ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା ସମୟରେ ଟାଣ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିରେ ହାଡ଼ ଘଷି ହୋଇ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ତେବେ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ ଦ୍ୱାରା ଏହି ସମସ୍ୟାରୁ ଜଣେ ସହଜରେ ଦୂରେଇ ରହିପାରିବେ। ଖାଦ୍ୟରେ ପନିପରିବା ଏବଂ ଫଳକୁ ସାମିଲ୍‌ କଲେ ସୁଫଳ ମିଳିଥାଏ। ସପ୍ତାହରେ ୨ଥର ମାଛ ଖାଇଲେ ଏଭଳି ସମସ୍ୟା ଦୂର ହୋଇଥାଏ। ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଏହି ସମସ୍ୟା ଦୂର କରିଥାଏ। ସେହିପରି ସୋୟାବିନ୍‌ ଖାଇଲେ ଏଥିରେ ଥିବା ପ୍ରୋଟିନ୍‌ ଯୋଗୁ ଆର୍ଥରାଇଟିସ୍‌ ହୋଇ ନ ଥାଏ। ଏହି ସମସ୍ୟା କ୍ଷେତ୍ରରେ କମ୍‌ କୋଲଷ୍ଟରଲଯୁକ୍ତ ତେଲ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ। ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଇଲେ ଏହା କ୍ୟାଲସିୟମ୍‌କୁ ଅବଶୋଷିତ କରିଥାଏ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। କୋବି, ବ୍ରୋକୋଲି ଆଦି ଖାଇଲେ ଶରୀରରେ କ୍ୟାଲସିୟମ୍‌ ସୃଷ୍ଟି ହେବା ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ଏହି ରୋଗ ଦୂର ହୋଇଥାଏ। ଏଭଳି ସମସ୍ୟା ଥିଲେ ଦିନରେ ୨ ଥର ଗ୍ରୀନ୍‌ ଟି ପିଇଲେ ଉପକାର ମିଳିଥାଏ। ଏଥିରେ ଥିବା ଇପିଗାଲୋକାଚିନ୍‌-୩- ଗାଲୋଟେ ଗଣ୍ଠି ସ୍ଥାନରେ ଥିବା ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିକୁ ଟାଣ ହେବାକୁ ଦେଇ ନ ଥାଏ। ଫଳରେ ଚାଲିବା ବୁଲିବା ସମୟରେ କଷ୍ଟ ଅନୁଭୁତ ହୋଇ ନ ଥାଏ। କମଳା ଜାତୀୟ ଫଳ ଖାଇଲେ ଏଥିରେ ଥିବା ଭିଟାମିନ୍‌ ସି ଯନ୍ତ୍ରଣାରୁ ଦୂରେଇ ରଖିଥାଏ। ପ୍ରତିଦିନ ସକାଳେ ଦୁଇ କୋଲା ରସୁଣ ଖାଇଲେ ଏଥିରେ ଥିବା ଡାଇଲୟାଲ ଡାଇସୁଲଫାଇନ୍‌ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜିକୁ ଶୁଷ୍କ ହେବାକୁ ଦେଇ ନ ଥାଏ। ଚିନା ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ଭିଟାମିନ୍‌-ଇ ଏହି ସମସ୍ୟାରୁ ଦୂରେଇ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଲିବ ଗ୍ରୀନ୍‌ ହାଇଡ୍ରୋଜେନ ବସ୍‌: ଏହିସବୁ କରିଡରରେ ମିଳିବ ସେବା

ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ସ୍ବଚ୍ଛ ଶକ୍ତି ସଂକ୍ରାନ୍ତ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏହି କ୍ରମରେ ଓଡ଼ିଶାରେ ଗ୍ରୀନ୍‌…

ଯାହାକୁ ଡରୁଥିଲେ ଟ୍ରମ୍ପ, ଶେଷରେ ତାହା ହିଁ ଘଟିଲା: ନିଜ ଲୋକ ବି ଦେଲେ ଧୋକା

ଓ୍ବାଶିଂଟନ୍‌,୪।୬: ଇରାନ ସହିତ ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିବା…

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri