ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଂଶ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ ଏବଂ ଦେବଗଡ଼ର ଅଧିକାଂଶ ଅଞ୍ଚଳକୁ ଛୁଇଁବା ପରେ ଆଗକୁ ବଢ଼ୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ସହ ଗରମ ଓ ଗୁଳୁଗୁଳି ଜାରି ରହିବ। ଏଥିପାଇଁ ବୁଧବାର ସମଗ୍ର ରାଜ୍ୟରେ ଝଡ଼ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅପରପକ୍ଷେ ହିଟ୍‌ ଓ୍ବେଭ୍‌ ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ୟେଲୋ ଓ୍ବାର୍ନିଂ ରହିଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଆଗାମୀ ୩/୪ ଦିନ ପରେ ତାପମାତ୍ରା ହ୍ରାସ ପାଇବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ମଙ୍ଗଳବାର ରାଜ୍ୟର ୭ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବୌଦ୍ଧରେ ସର୍ବାଧିକ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri