ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ୪ ପର୍ଯ୍ୟାୟର ଫଟୋ ଉତ୍ତୋଳନ ଓ ୪ ପର୍ଯ୍ୟାୟର ବିଲ୍‌ ମଞ୍ଜୁର ପାଇଁ ୫ରୁ ୧୦ ହଜାର ଟଙ୍କା ଲାଞ୍ଚ ନିଆଯାଉଛି। ସେହିଭଳି ପୁରୁଣା କାନ୍ଥରେ ଛାତ ପକାଇ ବିଲ୍‌ ମଞ୍ଜୁର କରାଯାଉଛି। ଛାତ ଘର ଲୋକଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯାଉଥିବାର ଅଭିଯୋଗ ରହିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି।
ଅଭିଯୋଗ ଅନୁସାରେ ୨୦୧୮-୧୯ ଆର୍ଥିକବଷର୍ର୍ରେ ୪ନଂ. ୱାର୍ଡରେ ୩ ଜଣ ସ୍ବଚ୍ଛଳ ବର୍ଗର ଲୋକ କାର୍ଯ୍ୟାଦେଶ ପାଇ ଘର କରିଛନ୍ତି। ୭ନଂ. ୱାର୍ଡରେ ପୁରୁଣା ଘର ଛାତ ପତନ ହୋଇ ରହିଥିଲା। ଅନ୍ୟ ସ୍ଥାନର ନିଅଁ ଖୋଳା ଓ ପ୍ଲିନ୍ଥ ପର୍ଯ୍ୟନ୍ତ ଫଟୋ ଦେଖାଇ ୩ ପର୍ଯ୍ୟାୟ ବିଲ୍‌ କରାଇ ନିଆଯାଇଛି। ପରେ ନୂଆ ଛାତ ପକାଇ ପୁରୁଣା କାନ୍ଥରେ ପ୍ଲାଷ୍ଟର କରାଇ ଅନିୟମିତତାକୁ ଘୋଡାଇବାକୁ ଚେଷ୍ଟା କରାଯାଇଛି। ୧୪ ନଂ. ୱାର୍ଡରେ ୨ଜଣ କୋଠା ଘର ଥିବା ସ୍ବଚ୍ଛଳ ବର୍ଗର ଲୋକଙ୍କୁ କାର୍ଯ୍ୟାଦେଶ ଦେଇ ପୁରୁଣା କୋଠା ଘରକୁ ଲଗାଇ ନୂଆ କୋଠା ଘରରେ ବିଲ୍‌ କରାଯାଇଛି। ୧୬, ୧୦, ୯ ନଂ. ୱାର୍ଡରେ ଜଣେ ଲେଖାଏ ସ୍ବଚ୍ଛଳ ବର୍ଗର ବ୍ୟକ୍ତି ପୁଣି ପୁରଣା କୋଠା ଘର ଥାଇ କାର୍ଯ୍ୟାଦେଶ ପାଇ ନୂଆ ଘର କରିଛନ୍ତି।
ଅସ୍ଥାୟୀ ଅମିନ ସର୍ବେସର୍ବା
ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ସ୍ଥାୟୀ ଅମିନ ଥାଉ ଥାଉ ଜଣେ ଅସ୍ଥାୟୀ ଅମିନ ନିଯୁକ୍ତି ପାଇଛନ୍ତି। ଅସ୍ଥାୟୀ ଅମିନ ରଖିବାକୁ ସରକାରୀ ନିର୍ଦ୍ଦେଶନାମା ନ ଥିବାବେଳେ କିପରି ନିଯୁକ୍ତି ଦିଆଯାଇଛି ତାହା ତଦନ୍ତ ସାପେକ୍ଷ। ତେବେ ଅସ୍ଥାୟୀ ଅମିନ ଆବାସ ଯୋଜନାର ଅନେକ ଅନିୟମିତତାରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହେଉଛି। ଅସ୍ଥାୟୀ ଅମିନଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
ଘର କଲା ପରେ ମିଳୁନି ବିଲ୍‌
ୱାର୍ଡ ନଂ. ୧୫ ପଲଟନପଡିଆରେ ରୁହନ୍ତି ପୁଷ୍ପାରାଣୀ ରାଉତ। ୨୦୧୯ ଫେବୃୟାରୀ ୨୭ରେ ଆବାସ ଯୋଜନାରେ ୭୨୩ ନଂ.ରେ ଘର କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଇତିମଧ୍ୟରେ ୧୦ ମାସରୁ ଊର୍ଦ୍ଧ୍ୱ ବିତି ଯାଇଛି। ହେଲେ ପୁଷ୍ପାରାଣୀ ଆଦୌ ବିଲ୍‌ ପାଇ ନାହାନ୍ତି। ପୁଷ୍ପାରାଣୀଙ୍କ ଘର ନିିମିଟାଲ ପର୍ଯ୍ୟନ୍ତ ଶେଷ ହୋଇଛି। ଘରର କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରଥମ କିସ୍ତିରେ ୪୦ ହଜାର ଓ ୨ୟ କିସ୍ତିରେ ୬୦ ହଜାର ଏପରି ୧ ଲକ୍ଷ ଟଙ୍କା ପାଇ ସାରନ୍ତେଣି। ହେଲେ ଆଜି ଆସ, କାଲି ଆସ କହି ପୁଷ୍ପାରାଣୀଙ୍କୁ ଅଫିସକୁ ଦୌଡା ଯାଉଛି। ଏପରି କି ବିଲ୍‌ ମଞ୍ଜୁର ଓ ଦୁଇ ପର୍ଯ୍ୟାୟର ଫଟୋ ଉତ୍ତୋଳନ ପାଇଁ ଲାଞ୍ଚ ନ ଦେବାରୁ ତାଙ୍କ ବିଲ୍‌ ପଡି ରହିଥିବା ପୁଷ୍ପାରାଣୀ ଅଭିଯୋଗ କରିଛନ୍ତି। ଆଉ କେତେବର୍ଷ ଅପେକ୍ଷା କଲା ପରେ ବିଲ୍‌ ମିଳିବ ବୋଲି ପୁଷ୍ପାରାଣୀ କହିଛନ୍ତି। ତେବେ ସେ ଲାଞ୍ଚ ଆଦୌ ଦେବେ ନାହିଁ ବୋଲି କହିଛନ୍ତି। ୧୦ ଦିନ ଭିତରେ ତାଙ୍କର ବିଲ ନ ଦେଲେ ମ୍ୟୁନିସିପାଲିଟି ସମ୍ମୁଖରେ ଅନଶନ କରିବେ ବୋଲି କହିଛନ୍ତି। ଏ ନେଇ ପୌର ପ୍ରଶାସକ ତଥା ଜିଲାପାଳ ସିତାଂଶୁ ରାଉତ କୁହନ୍ତି, ଆବାସ ଯୋଜନାରେ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି ତା’ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri