ମୌସୁମୀ ଛୁଇଁବା ପରେ ଓଡ଼ିଶାକୁ ଜାରି ହେଲା ଆଲର୍ଟ, ୪ ଦିନ ଯାଏ…

ଭୁବନେଶ୍ୱର,୪।୬: କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ ଦିନ ବିଳମ୍ବରେ ପହଞ୍ଚିଛି। ସାଧାରଣତଃ, ମୌସୁମୀ ଜୁନ ୧ ସୁଦ୍ଧା କେରଳରେ ପହଞ୍ଚିଥାଏ ଏବଂ ପରବର୍ତ୍ତୀ ସମୟରେ ପ୍ରାୟ ଦେଢ଼ ମାସ ମଧ୍ୟରେ ସମଗ୍ର ଦେଶକୁ ବ୍ୟାପିଥାଏ ।

IMD ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନଅ ଦିନ ବିଳମ୍ବରେ ଜୁନ ୪ ତାରିଖରେ କେରଳରେ ପ୍ରବେଶ କରିଛି। ବର୍ତ୍ତମାନଠାରୁ ପ୍ରାୟ ୧୦ ଘଣ୍ଟା ପରେ, କେରଳ, କର୍ନାଟକ ଏବଂ ତାମିଲନାଡୁର ଉପକୂଳବର୍ତ୍ତୀ ସହରଗୁଡ଼ିକରେ ପ୍ରବଳ ବର୍ଷା ସହିତ ପ୍ରବଳ ପବନ ବହିପାରେ। ଆଗାମୀ ସାତ ଦିନ ପାଇଁ ସମାନ ପାଣିପାଗ ସତର୍କତା ଜାରି ରହିବ ଏବଂ ବାସିନ୍ଦାମାନେ ସତର୍କ ରହିବା ଉଚିତ୍‌ ବୋଲି ପାଣିପାଗ ବିଭାଗ ସର୍ତ କରାଇଛି।

ଆଇଏମଡି ଅନୁଯାୟୀ, ମୌସୁମୀ ପ୍ରବେଶ କରିବା ପରେ ଆଗାମୀ କିଛି ଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ସମେତ ୨୫ଟି ରାଜ୍ୟରେ ବର୍ଷା, ଝଡ଼ବର୍ଷା ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଚାରି ଦିନ ଧରି ଝଡ଼ବର୍ଷା ଏବଂ ବଜ୍ରପାତ ହୋଇପାରେ। ରାଜସ୍ଥାନ, ହିମାଚଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ କୁଆପଥର ବର୍ଷା ହେବା ନେଇ ସତର୍କ କରାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri