Posted inରାଜ୍ୟ

ପ୍ରି-ଲିଟିଗେଶନ୍‌ ଡେସ୍କ ଉଦ୍‌ଘାଟିତ: ମାମଲା ହ୍ରାସ ସହ କମିବ ଅଭିଯୋଗକାରୀଙ୍କ ଖର୍ଚ୍ଚ

ଅନୁଗୋଳ ଅଫିସ, ୧।୬: ଅନୁଗୋଳ ଜିଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ପ୍ରାକ୍‌ ବିବାଦ ସମାଧାନ କେନ୍ଦ୍ର ବା ପ୍ରି-ଲିଟିଗେଶନ୍‌ ଡେସ୍କ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ରରେ ବୈବାହିକ ବିବାଦ, ପାରିବାରିକ କଳହ ଓ ଅନ୍ୟାନ୍ୟ ଅଦାଲତ ସମ୍ବନ୍ଧୀୟ ମକବ୍ଦମା ଦାୟର ପୂର୍ବରୁ ଆପୋଷ ସମାଧାନ କରାଯିବ। ପଡ଼ି ରହିଥିବା ମାମଲାଗୁଡ଼ିକୁ ହ୍ରାସ କରିବା ଓ ଅଭିଯୋଗକାରୀଙ୍କୁ ଖର୍ଚ୍ଚାନ୍ତରୁ ନିବୃତ୍ତ ରଖିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଛି। ଏହାଦ୍ୱାରା ଅନୁଗୋଳ ଜିଲାର ଜନସାଧାରଣ ଉପକୃତ ହେବେ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ଅନୁଗୋଳ ଜିଲା ଦୌରାଜଜ୍‌ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସ, ଉପସଚିବ ଦୀପକ ରଞ୍ଜନ ସାହୁ, ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ (ଭିଜିଲାନ୍ସ) ରୂପଶ୍ରୀ ଚୌଧୁରୀ, ରେଜିଷ୍ଟ୍ରାର ବାସୁଦେବ ଆଚାର୍ଯ୍ୟ, ବରିଷ୍ଠ ଦେୱାନୀ ବିଚାରପତି ଲିଲିପ୍ତା ପଶାୟତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର, ପ୍ରୋବେସନ୍‌ର ଶ୍ରୁତି ସ୍ବରୂପା ସାହୁ ଓ ସଞ୍ଜୀବ ପଣ୍ଡା, ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ଅନୁଗୋଳ ବାର୍‌ ଆସୋସିଏଶନ ଉପସଭାପତି ମମତା ପଟ୍ଟନାୟକ, ଅନୁଗୋଳ ବାର୍‌ଆସୋସିଏଶନର ସମ୍ପାଦକ ହିମାଂଶୁ ଭୂଷଣ ସାମଲ ଓ ପୂର୍ବତନ ସଭାପତି ଦିଲୀପ କୁମାର ଦାସଙ୍କ ସମେତ ଜିଲା ଆଇନ ସେବା ପ୍ରାଧିକରଣ ସମସ୍ତ ମିଡିଏଟର, ଆଇନଜୀବୀ ଓ ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅଭିନନ୍ଦିତା ପଣ୍ଡା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri