Posted inଜାତୀୟ

ପ୍ରଦୂଷଣ ରୋକିବ ଲକ୍‌ଡାଉନ୍‌ ମଡେଲ

ନୂଆଦିଲ୍ଲୀ,୫ା୬:ମହାମାରୀ କରୋନା ବିଶ୍ୱ ପାଇଁ ଏକ ଅଭିଶାପ ରୂପରେ ଆସିଛି। କିନ୍ତୁ ଏହି ଘାତକ ଭୂତାଣୁର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ଭାରତ ସମେତ ସାରା ବିଶ୍ୱକୁ ବାଟ ବତାଇଛି। ଲକ୍‌ଡାଉନ୍‌ ଘୋଷଣା ବେଳେ ସମସ୍ତେ ଏହାର ନକାରାମତ୍କ ଦିଗକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ତେବେ ଦୀର୍ଘଦିନ ଧରି ଲକ୍‌ଡାଉନ୍‌କୁ ମାନିବା ପରେ ଏହାର ସୁଫଳ ମିଳିବାରେ ଲାଗିଛି। ଭାରତରେ କଳକାରଖାନା, ଯାନବାହନ ଚଳାଚଳ ଏବଂ ମାନବିକ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଆପେ ଆପେ ବାୟୁ, ଶବ୍ଦ ଓ ଜଳ ପ୍ରଦୂଷଣ କମିଯାଇଛି। ତେଣୁ ଦେଶରେ ଆଗକୁ ମଧ୍ୟ ପ୍ରଦୂଷଣ ସଙ୍କଟକୁ ରୋକିବା ପାଇଁ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଭଳି ପଦକ୍ଷେପକୁ ଏକ ଉତ୍କୃଷ୍ଟ ମଡେଲ ଭାବେ ନିଆଯାଇପାରିବ ବୋଲି ବିଶ୍ୱ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି।
ଭାରତରେ ମହାମାରୀ କରୋନାର ମୁକାବିଲା ପାଇଁ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏଥିଯୋଗୁ ଯାନବାହନ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଦେଶର ବାୟୁ ଗୁଣବତ୍ତାରେ ଉନ୍ନତି ଆସିଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକଙ୍କ ମତରେ ଶୀତଋତୁରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଏଭଳି ଜରୁରୀ ପଦକ୍ଷେପ ନିଆଗଲେ ବାୟୁପ୍ରଦୂଷଣରୁ ମୁକ୍ତି ମିଳିପାରିବ। ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ବିଶେଷଜ୍ଞମାନେ ପରିବେଶ ସୁରକ୍ଷାର ବିଭିନ୍ନ ଉପାୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି। ଲକ୍‌ଡାଉନ୍‌ ଜାରି କରାଯିବା ପରେ ବାୟୁ ଓ ଜଳର ଗୁଣବତ୍ତା ବଢ଼ିବା ସହ ଜୈବ ବିବିଧତାର ସନ୍ତୁଳନ ରକ୍ଷା ହୋଇପାରିଛି। ସେହିପରି ଶବ୍ଦ ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ କମିଯାଇଛି। ଦେଶବ୍ୟାପୀ କଟକଣା ଜାରି କରାଯାଇଥିବାରୁ କଳକାରଖାନା ଓ ମାନିବକ କାର୍ଯ୍ୟକଳାପ ହ୍ରାସ ପାଇବା ଯୋଗୁ ପ୍ରଦୂଷଣକୁ ରୋକାଯାଇ ପାରିଛି।
ମାର୍ଚ୍ଚ ୨୪ରେ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଏକ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଭାରତରେ ଜନସାଧାରଣଙ୍କ ଚଳପ୍ରଚଳକୁ ସୀମିତ କରିଦିଆଯାଇଥିଲା। ସେବେଠୁ ମୋଟ ୪ ଥର ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଏବେ କ୍ରମଶଃ କଟକଣାଗୁଡ଼ିକୁ ଉଠାଇଦିଆଯାଉଛି। ଏହି କଟକଣା ପରେ ବାୟୁର ଗୁଣବତ୍ତାରେ ବିଶେଷ ଉନ୍ନତି ଆସିଛି। ବିଶେଷକରି ସହରାଞ୍ଚଳରେ ପୂର୍ବରୁ ଏହା ଚିନ୍ତାଜନକ କିମ୍ବା ନିମ୍ନ ମାନର ଥିବାବେଳେ ଏବେ ସନ୍ତୋଷଜନକ ବା ଉତ୍ତମ ସ୍ତରକୁ ଆସିଛି। ଏହାର ମୁଖ୍ୟ କାରଣ ମାନବିକ କାର୍ଯ୍ୟକଳାପ ହ୍ରାସ ପାଇବା ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି), ବାଙ୍ଗାଲୋରର ସେଣ୍ଟର ଫର୍‌ ଆଟ୍‌ମୋସ୍ପିୟରିକ୍‌ ଆଣ୍ଡ୍‌ ଓସେନିକ୍‌ ସାଇନ୍ସେସ୍‌ ପ୍ରଫେସର ଏସ୍‌.କେ. ସତୀଶ ମତ ଦେଇଛନ୍ତି। ଦକ୍ଷିଣ ଭାରତରେ କଣିକା ତତ୍ତ୍ୱ ବା ପର୍ଟିକୁଲେଟ୍‌ ମ୍ୟାଟର (ପିଏମ୍‌) ୫୦ରୁ ୬୦% ହ୍ରାସ ପାଇଛି। ସେହିପରି ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସମେତ ଭାରତୀୟ-ଗାଙ୍ଗେୟ ଅବବାହିକାରେ ଏହା ୭୫%କୁ ଖସିଛି। ଯାନବାହନ ଚଳାଚଳ, କଳକାରଖାନା ଏବଂ ନଡ଼ା ଜାଳିବା ତଥା ଆବର୍ଜନାରେ ନିଆଁ ଲଗାଇବା କାରଣରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇଥାଏ।

ସହରଗୁଡ଼ିକରେ ଅର୍ଦ୍ଧାଧିକ ବାୟୁ ପ୍ରଦୂଷଣ ଯାନବାହାନ ଯୋଗୁ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ରାସ୍ତା ଉପରେ ଗଡ଼ୁଥିବା ଗାଡ଼ି ସଂଖ୍ୟା ଆଶାତୀତ ଭାବେ କମିଯାଇଥିଲା ବୋଲି ସତୀଶ କହିଛନ୍ତି। ଜିଓଫିଜିକାଲ୍‌ ରିସର୍ଚ୍ଚ ଲେଟର୍ସରେ ଗତ ମାସରେ ପ୍ରକାଶିତ ଦୁଇଟି ଅଧ୍ୟୟନ ଅନୁସାରେ କୋଭିଡ୍‌-୧୯କୁ ରୋକିବା ପାଇଁ ବିଶ୍ୱବ୍ୟାପୀ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇଛି। ଏଥିଯୋଗୁ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ସମେତ ଦୁଇଟି ପ୍ରଦୂଷଣ ସୃଷ୍ଟିକାରୀ ତତ୍ତ୍ୱର ସ୍ତର ବହୁମାତ୍ରାରେ କମିଯାଇଛି। ସାଟେଲାଇଟ୍‌ ତଥ୍ୟ ଦର୍ଶାଇଛି ଯେ, ଭାରତରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ପର୍ଟିକୁଲେଟ୍‌ ମ୍ୟାଟର ବା ବାୟୁମଣ୍ଡଳରେ ଭାସୁଥିବା ସୂକ୍ଷ୍ମ କଣିକାର ସ୍ତର ବିଭିନ୍ନ ଭାଗରେ ବହୁ ପରିମାଣରେ କମିଯାଇଛି। ଜୀବାଶ୍ମ ଇନ୍ଧନ ଉତ୍ସର୍ଜନ କମିଲେ ପ୍ରଦୂଷଣ ସ୍ତର ଅଧିକ ମାତ୍ରାରେ ହ୍ରାସ ପାଇଥାଏ ବୋଲି ଏରୋସୋଲ୍‌ ଅବଶୋଷଣର ବହୁବର୍ଣ୍ଣକ୍ରମୀୟ ମାପ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ସୂଚାଏ।
ସତୀଶଙ୍କ ସହ ଉପରୋକ୍ତ ମତ ସହିତ ସହମତି ପ୍ରକାଶ କରିଛନ୍ତି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ଗାନ୍ଧୀନଗରସ୍ଥିତ ଭୂବିଜ୍ଞାନ ବିଭାଗ ସହକାରୀ ପ୍ରାଧ୍ୟାପକ ମନୀଷ କୁମାର ସିଂ। ଏହାସହ ଭବିଷ୍ୟତରେ ପ୍ରଦୂଷଣ ରୋକିବା ପାଇଁ ଲକ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ମନୀଷ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ପ୍ରକୃତି ମା’ର ଅନେକ କ୍ଷତି ଭରଣା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଆଗକୁ ମଧ୍ୟ ଦିଲ୍ଲୀରେ ଶୀତଋତୁରେ ପ୍ରଦୂଣଷ ବଢ଼ିଲେ ତାକୁ ରୋକିବା ପାଇଁ ଲକ୍‌ଡାଉନ୍‌କୁ ଏକ ସମ୍ଭାବ୍ୟ ଜରୁରୀ ପଦକ୍ଷେପ ଭାବେ ଗ୍ରହଣ କରାଯାଇପାରିବ। ଇନ୍‌ଫୋସିସ୍‌ ଲିମିଟେଡ୍‌ର ଗ୍ରୀନ୍‌ ଇନିସିଏଟିଭସ୍‌ ମୁଖ୍ୟ ବୋଷ କେ. ଭର୍ଗିସ୍‌ଙ୍କ ମତରେ ଯେତେବେଳେ ଲକ୍‌ଡାଉନ୍‌ ଜାରି କରାଗଲା, ଏହାଦ୍ୱାରା କ’ଣ ଯେ ସବୁ କ୍ଷତି ହେବ ବୋଲି ଲୋକେ ଚିନ୍ତା କରିଥିଲେ। ହେଲେ ପରିବେଶ ଉପରେ ଏହାର ଏଭଳି ସକାରାମତ୍କ ପ୍ରଭାବ ପଡ଼ିବ ବୋଲି କେହି ଭାବି ନ ଥିଲେ। କଟକଣା ଲାଗୁ ହୋଇ ଦିନ ପରେ ଦିନ ଗଡ଼ିଚାଲିବା ପରେ ଆମେ ଏହାର ସୁଫଳ ମିଳୁଥିବା ଅନୁଭବ କଲେ। ଆଜି ଆମେ ସ୍ବଚ୍ଛ ବାୟୁ, ସ୍ବଚ୍ଛ ଜଳ, ପୂର୍ବାପେକ୍ଷା କମ୍‌ ଆବର୍ଜନା, ଅତି କମ୍‌ ଶବ୍ଦ ପ୍ରଦୂଷଣ ଘଟୁଛି। ଆଶ୍ଚର୍ଯ୍ୟର କଥା ଯେ, ବଣ୍ୟପ୍ରାଣୀ ସେମାନଙ୍କ ବସତିରୁ ବାହାରକୁ ଆସୁଥିବା ଦେଖିବାକୁ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri