହୂର୍ତ୍ତର ଗାଡ଼ିଚାଳନା ଉପରେ ନଜର ରଖିବାକୁ ଏକ ଆପ୍‌ ତିଆରି କରିଛନ୍ତି। ଏଥିରେ ସିଟ୍‌ବେଲ୍ଟ ସେନ୍ସର, ବ୍ରିଥ୍‌ଲାଇଜର, ହାର୍ଟ ରେଟ୍‌ ଆନାଲାଇଜର ଓ ସିପିୟୁ ସାମିଲ ହୋଇଛି, ଯାହା କି ସୂଚନାକୁ ଜମା କରିଥାଏ ତଥା ପ୍ରାଧିକରଣକୁ ସାବଧାନ କରିଥାଏ। ଦ୍ୱିତୀୟ ପ୍ରକାର ଆପ୍‌କୁ ରେବନ୍ତ କ୍ୟୁଆର କୋଡ୍‌ ଆଧାରିତ ତିଆରି କରିଛନ୍ତି, ଯାହା କି ବିନା ନେଟ୍‌ଓ୍ବର୍କରେ ଯେକୌଣସି ସ୍ଥାନରୁ ଡାଟା ଅଥବା ଦସ୍ତାବେଜର ପ୍ରିଣ୍ଟ କରିବାରେ ସକ୍ଷମ। ସେହିପରି ପେଟେଣ୍ଟ ପାଇଁ ଆବେଦନ କରାଯାଇଥିବା ଅନ୍ୟ ଏକ ଆପ୍‌ ଜରିଆରେ ଗାଡ଼ି ଚୋରିକୁ ରୋକି ହେବ। ଏହା ଏକ ସ୍ମାର୍ଟ ଚାବି, ଯାହା କି ପୂର୍ବରୁ ଲଗାଯାଇଥିବା ସିମ୍‌ କାର୍ଡ ବ୍ୟବହାର କରିଥାଏ। ରେବନ୍ତ କହିଛନ୍ତି ଯେ, ସମାଜର କଲ୍ୟାଣାର୍ଥେ ତାଙ୍କ ଦ୍ୱାରା ଉଦ୍ଭାବିତ ପ୍ରଯୁକ୍ତିକୁ ସରକାର କିମ୍ବା ଘରୋଇ କମ୍ପାନୀ ବ୍ୟାପକ ହାରରେ ବ୍ୟବହାର କରିପାରିବେ। ସେଥିଲାଗି ସେ ପେଟେଣ୍ଟ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଗଡ଼କରୀ କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ନବପ୍ରବର୍ତ୍ତକଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛି। ରେବନ୍ତଙ୍କ ଉଦ୍ଭାବନ ପ୍ରଯୁକ୍ତିଗତ ମାନଦଣ୍ଡ ପୂରଣ କରୁଥିଲେ ସଡ଼କରେ ଦୁର୍ଘଟଣା କମାଇବା ଲାଗି ବ୍ୟବହାର କରିବ। ଆୟୁର୍ବେଦରେ ଏମ୍‌ଡି ଡିଗ୍ରୀ ହାସଲ କରିଥିବା ରେବନ୍ତଙ୍କ ମା’ ଶିଳ୍ପା ଶେଖର ରେବନ୍ତ କହିଛନ୍ତି, ଦିନେ ନିଜ କାରରେ ପୁଅ ସହ ଯିବା ବେଳେ ଏକ ମାଲ୍‌ବୋଝେଇ ଗାଡ଼ି ଟ୍ରାଫିକ୍‌ ସିଗନାଲ ଭାଙ୍ଗି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଏହି ଦୁର୍ଘଟଣା ହିଁ ପୁଅ ରେବନ୍ତଙ୍କୁ ଆପ୍‌ ତିଆରି କରିବାକୁ ପ୍ରୋତ୍ସାହିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri