Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଅତିରିକ୍ତ ଜିଲାପାଳ ନିରଞ୍ଜନ ଦାସ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡାପାଟଣା ଗାଁରେ ମୋର ଜନ୍ମ। ବାଣପୁର ଗୋଦାବରୀଶ ବିଦ୍ୟାପୀଠରୁ ୧୯୬୭ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଆଇ.ଏ. ଓ ରାଜନୀତି ବିଜ୍ଞାନ ସମ୍ମାନ ରଖି ବି.ଏ. ପଢିଥିଲି। ତା’ପରେ ବାଣୀବିହାରରେ ଏମ୍‌.ଏ. କଲି। ଏମ୍‌.ଏ. ରେଜଲ୍ଟ ବାହାରିବା ପରେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ୧୯୭୫ ମସିହାରେ ଯୋଗ ଦେଇଥିଲି। ଆମେ ୮ ଭାଇଭଉଣୀ (୫ ଭାଇ ଓ ୩ ଭଉଣୀ) ମଧ୍ୟରେ ମୁଁ ଥିଲି ବଡ଼। ଅର୍ଥାତ୍‌ ବାପାବୋଉଙ୍କର ବଡ଼ ପୁଅ ଭାବେ ଘରର ସବୁ ଦାୟିତ୍ୱ ଥିଲା ମୋ ଉପରେ। ତେଣୁ ଅଧ୍ୟାପକ ଚାକିରି ପାଇବା ପରେ ଯେଉଁ ଦରମା ପାଉଥିଲି, ସେଥିରୁ କିଛି ହାତଖର୍ଚ୍ଚ ପାଇଁ ରଖି ବାକି ଟଙ୍କା ଘରକୁ ପଠାଇ ଦେଉଥିଲି। ତେବେ କଲେଜରେ ଅଧ୍ୟାପନା କରିବା ସହ ସେତେବେଳେ ଓଏଏସ୍‌ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲି। ଆଉ ୧୯୮୦ ମସିହାରେ ମୁଁ ଯେତେବେଳେ ଓଏଏସ୍‌ ପାଇଗଲି ଘରେ ଖୁସିରେ ଯାଇ କହିଲି- ମୁଁ ଆଉ ଅଧ୍ୟାପକ ଚାକିରି କରିବିନି ଚାକିରି ଛାଡିଦେବି। ମୋ କଥା ଶୁଣି ବାପାବୋଉ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ମୋତେ ପଚାରିଲେ-‘ତୁ ଚାକିରି ଛାଡିଦେବୁ, କିନ୍ତୁ କାହିଁକି’! ତା’ପରେ ମୁଁ ତାଙ୍କୁ କହିଲି, ଆମ ଅଞ୍ଚଳରେ ଯେଉଁ ତହସିଲ୍‌ଦାର ବାବୁ ଆଉ ସବ୍‌ କଲେକ୍ଟର ବାବୁଙ୍କୁ ତମେ ଦେଖୁନ ମୁଁ ସେହି ଭଳିଆ ଗୋଟେ ବାବୁ ଚାକିରି କରିବି ପରା। ଏକଥା ଶୁଣିଲା ପରେ ସେମାନେ ସେଦିନ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ ବି କରିଥିଲେ। ଏହାପରେ ମୁଁ ଅଧ୍ୟାପକ ଚାକିରି ଛାଡି ନିଜାରତ୍‌ ଅଫିସର୍‌ ଭାବେ ବୌଦ୍ଧରେ ଯାଇ ଯୋଗ ଦେଇଥିଲି। କିଛିଦିନ ପରେ ଫୁଲବାଣୀକୁ ରେଭେନ୍ୟୁ ଅଫିସର୍‌ ଭାବେ ମୋର ବଦଳି ହୋଇଥିଲା। ତା’ପରେ କେନ୍ଦ୍ରାପଡାରେ ସହକାରୀ ଚକବନ୍ଦୀ ଅଫିସର୍‌ ଏବଂ ପରେ ଚକବନ୍ଦୀ ଅଫିସର୍‌ ଭାବେ କିଛିଦିନ କାମ କରି ବଡମ୍ବାରେ ତହସିଲ୍‌ଦାର୍‌ ଭାବେ ଯୋଗ ଦେଇଥିଲି। କିଛିଦିନ ପରେ ସେଠୁ ପ୍ରମୋଶନ ପାଇ ସବ୍‌-କଲେକ୍ଟର ଭାବେ ସୁନ୍ଦରଗଡ଼ ଯାଇଥିଲି। ତା’ପରେ ବୋର୍ଡ ଅଫ୍‌ ରେଭେନ୍ୟୁରେ କିଛିଦିନ ଅଣ୍ଡର ସେକ୍ରେଟାରୀ ଏବଂ ପରେ ପ୍ରମୋଶନ ପାଇ ସେକ୍ରେଟାରିଏଟ୍‌ର ଏଜୁକେଶନ୍‌ ଡିପାର୍ଟମେଣ୍ଟରେ ଡେପୁଟି ସେକ୍ରେଟାରୀ ଭାବେ ବି କାମ କରିଥିଲି। ଏହାପରେ ସୁନ୍ଦରଗଡ଼ ଇଣ୍ଟିଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନି୍ସର ପ୍ରୋଜେକ୍ଟ ଆଡ୍‌ମିନିଷ୍ଟ୍ରେଟର୍‌ ଭାବେ କିଛିଦିନ କାମ କରି ବରଗଡ଼ରେ ଡିଷ୍ଟ୍ରିକ୍ଟ ରୁରାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସିର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଯୋଗ ଦେଇଥିଲି। ତା’ପରେ ପୁଣି ସେକ୍ରେଟାରିଏଟ୍‌ରେ ଡେପୁଟି ସେକ୍ରେଟାରୀ ଭାବେ କିଛିଦିନ କାମ କରି ବଲାଙ୍ଗୀରରେ ଅତିରିକ୍ତ ଜିଲାପାଳ ଭାବେ ଯୋଗ ଦେଇଥିଲି। ୪ ବର୍ଷ ପରେ ଖୋର୍ଦ୍ଧାକୁ ମୋର ବଦଳି ହୋଇଥିଲା। ଆଉ ଶେଷରେ ଖୋର୍ଦ୍ଧାରୁ ହିଁ ୨୦୦୮ରେ ଅତିରିକ୍ତ ଜିଲାପାଳ ଭାବେ ମୁଁ ଚାକିରି କ୍ଷେତ୍ରରୁ ଅବସର ନେଇଥିଲି। ଅବସର ପରେ ଏବେ ପରିବାରବର୍ଗଙ୍କ ସହ ମୋର ସମୟ ବିତୁଛି। ତେବେ ସ୍କୁଲ୍‌ରେ ପଢିଲାବେଳେ ମୁଁ କିଛି ଗପ ଲେଖିଥିଲି। ତା’ସହିତ ଫୁଟ୍‌ବଲ୍‌, ହକି, ବ୍ୟାଡ୍‌ମିଟନ୍‌ ଖେଳିବାରେ ମଧ୍ୟ ବେଶ୍‌ ଆଗରେ ଥିଲି। ଏପରିକି ଇଣ୍ଟର କଲେଜ କମ୍ପିଟିଶନ୍‌ରେ ଫୁଟ୍‌ବଲ୍‌ ଓ ହକି ଖେଳରେ ମୁଁ ଆମ କଲେଜକୁ ରିପ୍ରେଜେଣ୍ଟ ବି କରୁଥିଲି। ଏବେ ପୁରୁଣା ଦିନର ସେହି ସବୁ ଘଟଣାଗୁଡ଼ିକ ମୋ ପାଇଁ କେବଳ ସ୍ମୃତି ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri