ପ୍ରସ୍ତାବିତ ୫୫ ନଂ. ଜାତୀୟ ରାଜପଥ ସମ୍ପର୍କିତ ସମୀକ୍ଷା ବୈଠକ: ଏପ୍ରିଲରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ୍‌, ୮।୨: ୨୦୧୭ରେ ୫୫ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ ପାଇଁ ଘୋଷଣା ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ଅନ୍ତର୍ଭୁକ୍ତ କରାଯାଇଛି। ତେବେ ମାର୍ଚ୍ଚ ସୁଦ୍ଧା ଲାଇନ୍‌ ବିଭାଗଗୁଡିକ ପ୍ରସ୍ତାବିତ ରାଜପଥ ଜମିରୁ ଗଛ, ବିଦ୍ୟୁତ୍‌ ଖୁଣ୍ଟ, ତାର, ବିଏସ୍‌ଏନ୍‌ଏଲ୍‌ ଖୁଣ୍ଟ, ତାର, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପାଇପ୍‌ଲାଇନ୍‌ ଉଚ୍ଛେଦ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରି ରିପୋର୍ଟ ଦାଖଲ କରିବେ। ତା’ପରେ ଅର୍ଥାତ୍‌ ଏପ୍ରିଲରୁ ଉଚ୍ଛେଦ ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ପ୍ରସ୍ତାବିତ ୫୫ ଜାତୀୟ ରାଜପଥ ସମ୍ପର୍କିତ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଛନ୍ତି। ଏଥିରେ ଜିଲାପାଳ ଏକଥା ମଧ୍ୟ କହିଥିଲେ ଯେ, ଏନ୍‌ଏଚ୍‌-୫୫ ରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ରାସ୍ତା ରହିଛି। ରାଜପଥ ନିର୍ମାଣ ନେଇ ଭାରତ ସରକାର ବିଜ୍ଞପ୍ତି ପ୍ରକାଶ କରିସାରିଲେଣି। ଏହି ରାସ୍ତା ନିର୍ମାଣ ହେଲେ ଜିଲାର କୁଜଙ୍ଗ ବ୍ୟତୀତ ଜଗତ୍‌ସିଂହପୁର, ନାଉଗାଁ, ବାଲିକୁଦା, ଏରସମା, ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ତହସିଲର ଜମି ଅଧିଗ୍ରହଣ ହେବ। ତେଣୁ ଏହିସବୁ ତହସିଲର ତହସିଲଦାରମାନଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଆର୍ବିଟ୍ରେଟର୍‌ ରହିବେ ଜିଲାପାଳ। ଏହାଦ୍ୱାରା ଲୋକେ କୋର୍ଟ ନ ଯାଇ ଜିଲାପାଳଙ୍କ ନିକଟରେ ସେମାନଙ୍କ ଆପତ୍ତି, ଅଭିଯୋଗ ପ୍ରଦାନ କରିପାରିବେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତାର ଓସାର ୨୦ ମିଟର ରହିବ। ନୂଆ ରାସ୍ତା ପାଖାପାଖି ୪୦ କିଲୋମିଟର ତିଆରି ହେବ। ବାଇପାସ୍‌ କିନ୍ତୁ ୯ଟି ରହିବ। ଜାତୀୟ ରାଜପଥ ଉପରେ ଅର୍ଥାତ୍‌ ଛପଡ଼ା ଓ କନ୍ଦରପୁରଠାରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାର ଯୋଜନା ରହିଛି। ଛପଡ଼ା ଓଭରବ୍ରିଜ୍‌ କାମ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ହେବାର ଥିବାବେଳେ କନ୍ଦରପୁର ପାଇଁ ସମୟ ଲାଗିବ। କାରଣ ଏହି ଜମି କଟକ ଜିଲା ଅଧୀନରେ ଥିବାରୁ କଟକ ଜିଲାପାଳଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ରାଜପଥ ନିର୍ମାଣ ପୂର୍ବରୁ ସବୁଠାରୁ କମ୍‌ ଜମିରୁ ଉଚ୍ଛେଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ୨୦୦ରୁ ଅଧିକ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର୍‌ ଉଚ୍ଛେଦ ହେବ। ପାଖାପାଖି ୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଘର ଥିବାରୁ ସେଗୁଡିକୁ ଉଚ୍ଛେଦ କରାଯିବ। ଏଥିସହ କ୍ୟାବିନ୍‌ ଆଦି ଉଚ୍ଛେଦ ହେବ। ଜମି ମାଲିକଙ୍କୁ ମାର୍କେଟ୍‌ ଦରଠାରୁ ଅଧିକ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ନିର୍ମାଣ ହେଲେ ତା’ପାର୍ଶ୍ୱରେ ଗଛ ନ ଲଗାଇବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଯେହେତୁ ରାସ୍ତା ସମ୍ପ୍ରସାରଣ ହେଉଛି ତେଣୁ ଲଗାଯାଇଥିବା ଗଛ କଟାଯାଉଛି। ତେଣୁ ରାସ୍ତା ପାର୍ଶ୍ୱ ଅପେକ୍ଷା ମଝିରେ ଦୀର୍ଘ ମିଆଦି ଗଛ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦଳେଇ ଘାଇ, ଜଗତ୍‌ସିଂହପୁର, ବାଲିକୁଦା, ବୋରିକିନା, ବାଲିତୁଠ ଓ ଚଟୁଆ ଆଦି ମୁଖ୍ୟ ବଜାରଠାରେ ବାଇପାସ୍‌ ନିର୍ମାଣ ହେବ। ଏହାଦ୍ୱାରା ମୁଖ୍ୟତଃ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି। ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଏହା ଅତିବେଶିରେ ଅଢେଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଜିଲାର ଅର୍ଥନୈତିକ ଗୁରୁତ୍ୱ ବଢିବ। ପ୍ରସ୍ତାବିତ ଜାତୀୟ ରାଜପଥ ଅଗ୍ରଗତି ସମ୍ପର୍କରେ ଜିଲାପାଳ ପ୍ରତି ସପ୍ତାହରେ ସମୀକ୍ଷା କରିବେ। ବୈଠକରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, କର୍ମକର୍ତ୍ତା, ତହସିଲଦାର, ଡିଏଫ୍‌ଓ, ସେସୁ, ଡ୍ରେନେଜ୍‌, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଓ ବିଏସ୍‌ଏନ୍‌ଏଲ୍‌ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri