Posted inଜାତୀୟ

ଜଣାପଡିଲା କିଏ ଫସାଇଲା ମମତାଙ୍କୁ? ପଶ୍ଚିମବଙ୍ଗ ରାଜନୀତିରେ ଚହଳ!

କୋଲକାତା,୪।୬: ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଧାୟକମାନଙ୍କର ଏକ ଗୋଷ୍ଠୀ ଦ୍ୱାରା ବଡ଼ ବିଦ୍ରୋହର ଖବର ପରେ ଟିଏମସି (TMC) ମଧ୍ୟରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଦଳର ପରାଜୟ ପରେ ବିଦ୍ରୋହୀ ଗୋଷ୍ଠୀ ଦାବି କରିଛନ୍ତି ଯେ ସେମାନେ ହିଁ ପ୍ରକୃତ ଟିଏମସି। ଦଳରୁ ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀଙ୍କ ସମେତ ୫୮ ଜଣ ବିଦ୍ରୋହୀ ନେତାଙ୍କୁ ବିଧାନସଭା ବାଚସ୍ପତି ମଞ୍ଜୁରୀ ଦେଇଛନ୍ତି। ବାଚସ୍ପତି ରୀତାବ୍ରତଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସମୟରେ, ଆସନ୍ତୁ ଜାଣିବା ରୀତାବ୍ରତ କିଭଳି ସମ୍ପୂର୍ଣ୍ଣ ଟିଏମସି ଉପରେ ନିଜର ଦାବି ଉପସ୍ଥାପନ କରୁଛନ୍ତି? ଜାଣନ୍ତୁ ଏନେଇ ସମ୍ୱିଧାନର ନିୟମ କ’ଣ କହୁଛି?

ଭାରତର ଦଳବଦଳ ବିରୋଧୀ ଆଇନ ଭାରତୀୟ ସମ୍ୱିଧାନର ଦଶମ ଅନୁସୂଚୀ ଅନ୍ତର୍ଗତ ଆସିଥାଏ। ସାଧାରଣତଃ ଯଦି କୌଣସି ଜଣେ ବିଧାୟକ କିମ୍ୱା ବିଧାୟକମାନଙ୍କର ଏକ ଛୋଟ ଗୋଷ୍ଠୀ ନିଜ ଦଳ ବିରୋଧରେ ବିଦ୍ରୋହ କରନ୍ତି, ତେବେ ସେମାନଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇପାରିବ। କିନ୍ତୁ ଏହି ଆଇନରେ ଏକ ବଡ଼ ବ୍ୟତିକ୍ରମ ରହିଛି। ଯଦି କୌଣସି ଦଳର ଅତିକମରେ ଦୁଇ-ତୃତୀୟାଂଶ (୨/୩) ନିର୍ୱାଚିତ ବିଧାୟକ ଏକାଠି ହୋଇ ଦଳରୁ ଅଲଗା ହୋଇଯାଆନ୍ତି, ତେବେ ସେମାନଙ୍କ ଉପରେ ଦଳବଦଳ ବିରୋଧୀ ଆଇନ ଲାଗୁ ହୁଏନାହିଁ ଏବଂ ସେମାନଙ୍କର ସଦସ୍ୟତା ସୁରକ୍ଷିତ ରହେ।

ବିଧାନସଭାରେ ଟିଏମସିର ୮୦ ଜଣ ବିଧାୟକ ଥିଲେ। ସାମ୍ୱିଧାନିକ ସୂତ୍ର ଅନୁଯାୟୀ ଆଇନଗତ ଭାବେ ଦୁଇ-ତୃତୀୟାଂଶ ସଂଖ୍ୟା ପାର କରିବା ପାଇଁ ଅତିକମରେ ୫୪ ଜଣ ବିଧାୟକଙ୍କ ଆବଶ୍ୟକତା ଥିଲା। ରିପୋର୍ଟ ମୁତାବକ, ରୀତାବ୍ରତଙ୍କ ଗୋଷ୍ଠୀ ୫୮ ଜଣ ବିଧାୟକଙ୍କ ସ୍ୱାକ୍ଷର ଦାଖଲ କରିଛନ୍ତି। ଏହି କାରଣରୁ ଏହି ଗୋଷ୍ଠୀକୁ ଆଇନ ଅନୁଯାୟୀ ସୁରକ୍ଷା ଦାବି କରିବାର ସୁଯୋଗ ମିଳିଗଲା।

ଭାରତୀୟ ଆଇନ ଏକ ରାଜନୈତିକ ଦଳ ଏବଂ ତାହାର ବିଧାୟକ ଦଳ (Legislative Wing) ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥାଏ। ରାଜନୈତିକ ଦଳ କହିଲେ ସେହି ସଂଗଠନକୁ ବୁଝାଏ ଯାହା ଦଳୀୟ ନେତୃତ୍ୱ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଏବଂ ବିଧାୟକ ଦଳ କହିଲେ ସେହି ଦଳର ନିର୍ୱାଚନ ସଙ୍କେତରେ ନିର୍ୱାଚିତ ହୋଇଥିବା ବିଧାୟକ କିମ୍ୱା ଏମପିମାନଙ୍କୁ ବୁଝାଏ।

ଶିବସେନାରେ ହୋଇଥିବା ରାଜନୈତିକ ବିଭାଜନ ସହ ଜଡ଼ିତ ପୂର୍ୱ ନିଷ୍ପତ୍ତିଗୁଡ଼ିକରେ ଅଦାଲତ ଏବଂ ସାମ୍ୱିଧାନିକ ସଂସ୍ଥାଗୁଡ଼ିକ ଏହି ବିଷୟର ଯାଞ୍ଚ କରିଥିଲେ ଯେ, କ’ଣ ନିର୍ୱାଚିତ ଅଧିକାଂଶ ବିଧାୟକ ବିଧାନସଭା ମଧ୍ୟରେ କୌଣସି ଗୋଷ୍ଠୀର ଦଳୀୟ ପରିଚୟ ଏବଂ ର୍ନିବାଚନ ସଙ୍କେତ ଉପରେ ଦାବିକୁ ମଜବୁତ କରିପାରିବେ? ଏହି ସମସ୍ତ ଉଦାହରଣ ଯୋଗୁଁ ଦଳରେ ବିଭାଜନ ହେବା ସମୟରେ ବିଧାୟକମାନଙ୍କର ସଂଖ୍ୟାବଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।

ଯଦିଓ ବିଦ୍ରୋହୀ ଗୋଷ୍ଠୀ ବହୁମତର ସମର୍ଥନ ଥିବା ଦାବି କରୁଛନ୍ତି, କିନ୍ତୁ ଦଳର ର୍ନିବାଚନ ସଙ୍କେତ ଏବଂ ଆଧିକାରିକ ମାନ୍ୟତାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସାଧାରଣତଃ ବିଧାନସଭା ବାଚସ୍ପତି ଏବଂ ର୍ନିବାଚନ କମିଶନଙ୍କ ଭଳି ସାମ୍ୱିଧାନିକ ସଂସ୍ଥା ଦ୍ୱାରା ହିଁ ନିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri