Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଖପ୍ପା

ନୂଆଦିଲ୍ଲୀ,୨୨।୧୨: ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଶନିବାର ଆୟୋଜିତ ହୋଇଥିବା ଭାଜପାର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ସମଗ୍ର ଦେଶରେ ହେଉଥିବା ହିଂସା ପାଇଁ ବିରୋଧୀ ଦଳ ଦାୟୀ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି, ”ଦେଶରେ ଯେଉଁ ଅନିଶ୍ଚିତତା ଓ ଭୟର ପରିସ୍ଥିତି ଆମ ଦ୍ୱାରା ନୁହେଁ, ପାର୍ଲାମେଣ୍ଟରେ ତାହା ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟରୁ ହିଁ ସୃଷ୍ଟି ହୋଇଛି। ତେଣୁ ସରକାର ଏଥିପାଇଁ ଦାୟୀ। ପ୍ରଧାନମନ୍ତ୍ରୀ ଯଦି ଏହି ଆନ୍ଦୋଳନକୁ ନେଇ ଚିନ୍ତିତ, ତେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ବୈଠକ କରିବା ସହ ଏନେଇ ଆଲୋଚନା କରିବା ଆବଶ୍ୟକ“ ବୋଲି ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ରାମଲୀଳା ମଇଦାନରେ ସିଏଏ ହିଂସା ପାଇଁ ବିରୋଧୀ ଦଳ ଦାୟୀ। ବିରୋଧୀ ଦଳଗୁଡ଼ିକ ଭୁଲ ଭିଡିଓ ଜାରି କରି ହିଂସାକୁ ପ୍ରୋତ୍ସାହନ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିବାଦରେ ରାହୁଲ ଗାନ୍ଧୀ, କୁଳପତି-ଶିକ୍ଷାବିତମାନେ ଲେଖିଲେ ଖୋଲା ଚିଠି

ନୂଆଦିଲ୍ଲୀ,୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ନିକଟରେ ରାହୁଲ ବିଶ୍ୱବିଦ୍ୟାଳୟର ମୁଖ୍ୟ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ।...

କୋର୍ଟଙ୍କ କାମ ଟେପ ରେକର୍ଡର ପରି ନୁହେଁ, ସାକ୍ଷୀ ଶତ୍ରୁତା କଲେ କ’ଣ କରିବେ କହିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟ କହିଛନ୍ତି ଯେ ଶୁଣାଣି ସମୟରେ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ କୋର୍ଟ କେବଳ ଟେପ ରେକର୍ଡର ଭଳି କାର୍ଯ୍ୟ କରିବା ଉଚିତ...

ଯିଏ ମୋଦିଙ୍କ ସହ ଠିଆ ହୋଇ ନାହିଁ, ସେ ଦେଶଦ୍ରୋହୀ, ଚନ୍ନିଙ୍କ ବୟାନକୁ ନେଇ କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ,୬।୫: ଭାଜପା ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କହିଛନ୍ତି ଏହା ଧର୍ମଯୁଦ୍ଧ, ଯିଏ ରାମଙ୍କର ହୋଇ ପାରିଲେ ନାହିଁ ସେ ଦେଶର ହୋଇପାରିବେ ନାହିଁ। ସମ୍ଭଲର...

କେ. କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି, କୋର୍ଟ ଖାରଜ କଲେ ଇଡି-ସିବିଆଇ ମାମଲାର ଜାମିନ ଆବେଦନ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତା ଗିରଫ ହୋଇଛନ୍ତି। ସୋମବାର (୬ ମେ ୨୦୨୪) ରେ...

ସୁପ୍ରିମକୋର୍ଟ ପହଞ୍ଚିଲେ ହେମନ୍ତ ସୋରେନ

ରାଞ୍ଚି,୬।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ କରିଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ...

ଆମେଠିରେ ରାହୁଲ-ପ୍ରିୟଙ୍କା ନିର୍ବାଚନ ନ ଲଢିବାକୁ ନେଇ କ’ଣ କହିଲେ ମାନେକା

ନୂଆଦିଲ୍ଲୀ,୬।୫: ମାନେକା ଗାନ୍ଧୀ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆମେଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ...

ଦିଲ୍ଲୀ ପରେ ଏବେ ଅହମଦାବାଦରେ ଭୟର ବାତାବରଣ, ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି। ଅହମଦାବାଦର କେତେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି,...

“ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ”: ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୬।୫: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମନ୍ତବ୍ୟକୁ ଜବାବ ଦେଇ ଜମ୍ମୁ କଶ୍ମୀରର ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ରବିବାର କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri