Posted inଫୁରସତ

ପ୍ରେମୀଯୁଗଳଙ୍କ ଆଶା ‘ଜୁଲିଏଟ୍‌ କ୍ଲବ’

ଭେରୋନା: ପ୍ରେମ ପ୍ରଣୟର କବି ଓ୍ବିଲିୟମ ସେକ୍ସପିୟର, ଯାହାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ନାଟକକୁ ଆଜି ବି ଝୁରି ହେଉଛନ୍ତି ବିଶ୍ୱବାସୀ। ‘ଦି ବାର୍ଡ ଅଫ୍‌ ଏଭନ’ ନାମରେ ପରିଚିତ ଏହି ପ୍ରସିଦ୍ଧ ଲେଖକଙ୍କ ବିଷୟରେ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ହୁଏତ ଅନେକେ ଜାଣି ନ ଥିବେ ସେକ୍ସପିୟରଙ୍କ ପ୍ରେମିକା ‘ଜୁଲିଏଟ୍‌’ଙ୍କ ନାମରେ ଏବେ ବି ଆସୁଛି ହଜାର ହଜାର ଚିଠି। ଆଉ ସବୁଠାରୁ ରୋଚକ କଥା ହେଉଛି, ସବୁ ଚିଠିର ଉତ୍ତର ମଧ୍ୟ ଦିଆଯାଉଛି। ଏଥିପାଇଁ ଗଠିତ ହୋଇଛି ‘ଜୁଲିଏଟ୍‌ କ୍ଲବ’। ଇଟାଲୀର ଅନ୍ୟତମ ସୁନ୍ଦର ସହର ‘ଭେରୋନା’। ଏକଥା ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ସୁନ୍ଦରତା ପାଇଁ ନୁହେଁ, ବରଂ ସେକ୍ସପିୟରଙ୍କ ପ୍ରେମିକା ‘ଜୁଲିଏଟ’ଙ୍କ ସହର ପାଇଁ ଏହା ବେଶି ପରିଚିତ। ଜୁଲିଏଟଙ୍କ ସ୍ମୃତିରକ୍ଷା ପାଇଁ ଏଠାରେ ରହିଛି ‘ଜୁଲିଏଟ କ୍ଲବ’। ଏଠାକୁ ସାରା ଦୁନିଅଁାରୁ ବିଭିନ୍ନ ଭାଷାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଚିଠି ଆସୁଛି। ସେଥିମଧ୍ୟରୁ ଅଧିକାଂଶ ଚିଠି ପ୍ରେମରେ ବିଫଳ ହୋଇଥିବା ପ୍ରେମିକାପ୍ରେମିକଙ୍କର। ଏହା ପଛରେ ରହିଥିବା ବିଶ୍ୱାସ ବି ବଡ଼ ଆଶ୍ଚର୍ଯ୍ୟଜନକ। ଜୁଲିଏଟ୍‌ଙ୍କ ନାମରେ ଚିଠି ଲେଖିଲେ ପ୍ରେମର ପଥ କୁସୁମିତ ହେବ। ଖାସ୍‌ ଏଇ ବିଶ୍ୱାସ ପାଇଁ ସେକ୍ସପିୟରଙ୍କ ମୃତ୍ୟୁର ଦୀର୍ଘ ୪ଶହ ବର୍ଷ ପରେ ଏବେ ବି ‘ଲଭ୍‌ ସିମ୍ବଲ’ ଭାବେ ପରିଗଣିତ ହେଉଛନ୍ତି ‘ଜୁଲିଏଟ’।
ମଜାରକଥା ହେଉଛି ସିଂହଭାଗ ଚିଠି ଜୁଲିୟଟ୍‌ଙ୍କ ନାମରେ ଆସୁଛି। ହାତଗଣତି ପତ୍ର ସେକ୍ସପିୟରଙ୍କ ଉଦ୍ଦେଶ୍ୟରେ ଲେଖାଯାଉଥିବା ଦେଖିବାକୁ ମିଳିଛି। ପତ୍ରର ଉତ୍ତର ରଖିବାକୁ ଏକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଏହି ଟିମ୍‌ରେ ଅନେକ ଭାଷା ଅନୁବାଦକ, ମନୋବିଜ୍ଞାନୀ, ଡାକ୍ତର, ଉଚ୍ଚକୋଟୀର ଲେଖକ, ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ ସମେତ ମାର୍ଗଦର୍ଶକ ଅଛନ୍ତି। ଜୁଲିଏଟ୍‌ଙ୍କ ପ୍ରତିନିଧି ଭାବେ ସେମାନେ ମାତ୍ର କିଛି ମିନିଟ୍‌ ମଧ୍ୟରେ ଚିଠିଗୁଡ଼ିକର ଉତ୍ତର ପତ୍ରପ୍ରେରକଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି।
କ୍ଲବର ୪୧ବର୍ଷୀୟ ସଦସ୍ୟ ମାର୍ଟିନ ହୋପ୍‌ଲେ କୁହନ୍ତି, କ୍ଲବର ଲୋକପ୍ରିୟତା ଏତେ ଯେ, କେବଳ ‘ଜୁଲିଏଟ…ଭେରୋନା…ଇଟାଲୀ’ ଠିକଣା ଲେଖିଦେଲେ ଚିଠିଟି ବିନା କୌଣସି ପ୍ରତିବନ୍ଧକରେ ଆସିଯାଇଥାଏ। ଅନୁଭବ ଆଧାରରେ କ୍ଲବର ସଦସ୍ୟମାନେ ପ୍ରେମିକାପ୍ରେମିକଙ୍କ ମନକୁ ବୁଝି ସେମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଚଠି ଲେଖିଥାନ୍ତି। ପ୍ରେମର ଦ୍ୱନ୍ଦ୍ୱ ଭିତରେ ଥିବା ଲଭବାର୍ଡଙ୍କୁ ମୂଲ୍ୟବାନ ପରାମର୍ଶ ଦିଆଯାଇଥାଏ। ଏଥିଲାଗି ସେମାନେ ପ୍ରତିଶ୍ରୁତିବଦ୍ଧ। ହୋପ୍‌ଲେ ଆହୁରି ମଧ୍ୟ କହିଛନ୍ତି, ଡାକବାଲା ପ୍ରତିଦିନ ଚିଠି ଦେଇଯାଏ। ଏହାପରେ ସେଗୁଡ଼ିକୁ ପଢ଼ି ଉତ୍ତର ଦିଆଯାଏ। ଏହା ସତ୍ୟ ଯେ, ଉତ୍ତର ଦେଇଦେଲେ ପ୍ରେମୀଯୁଗଳଙ୍କ ସମସ୍ୟା ସମାଧାନ ହୋଇଯିବ ତାହା ନୁହେଁ, ଆମର ମୌଳିକ ଉଦ୍ଦେଶ୍ୟ ପ୍ରେମର ପ୍ରତୀକ ‘ଜୁଲିଏଟ’ଙ୍କୁ ଲୋକଙ୍କ ମନରେ ଜୀବିତ ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?