ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନରେ କର୍ତ୍ତବ୍ୟରେ ଘୋର ବିଶୃଙ୍ଖଳା ଏବଂ ଅବହେଳା କରିଥିବାରୁ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀ, ଭେଡ଼େନ ଜଳସେଚନ ସବ୍‌ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ସହକାରୀ ଯନ୍ତ୍ରୀ ରଞ୍ଜନ ପଟେଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି। ନିଲମ୍ବନ ହେବା ପରେ ବିଭାଗୀୟ ଯନ୍ତ୍ରୀଙ୍କ ଚେତା ପଶିଛି। ଯେଉଁ ଠିକାଦାରଙ୍କୁ ଉକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଫୁଲତୋଡ଼ା, ଉପାୟନ ଦେଇ ମଞ୍ଚାସୀନ କରିଥିଲେ, ସେହି ଠିକାଦାର ଅମରଦୀପ ଅଗ୍ରୱାଲଙ୍କ ବିରୋଧରେ ଏବେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ତେବେ ଏତଲା ମଧ୍ୟ ସାଧାରଣ ନୁହେଁ। ସମ୍ପୃକ୍ତ ଠିକାଦାର ଅଗ୍ରୱାଲ ଓଡ଼ିଶା ଜଳସମ୍ପଦ ବିଭାଗର ସରକାରୀ ଜମିରେ ବିନା ଅନୁମତିରେ ଅବୈଧ ଖନନ କରି ସାଧାରଣ ଜନତାଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ନେଇ ଉଲ୍ଲେଖ କରିଛନ୍ତି। ନିଲମ୍ବିତ ଯନ୍ତ୍ରୀ ପଟେଲ ଗତ ୯ତାରିଖରେ ଦେଇଥିବା ସେହି ଏତଲାକୁ ଭିତ୍ତି କରି ପୋଲିସ ଠିକାଦାର ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୯(୩), ୩୨୬(ଏ), ପ୍ରିଭେନ୍ସନ ଅଫ୍‌ ଡେମେଜ୍‌ ଟୁ ପବ୍ଲିକ ପ୍ରପର୍ଟି ଆକ୍ଟ ୧୯୮୪ର ଧାରା-୩, ଓଡ଼ିଶା ଇରିଗେଶନ ଆକ୍ଟର ଧାରା-୩୯ରେ ଏକ ମାମଲା(ନଂ-୩୦୭/୨୬) ରୁଜୁ କରିଛି। ତେବେ ଗୋଟିଏ ପଟେ କାର୍ଯ୍ୟର ଶୁଭାରମ୍ଭ ସମାରୋହରେ ଫୁଲତୋଡ଼ା ସହିତ ମଞ୍ଚାସୀନ କରିବା ଏବଂ ଅନ୍ୟପଟେ ନିଲମ୍ବନ ହେବା ପରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ପୋଲିସରେ ଏତଲା ଏବେ ଚର୍ଚ୍ଚାର ବିଷୟ ହୋଇଛି।
କେବଳ ସେତିକି ନୁହେଁ, ନିଲମ୍ବନ ହେବା ପୂର୍ବରୁ କାହିଁକି ଓ କେଉଁ ସ୍ବାର୍ଥରେ ବିଭାଗୀୟ ଯନ୍ତ୍ରୀ ସବୁ ଜାଣିଶୁଣି ନୀରବ ରହିଥିଲେ ଏବଂ ନିଲମ୍ବନ ହେବା ପରେ ଏତଲା ଦେବା ପାଇଁ ଥାନାକୁ ଆଗେଇ ଆସିଲେ, ତାକୁ ନେଇ ମଧ୍ୟ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେହିପରି ଠିକାଦାରଙ୍କ ଉପରେ ସବୁ ଦୋଷ ଲଦି ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀମାନେ ଏଭଳି ଏକ ବଡ଼ ଅନିୟମିତତାରୁ ଖସିଯିବାକୁ ଉଦ୍ୟମ କରୁଛନ୍ତି ନା ଜଣେ ନିଲମ୍ବିତ ଯନ୍ତ୍ରୀଙ୍କ ଦ୍ୱାରା ଏତଲା କରାଯାଇ ଏଥିରେ ପ୍ୟାଚଅପ୍‌ ମାରିବାକୁ ପ୍ରୟାସ କରାଯାଇଛି, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। କଥା ସେତିକିରେ ସରି ନାହିଁ। ଏହି ଅନିୟମିତତାରେ ସମ୍ପୃକ୍ତ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରି ସାରିଛନ୍ତି, ମାତ୍ର ଏତଲା ହେବାର ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ପୋଲିସ ସମ୍ପୃକ୍ତ ଠିକାଦାରଙ୍କୁ ଗିରଫ କରିବା ତ ଦୂରର କଥା, ସେତେବେଳେ କେନାଲ ଖନନରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଏପର୍ଯ୍ୟନ୍ତ ଜବତ କରି ନ ପାରିବା ସମସ୍ତଙ୍କୁ ଚକିତ କରି ପକାଇଛି। ଅନ୍ୟପଟେ ମାଟି, ବାଲି, କଂକ୍ରିଟ୍‌ ଉଠାଯାଇଥିବା ସ୍ଥାନରେ ବାଲିବସ୍ତା ଦେଇ କାମଚଳା ମରାମତି କରାଯାଉ ଥିଲେ ମଧ୍ୟ ପାଣି ଛଡ଼ା ଗଲେ ଓ ବର୍ଷା ହେଲେ କେନାଲର ସ୍ଥାୟିତ୍ୱ ଏବଂ ସାଧାରଣ ଜନତାଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଆଶଙ୍କା ଏବେ ମଧ୍ୟ ରହିଛି।
ସୂଚନା ଅନୁଯାୟୀ, ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ କେନାଲର ଆରଡ଼ି ୩୫୬୧ଏମ୍‌ଠାରୁ ୫୪୭୩ଏମ୍‌ ପର୍ଯ୍ୟନ୍ତ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବରଗଡ଼ ସହର ନିକଟସ୍ଥ ଉକ୍ତ କେନାଲର ଆରଡ଼ି ୪୧୪୫ଏମ୍‌ରୁ ଆର୍‌ଡି ୫୧୪୦ଏମ୍‌ ପର୍ଯ୍ୟନ୍ତ ଏହା ନିର୍ମାଣ ପାଇଁ ପ୍ରାୟ ୫୦କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗତମାସ ୧୭ତାରିଖ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଏବଂ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସେତେବେଳେ ବିଭାଗୀୟ ଯନ୍ତ୍ରୀମାନେ ଠିକାଦାର ଅମରଦୀପ ଅଗ୍ରୱାଲଙ୍କ ସମେତ ଅନ୍ୟ ଅତିଥିଙ୍କୁ ଫୁଲତୋଡ଼ା ସହିତ ସମାରୋହରେ ମଞ୍ଚାସୀନ କରିଥିଲେ। ସମାରୋହ ପରେ କେନାଲରୁ ମାଟି, ବାଲି, କଂକ୍ରିଟ୍‌ ଉଠାଯାଇ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋର୍‌ରେ ଚାଲିଥିଲା। ମାତ୍ର ଗତମାସ ୨୫ତାରିଖ ଝଡ଼ବତାସରେ ବରଗଡ଼ ଥାନାଛକସ୍ଥିତ ଧନୁଯାତ୍ରା ତୋରଣ ଭାଙ୍ଗିଯିବା ପରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତା ପଦାକୁ ଆସିଥିଲା। ସେତେବେଳେ ରାତାରାତି ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦିଆଯିବା ସହିତ ବ୍ୟବହୃତ ମେଶିନ ଗୁଡ଼ିକୁ ଉଠାଇ ନିଆଯାଇ ଥିବାବେଳେ ହଠାତ୍‌ ଅଧୀକ୍ଷଣ ଯନ୍ତ୍ରୀ ସେଠୀଙ୍କୁ ମୁଖିଗୁଡ଼ାକୁ ବଦଳି ହୋଇଥିଲା। ତେବେ ସରକାରଙ୍କ ବିନା ଅନୁମୋଦନ ଓ ବିନା ଚୁକ୍ତିନାମାରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ବିଜେଡି ରାଜ୍ୟ ସରକାରଙ୍କଠାରେ ଅଭିଯୋଗ କରିବା ପରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏଠାରେ କାର୍ଯ୍ୟରତ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri