ପ୍ରଶ୍ନ ଘେରରେ ପିଏମ୍‌ କେୟାର୍ସ

ନୂଆଦିଲ୍ଲୀ,୧୧ା୫: କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ହୋଇଥିତ୍ବା ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟିକ କାରବାର ପ୍ରାୟ ହେଉନାହିଁ କହିଲେ ଚଳେ। ଏଭଳି ସମୟରେ ଆର୍ଥିକ କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକ ଛଟେଇ ସହ ନିଜ କର୍ମଚାରୀଙ୍କ ଦରମା ମଧ୍ୟ କାଟଛାଣ୍ଟ କରୁଛନ୍ତି। ଏହାସତ୍ତ୍ୱେ କମ୍ପାନୀଗୁଡ଼ିକ ପିଏମ୍‌ କେୟାର୍ସ ପାଣ୍ଠିକୁ ବିପୁଳ ଅର୍ଥ ଦାନ କରୁଛନ୍ତି। ଏହି ଅର୍ଦ୍ଧ-ଘରୋଇ ରିଲିଫ୍‌ ଫଣ୍ଡର ଯାଞ୍ଚ ହେବ ନାହିଁ ବୋଲି ଏପରି କରାଯାଉଥିବା କୁହାଯାଉଛି। ନିଜର ତଥାକଥିତ ଦୁର୍ଦ୍ଦିନ ସମୟରେ କମ୍ପାନୀଗୁଡ଼ିକ ଏହି ରିଲିଫ୍‌ ଫଣ୍ଡକୁ ଏତେ ପରିମାଣର ଡୋନେଶନ ଦେବା କର୍ପୋରେଟ୍ସ ଓ କର୍ମଚାରୀଙ୍କ ମଧ୍ୟରେ ଅନାସ୍ଥା ଭାବ ସୃଷ୍ଟି କରିଛି। ପିଏମ୍‌ କେୟାର୍ସ କୌଣସି ଉତ୍ତରଦାୟିତ୍ୱର ପରିଧି ମଧ୍ୟରେ ଆସୁ ନ ଥିବାରୁ ଏହା ସରକାର ଓ କମ୍ପାନୀଗୁଡ଼ିକର କେଉଁ ଉଦ୍ଦେଶ୍ୟକୁ ସାଧିତ କରିବ ବୋଲି କେତେକ ମହଲରେ ପ୍ରଶ୍ନ ଉଠିଲାଣି।
କୋଭିଡ୍‌-୧୯ର ମୁକାବିଲା ପାଇଁ ନବଗଠିତ ପିଏମ୍‌ କେୟାର୍ସ ରିଲିଫ ଫଣ୍ଡକୁ ବିପୁଳ ପରିମାଣର ଡୋନେଶନ ଆସିବାରେ ଲାଗିଛି। ସେଲିବ୍ରିଟି, ଟାଇକୁନ, ମଧ୍ୟବିତ୍ତ ପ୍ରଫେସନାଲ ଓ ଶିଳ୍ପପତିମାନେ ଏହି ପାଣ୍ଠିକୁ ଦାନ କରୁଛନ୍ତି। ଆର୍ଥିକ ଅନଟନ ଯୋଗୁ କମ୍ପାନୀ ଚଳାଇ ହେଉନାହିଁ ବୋଲି କହୁଥିବା ମାଲିକମାନେ କାହିଁକି ଏପରି କରୁଛନ୍ତି ବୋଲି କେତେକ ମହଲରେ ପ୍ରଶ୍ନ ଉଠିଲାଣି। କିୟୋର ଡଟ୍‌ ଫିଟ୍‌ କଥା ବିଚାର କରାଯାଉ। ମେ ୪ ତାରିଖରେ ଏହି ଫିଟ୍‌ନେସ୍‌ ଷ୍ଟାର୍ଟଅପ୍‌ ପ୍ରାୟ ୮୦୦ କର୍ମଚାରୀଙ୍କୁ ଛଟେଇ କରିବା ସହ ଅନେକ ଫିଟନେସ୍‌ ସେଣ୍ଟରକୁ ମଧ୍ୟ ବନ୍ଦ କରିଦେଇଥିଲା। ଏହି କମ୍ପାନୀ ଛଟେଇ ହୋଇଥିବା କର୍ମଚାରୀଙ୍କ ପାଇଁ ଆପାତକାଳୀନ ପାଣ୍ଠିରେ ୨ କୋଟି ଟଙ୍କା ବା ୨୬୦,୦୦୦ ଡଲାରର ବ୍ୟବସ୍ଥା କରିଥିବାବେଳେ ପିଏମ୍‌ କେୟାର୍ସ ଓ ଅନ୍ୟ ରିଲିଫ ଫଣ୍ଡଗୁଡ଼ିକୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇ ବଦାନ୍ୟତା ଦେଖାଇଛି। ସେହିପରି ନିକଟରେ ଫେସ୍‌ବୁକ୍‌ ଓ ଆମେରିକାର ପ୍ରାଇଭେଟ ଇକ୍ୱିଟି କମ୍ପାନୀ ସିଲ୍‌ଭର ଲେକ୍‌ ଭାରତର ଅନ୍ୟତମ ବୃହତ୍‌ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ପୁଞ୍ଜିନିବେଶ କରିଛନ୍ତି। ଏହାପରେ ମୁକେଶ ଅମ୍ବାନୀଙ୍କ ଏହି କମ୍ପାନୀ ନିଜ ହାଇଡ୍ରୋକାର୍ବନ ବ୍ୟବସାୟର କର୍ମଚାରୀମାନଙ୍କ ଦରମା କାଟ କରିବା ସହ ପ୍ରଦର୍ଶନ ଆଧାରରେ ଦେୟକୁ ସ୍ଥଗିତ ରଖିଛି। ଏହାସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପିଏମ୍‌ କେୟାର୍ସକୁ ୫୦୦ କୋଟି ଟଙ୍କା ଡୋନେଶନ ଦେଇଛି। ଏଭଳି ସ୍ଥିତିରେ କମ୍ପାନୀଗୁଡ଼ିକ ନିଜ ଷ୍ଟାଫ୍‌ଙ୍କ ପ୍ରତି ଚୁକ୍ତି ଅନୁସାରେ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ରିଲିଫ୍‌ ଫଣ୍ଡକୁ ସ୍ବେଚ୍ଛାକୃତ ଭାବେ ଏତେ ମାତ୍ରାରେ ଅର୍ଥ ଦାନ କରିବା ନେଇ ସେମାନେ ବିସ୍ମିତ ହେବା ସ୍ବାଭାବିକ।
କମ୍ପାନୀଗୁଡ଼ିକ ପକ୍ଷରୁ ପିଏମ୍‌ କେୟାର୍ସ ପାଣ୍ଠିକୁ ଦିଆଯାଉଥିବା ଅର୍ଥକୁ ସେମାନଙ୍କର ବାର୍ଷିକ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)ର ଅଂଶ ଭାବେ ଆଇନତଃ ହିସାବ କରାଯିବ ବୋଲି କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏଫ୍‌ଏକ୍ୟୁରେ ଦର୍ଶାଯାଇଛି। ବର୍ତ୍ତମାନର ପରୀକ୍ଷଣ ସମୟରେ କମ୍ପାନୀଗୁଡ଼ିକ ସରକାରୀ କଳକୁ ଦାନ କରିବା ଜରୁରୀ ହୋଇଥିବାବେଳେ ସିଏସ୍‌ଆର୍‌ର ନେଟ୍‌ ଆର୍ଥିକ ବୋଝ ପରୋକ୍ଷ ଭାବେ କର୍ମଚାରୀଙ୍କ ମୁଣ୍ଡରେ ପଡ଼ୁଥିବା ଭଳି ମନେହେଉଛି। କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ନିଜ ଷ୍ଟାଫ୍‌ଙ୍କ ଅର୍ଥ ଉପଯୋଗ କରି ସିଏସ୍‌ଆର୍‌ ଉତ୍ତରଦାୟିତ୍ୱରୁ ମୁକୁଳିବା ପାଇଁ ମହାମାରୀକୁ ବ୍ୟବହାର କରୁଛନ୍ତି କି ବୋଲି ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ।
କେବଳ କମ୍ପାନୀ ଓ ଷ୍ଟାର୍ଟଅପ୍‌ଗୁଡ଼ିକର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁନାହିଁ, ବରଂ ପିଏମ୍‌ କେୟାର୍ସ ପାଣ୍ଠି ମଧ୍ୟ ସନ୍ଦେହ ଘେରକୁ ଟାଣି ହୋଇଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏହି ଫଣ୍ଡର ଉଦ୍ଦେଶ୍ୟ ହେଉଛି ଜରୁରୀ ସମୟରେ ଜନସ୍ବାସ୍ଥ୍ୟ, ବିପର୍ଯ୍ୟୟ, ଅନଟନ ବେଳେ ଡୋନେଶନକୁ କାର୍ଯ୍ୟରେ ଲଗାଯିବ। ସେହିପରି ସ୍ବାସ୍ଥ୍ୟସେବା ସୃଷ୍ଟି ଓ ଏହାର ଉନ୍ନତୀକରଣ ତଥା ଏସମ୍ପର୍କିତ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଭାବିତ ଲୋକଙ୍କୁ ଅନୁଦାନ ବା ରିହାତି ଆକାରରେ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ ଏହି ପାଣ୍ଠିରୁ କରାଯିବ ବୋଲି ଏଥିରେ ବ୍ୟବସ୍ଥା ରହିଛି। ୧୯୪୮ରେ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ଫଣ୍ଡ (ପିଏମ୍‌ଏନ୍‌ଆର୍‌ଏଫ୍‌) ଭଳି ପିଏମ୍‌ କେୟାର୍ସର ଉଦ୍ଦେଶ୍ୟ ରହିଛି। ତେବେ ପିଏମ୍‌ଏନ୍‌ଆର୍‌ଏଫ୍‌ର ଉଦ୍ଦେଶ୍ୟ ଜାତୀୟ ସ୍ତରର ସମସ୍ତ ପ୍ରକାର ଦୁଃଖ ଦୁର୍ଦ୍ଦଶା ବେଳେ ପାଣ୍ଠି ବିନିଯୋଗ କରିବା ହୋଇଥିବାବେଳେ ଏହି ଦୁଇ ପାଣ୍ଠିରେ ଦୁଇଟି ବଡ଼ ପାର୍ଥକ୍ୟ ରହିଛି। ପ୍ରଥମତଃ ଦାନଭିତ୍ତିକ ଫଣ୍ଡ ପିଏମ୍‌ କେୟାର୍ସ ପାର୍ଲାମେଣ୍ଟ ଦ୍ୱାରା ପ୍ରଣୀତ କୌଣସି ଆଇନ ବଳରେ ଗଠନ କରାଯାଇନାହିଁ। ଏପରି କି ଏହା ଭାରତର କନ୍‌ସୋଲିଡେଟେଡ୍‌ ଫଣ୍ଡ ବା ସରକାରଙ୍କ ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟର ଅଂଶ ମଧ୍ୟ ନୁହେଁ। ପିଏମ୍‌ କେୟାର୍ସ ଫଣ୍ଡ ଏକ ସାମ୍ବିଧାନିକ ବା ସରକାରୀ ଫଣ୍ଡ ନୁହେଁ, ବରଂ ଅର୍ଦ୍ଧଘରୋଇ ପାଣ୍ଠି। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ହୋଇଥିବାବେଳେ ପ୍ରତିରକ୍ଷା, ସ୍ବରାଷ୍ଟ୍ର ଓ ଅର୍ଥମନ୍ତ୍ରୀମାନେ ଟ୍ରଷ୍ଟି ଅଛନ୍ତି। ପିଏମ୍‌ଏନ୍‌ଆର୍‌ଏଫ୍‌ ମଧ୍ୟ ଏକ ଅର୍ଦ୍ଧଘରୋଇ ପାଣ୍ଠି ହୋଇଥିଲେ ହେଁ ଇଣ୍ଡିଆନ୍‌ ଟ୍ରଷ୍ଟିଜ୍‌ ଆକ୍ଟର ଧାରା ୧୯ ଅଧୀନରେ ଦେଶର କୌଣସି ନାଗରିକ ଏହାର ପରିଚାଳନା ସମ୍ପର୍କରେ ଯାଞ୍ଚ କରିପାରିବେ।
ଅନ୍ୟପକ୍ଷରେ ପିଏମ୍‌ କେୟାର୍ସ ଫଣ୍ଡକୁ ‘ଇଣ୍ଡିପେଣ୍ଡେଣ୍ଟ ଅଡିଟର୍ସ’ଙ୍କ ଦ୍ୱାରା ଯାଞ୍ଚ କରାଯାଇ ପାରିବ ବୋଲି ଏଥିରେ ପ୍ରସ୍ତାବ ରହିଛି। ତେବେ ଯେଉଁ ସ୍ବାଧୀନ ସମୀକ୍ଷକ ଏହି ପାଣ୍ଠିର ଯାଞ୍ଚ କରିବେ ସେ ଅଧ୍ୟକ୍ଷ ଓ ଟ୍ରଷ୍ଟିମାନଙ୍କ ଦ୍ୱାରା ହିଁ ନିଯୁକ୍ତ ହେବେ। ଅର୍ଥାତ୍‌ ଏହି ସ୍ବାଧୀନ ସମୀକ୍ଷକଙ୍କ ନିରପେକ୍ଷତା ବା ସ୍ବାଧୀନତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ରହୁଛି। ପିଏମ୍‌ଏନ୍‌ଆର୍‌ଏଫ୍‌କୁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଯାଞ୍ଚ କରିଥାଆନ୍ତି ଏବଂ ତଦାରଖ ସମ୍ପର୍କିତ ରିପୋର୍ଟ ମଧ୍ୟ ସାର୍ବଜନୀନ ହୋଇଥାଏ। ଆଲୋଚନା ସାପେକ୍ଷ ପ୍ରଶ୍ନଟି ହେଉଛି ପିଏମ୍‌ଏନ୍‌ଆର୍‌ଏଫ୍‌ ଥାଉ ଥାଉ ବିନା କୌଣସି ଆଇନ ପ୍ରଣୟନରେ ଏକ ଛଦ୍ମ ଘରୋଇ ଏବଂ ସିଏଜିଙ୍କ ପରିସର ବହିର୍ଭୂତ ପାଣ୍ଠି କାହିଁକି ଗଠନ କରାଗଲା?


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?