ପ୍ରଦୂଷିତ ସହର ତାଲିକାରେ ବାଲେଶ୍ୱର: ସଚେତନ କଲା ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି

ବାଲେଶ୍ୱର ଅଫିସ, ୮।୧୧-ନ୍ୟାଶନାଲ ଟ୍ରିବ୍ୟୁନାଲ ସର୍ଭେ ରିପୋର୍ଟକୁ ଭିତ୍ତି କରି ଭାରତର ୧୦୬ଟି ସହରକୁ ପ୍ରଦୂଷଣଯୁକ୍ତ ଏବଂ ଚାଷ ଅନୁପଯୋଗୀ ଘୋଷଣା କରାଯାଇଛି। ଏହି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, କଳିଙ୍ଗନଗର, ଅନୁଗୋଳ ଓ ବାଲେଶ୍ୱର ରହିଛି। ଏହାର ସମାଧାନ ଲାଗି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ଓ ବୁଦ୍ଧିଜୀବୀମାନେ ସରକାରୀ, ବେସରକାରୀ ସ୍ତରରେ ହାତକୁ ନେଇଛନ୍ତି ବୋଲି ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର ଆୟୋଜିତ ସଚେତନତା ଶିବିରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି।
ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ସମାଜସେବୀ ଶୁଭଙ୍କର ମହାପାତ୍ର ସଭାପତିତ୍ୱ କରିଥିଲେ। ଆବାହକ ବିଶିଷ୍ଟ ପରିବେଶବିତ୍‌ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ବିଶ୍ୱର ଭୂତଳ ଜଳସ୍ତର ଦ୍ରୁତଗତିରେ ନିମ୍ନଗାମୀ ହୋଇ ଚାଲିଥିବା ବେଳେ ବାୟୂମଣ୍ଡଳର ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଳବାୟୁ ସାଙ୍ଗକୁ ପୃଥିବୀର ଉତ୍ତାପ ବୃଦ୍ଧି ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିସାରିଲାଣି। ବାଲେଶ୍ୱରରେ ଏଭଳି ସଚେତନତା ଶିବିର ଅତି ଗୁରୁତ୍ୱପୂର୍ଣ୍ଣ ଥିବା ସେ କହିଥିଲେ। ବିଶିଷ୍ଟ ପରିବେଶବିତ୍‌ ଡ. ସୂର୍ଯ୍ୟେନ୍ଦୁ କୁମାର ଦେ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଜିଲାରେ ସମୁଦ୍ର ଉପକୂଳ ଅଞ୍ଚଳ ଯଥା ଭୋଗରାଇ, ବାଲିଆପାଳ, ବସ୍ତା, ସଦର, ରେମୁଣା ବ୍ଲକର ୫୬ଟି ପଞ୍ଚାୟତରେ ଭୂତଳରେ ମଧୁରଜଳ ବହୁ ତଳକୁ ଚାଲିଯାଇଥିବା ବେଳେ ଉପରେ ଲୁଣିପାଣି ରହିଛି। ବାହାବଳପୁରଠାରେ ପାନୀୟଜଳର ସ୍ତର ୯୩୦ ଫୁଟ୍‌ ତଳେ ପହଞ୍ଚତ୍ଲାଣି ବୋଲି ସେ ସୂଚନା ଦେଇଥିଲେ। ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଅଦୈତ ପ୍ରସାଦ ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଳସମ୍ପଦ ଓ ପରିବେଶକୁ ରକ୍ଷା କରିବାକୁ ହେଲେ କୋଷ୍ଟାଲ କେନାଲ୍‌ଗୁଡ଼ିକର ପୁନରୁଦ୍ଧାର କରିବା ସହ ନାଳ, ନଦୀ, ଆଡ଼ିବନ୍ଧ ଦ୍ୱାରା ବର୍ଷା ଜଳକୁ ସଞ୍ଚୟ କରାଯିବା ଆବଶ୍ୟକ। ଆଗାମୀ ଦିନରେ ସ୍କୁଲ, କଲେଜ, ଗାଁ ଗାଁରେ ବୁଲି ବିଭିନ୍ନ ଅନୁଷ୍ଠାନରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଏହାସହ ଜଳସମ୍ପଦ ସଂରକ୍ଷଣ ଏବଂ ଚାରାରୋପଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଶିବିରରେ ୨ଶହରୁ ଊର୍ଦ୍ଧ୍ୱ ବୁଦ୍ଧିଜୀବୀ, ରାଜନୈତିକ ନେତା, ଯୁବତୀଯୁବତୀ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri