ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗକାରୀ ପରିବାରକୁ ମାଡ଼

ନୟାଗଡ଼ ଅଫିସ, ୨୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି ହୋଇଥିବାନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ଅଭିଯୋଗକାରୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଶୁକ୍ରବର ଉକ୍ତ ପରିବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, ଦଶପଲ୍ଲା ଏନ୍‌ଏସି ୧୬ ନମ୍ବର  ୱାର୍ଡର ବିଭୂତି ଭୂଷଣ ବରାଡ ତାଙ୍କ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ କିଛିଦିନତଳେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଦଶପଲ୍ଲା ବିଡିଓ ଏହାର ତଦନ୍ତକରି ଆଯୋଗ୍ୟ ହିତାଧିକାରୀ ପକା ଘର ପାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଉକ୍ତ ଅଞ୍ଚଳର କିଛି ବ୍ୟକ୍ତି ଗୁରୁବାର ବିଭୂତିଙ୍କ ବାପା ନବକିଶୋର ମଣୀ ଓ ଭଉଣୀ ଅମିତା ମଣୀଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ସେମାନେ ଦଶପଲ୍ଲା ଥାନାରେ ଗୁରୁବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଶେଷରେ ବାଧ୍ୟହୋଇ ପରିବାର ଲୋକେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି

ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri