ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍‍ ମାଡ

କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ମୁହଁରେ ଏସିଡ୍‌ ପକାଇଛନ୍ତି । ଏଥିରେ ଯୁବକଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଉଛନ୍ତି ଜଗତପୁର ଥାନା ଅନ୍ତର୍ଗତ ବାରିକ ସାହିର ଅଲେଖ ବାରିକ(୨୪)। ଅଲେଖଙ୍କୁ ଗୁରୁତର ଅବସ୍ତାରେ ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସମ୍ପୃକ୍ତ ଯୁବତୀ ପାୟଲ ନାୟକ(୨୦) ଓ ତାଙ୍କ ପରିବାରଲୋକଙ୍କୁୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନାନୁଯାୟୀ, ଅଲେଖଙ୍କ ବିବାହ ଅନ୍ୟତ୍ର ଠିକ୍‌ ହୋଇଯିବା କଥା ପାୟଲ ଜାଣିବାକୁ ପାଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ପାୟଲ ତାଙ୍କୁ ଏସିଡ୍‌ ମାଡ କରିବାକୁ ଷଡଯନ୍ତ୍ର ରଚିଥିଲେ । ଜଗତପୁର ଅଞ୍ଚଳରେ ଅଲେଖଙ୍କର ଏକ ସେଲୁନ୍‌ ରହିଛି । ସବୁଦିନ ପରି ଅଲେଖ ସେଲୁନ ବନ୍ଦ କରି ଫେରୁଥିଲେ। ଏହି ସମୟରେ ପାୟଲ ଅଲେଖଙ୍କୁ ଫୋନକରି ଦେଖାକରିବାକୁ ତାଙ୍କ ଘର ନିକଟକୁ ଡାକିଥିଲେ। ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଅଲେଖ ପାୟଲଙ୍କ ଘର ନିକଟରେ ପହଞ୍ଚିଥିଲେ। ପାୟଲଙ୍କ ଘର ନିକଟରେ ଦୁହେଁ ଛିଡା ହୋଇ କଥା ହେଉଥିବା ସମୟରେ ଅଲେଖଙ୍କ ଅନ୍ୟତ୍ର ବିବାହ ଘଟଣା ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ପାଟିତୁଣ୍ଡ ଚାଲିଥିବା ବେଳେ ଘଟଣା ସ୍ଥଳରେ ପାୟଲଙ୍କ ବାପା ଓ ମା’ ଆସି ପହଞ୍ଚିଥିଲେ। ଏହି ସମୟରେ ହଠାତ୍‌ ପାୟଲ ଅଲେଖଙ୍କ ଉପରକୁ ଏସିଡ୍‌ ମାଡ କରିଥିଲେ ବୋଲି ଆହତ ଅଲେଖ କହିଛନ୍ତି। ଏସିଡ୍‌ ମାଡ ପରେ ଗୁରୁତର ଅବସ୍ଥାରେ ଅଲେଖ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ଅଲେଖଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ଏନେଇ ବୁଧବାର ସକାଳେ ଅଲେଖଙ୍କ ବଡ଼ ଭାଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା କେନ୍ଦ୍ରର ପାଣ୍ଠି: ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ବଡ଼ ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରୁଣା…

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ…

ମୌସୁମୀ ଛୁଇଁବା ପରେ ଓଡ଼ିଶାକୁ ଜାରି ହେଲା ଆଲର୍ଟ, ୪ ଦିନ ଯାଏ…

ଭୁବନେଶ୍ୱର,୪।୬: କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ ଛୁଇଁବା ନେଇ…

ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ହାଟଡ଼ିହୀ,୪l୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ମାଗଣାରେ ନିଜ ନିଜର ୨ ଏବଂ ୪ ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂ କରୁଛନ୍ତି।…

ବରିଷ୍ଠ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ, ଗଢ଼ିଥିଲେ ଅକ୍ଷୟ କୁମାର-ଗୋବିନ୍ଦାଙ୍କ କ୍ୟାରିୟର

ନୂଆଦିଲ୍ଲୀ,୪ା୬: ବଲିଉଡରୁ ଦୁଃଖଦ ଖରାପ ଖବର ଆସିଛି । ଚଳଚ୍ଚିତ୍ର ଶିଳ୍ପ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି । ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ…

ଏସଆଇ-ଏଏସଆଇଙ୍କ ଅନ୍ୟତ୍ର ବଦଳି: ଭଞ୍ଜନଗରରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ନିଭାଇଥିଲେ ପ୍ରମୁଖ ଭୂମିକା

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ୱାଳ, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଇତିମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ତେଣୁ ଏନେଇ…

ସାବଧାନ! ଏହି ୫ ରାଶି ଉପରେ ମାଡ଼ି ଆସୁଛି ମହାସଙ୍କଟ, ଜୁନ ମାସରେ ଘଟିବ…

୨୭ଟି ଦୈନିକ ଯୋଗ ମଧ୍ୟରୁ ବୈଦୃତି ଯୋଗ ୨୭ତମ ସ୍ଥାନରେ ଅଛି, ଯାହା ପ୍ରାୟତଃ ମାନବ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ,…

ଜଣାପଡିଲା କିଏ ଫସାଇଲା ମମତାଙ୍କୁ? ପଶ୍ଚିମବଙ୍ଗ ରାଜନୀତିରେ ଚହଳ!

କୋଲକାତା,୪।୬: ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଧାୟକମାନଙ୍କର ଏକ ଗୋଷ୍ଠୀ ଦ୍ୱାରା ବଡ଼ ବିଦ୍ରୋହର ଖବର ପରେ ଟିଏମସି (TMC) ମଧ୍ୟରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri