ପ୍ରଭାସ ନୁହନ୍ତି, ଏହି ବିବାହିତ ନିର୍ଦ୍ଦେଶକଙ୍କ ପ୍ରେମରେ ଅନୁଷ୍କା: ଶୀଘ୍ର କରିପାରନ୍ତି ବିବାହ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ ଜଗତର ଆଗଧାଡ଼ିର ନାୟିକା ଅନୁଷ୍କା ସେଟ୍ଟୀ। ଚଳଚ୍ଚିତ୍ର ‘ବାହୁବଲୀ’ରେ ଚରିତ୍ରକୁ ନେଇ ଅଧିକ ଲୋକପ୍ରିୟ ହୋଇଥିଲେ ସେ। କେବଳ ସେତିକି ନୁହେଁ, ଫିଲ୍ମ ନାୟକ ପ୍ରଭାସଙ୍କ ସହ ତାଙ୍କର ଇଲୁ ଇଲୁ ଚାଲିଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା। ଏକଥାକୁ କିନ୍ତୁ ଉଭୟ ଅଭିନେତା ଏଡ଼ାଇ ଆସୁଥିଲେ। ଏବେ କଥା ବଦଳିଛି। ଅନୁଷ୍କାଙ୍କ ଜୀବନସାଥୀଙ୍କୁ ନେଇ ହୋଇଛି ବଡ଼ ଖୁଲାସା।

ଏକ ରିପୋର୍ଟ ଅନୁସାରେ, ଅନୁଷ୍କା ଏବେ ନିର୍ଦ୍ଦେଶକ ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ କୋବଲାମୁଡ଼ିଙ୍କ ପ୍ରେମରେ। ଉଭୟ ବିବାହ ମଧ୍ୟ କରିପାରନ୍ତି। ହେଲେ ପ୍ରକାଶ ପୂର୍ବରୁ ବିବାହିତ। ଲେଖିକା କନିକା ଢିଲ୍ଲନ ତାଙ୍କ ପତ୍ନୀ। ୨୦୧୪ରେ ଉଭୟ ବିବାହ କରିଥିଲେ। ଏବେ କିନ୍ତୁ କନିକାଙ୍କଠାରୁ ପ୍ରକାଶ ଅଲଗା ରହୁଥିବା କୁହାଯାଉଛି।

ପ୍ରକାଶ ପେସାରେ ଜଣେ ନିର୍ଦ୍ଦେଶକ। ‘ଜଜ୍‌ମେଣ୍ଟାଲ ହେ କ୍ୟା’ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡ୍‌ରେ କରିଥିଲେ ଡେବ୍ୟୁ। ସ୍ତ୍ରୀ କନିକା ମଧ୍ୟ ଏଥିରେ କାମ କରିଥିଲେ। କାରଣ ଫିଲ୍ମର କାହାଣୀ ଲେଖିଥିଲେ ସେ। ଏଣୁ ଉଭୟ ଅଲଗା ହୋଇଥିଲେ ହେଁ ଭଲ ବନ୍ଧୁ ଅଛନ୍ତି।
ଫିଲ୍ମ ‘ସାଇଜ୍‌ ଜିରୋ’ ଶୁଟିଂ ସମୟରେ ପ୍ରକାଶଙ୍କୁ ଭେଟିଥିଲେ ଅନୁଷ୍କା। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କଥା ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି। ହୁଏତ ଆଗାମୀ ଦିନରେ ଅନୁଷ୍କାଙ୍କ ପ୍ରଶଂସକ ବିବାହ ଖବର ଶୁଣିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହାୟତାର ହାତ ବଢାଇଲେ ବବିତା

ସିଂହପୁର,୨।୮(ଅନଙ୍ଗ ଉଦୟ ବେଉରିଆ): ବିଞ୍ଝାରପୁର ବ୍ଲକ ଅଧୀନ ରଣପୁର ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବିଞ୍ଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ବନ୍ୟା…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri