ପ୍ରସ୍ତାବିତ ତୈଳଭଣ୍ଡାରକୁ ବିରୋଧ

ଓଡାପଡା,୨୪ା୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ତେନ୍ତୁଳିଆପଡା ଓ ରସାସିଂ ଅଞ୍ଚଳରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ୍‌)ର ପ୍ରସ୍ତାବିତ ତୈଳ ଭଣ୍ଡାରକୁ ଶନିବାର ଜୋରଦାର ବିରୋଧ କରାଯାଇଛି। ସଦାଶିବପୁର, ଗୁଣଦେଇ ଓ ଗଦାଶିଳା ପଞ୍ଚାୟତର ବହୁ ଲୋକେ ପସାସିଂ ଗ୍ରାମ ନିକଟରେ ଏ ନେଇ ଏକ ପ୍ରତିବାଦ ସଭା କରିଥିଲେ।
ଜିଲା ପରିଷଦର ପୂର୍ବତନ ସଭାପତି ରେବତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠ କୃଷକ ନେତା ତଥା କୃଷକ ଆନ୍ଦୋଳନର ଆବାହକ ଲିଙ୍ଗରାଜ ଯୋଗଦେଇ ଏହି ପ୍ରକଳ୍ପକୁ ବିରୋଧ କରିବା ସହ ଏହା ଚାଷୀ, ଚାଷ, ହାତୀ ଓ ଅଞ୍ଚଳବାସୀଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ସାମାଜିକ କର୍ମୀ ପ୍ରଶାନ୍ତ କୁମାର ମିଶ୍ର, ସରୋଜ କୁମାର ଶତପଥୀ, ଜୟନ୍ତ କୁମାର ଧଳ, ଶେଖରଚନ୍ଦ୍ର ସେଠି, ଅନ୍ତର୍ଯ୍ୟାମୀ ବରାଳ, ଗୋଲକ ବିହାରୀ ମହାନ୍ତି, ପ୍ରମିଳା ଜେନା, ଲକ୍ଷ୍ମଣ କବି, ସଦାଶିବପୁର ସମିତି ସଭ୍ୟା ଧରିତ୍ରୀ ମଲିକ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଇ ଜନବସତି ନିକଟରେ ଏଭଳି ଏକ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତିର ତୀବ୍ର ନିନ୍ଦା କରିଥିଲେ। ପ୍ରସ୍ତାବିତ ଅଞ୍ଚଳ ହାତୀ ଚଲାପଥ ହୋଇଥିବାରୁ ସେଠାରେ ପାଚେରି ନିର୍ମାଣ କଲେ ହାତୀପଲ ପଥ ହୁଡିବା ସହ ଗ୍ରାମାଭିମୁଖୀ ହୋଇ ଧନଜୀବନ ହାନି କରିବାର ସମ୍ଭାବନା ରହିଛି। ଉକ୍ତ ପ୍ରକଳ୍ପ ଏକ ଉପତ୍ାଦନମୂଳକ ପ୍ରକଳ୍ପ ହୋଇ ନ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ନିଯୁକ୍ତି ପ୍ରଦାନ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିବ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏହି ପ୍ରକଳ୍ପ ପାଇଁ ଜାନୁୟାରୀ ୩୧ରେ ରସାସିଂ ଓ ତେନ୍ତୁଳିଆପଡା ଗ୍ରାମରେ ହୋଇଥିବା ଗ୍ରାମସଭା ଜୋର ଜବରଦସ୍ତ ଓ ଏକତରଫା ଭାବେ କରାଯାଇଥିବାରୁ ତାହାକୁ ରଦ୍ଦ କରିବା ପାଇଁ ସେମାନେ ଦୃଢ଼ ଦାବି ଜଣାଇଥିଲେ। ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ନିର୍ମଳ କୁମାର ଜେନା ଧନ୍ୟବାଦ ଦେଇଥିବା ବେଳେ ବାମଦେବ ପରିଡା, ସୁଶୀଳ ପରିଡା ଓ ଅଜିତ ବେହେରା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri