Posted inଖେଳ

ପ୍ରଥମ ମହିଳା ଆଇସିସି ମ୍ୟାଚ ରେଫରି ଜି.ଏସ୍‌. ଲକ୍ଷ୍ମୀ

ଜଣେ କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ
କରିଥିବା ୫୧ ବର୍ଷୀୟ ଜି.ଏସ୍‌. ଲକ୍ଷ୍ମୀ ଏବେ ବିଶ୍ୱର ପ୍ରଥମ ମହିଳା ଭାବେ ଆଇସିସି ଅନ୍ତର୍ଜାତୀୟ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରି ନିଯୁକ୍ତ ହୋଇଛନ୍ତି। ବିବାହ କରିବା, ମା’ ହେବା ଓ ଅବସର ନେବା ପରେ ମଧ୍ୟ କ୍ୟାରିୟର ରହିଛି ଓ ଜଣେ ମହିଳା ଚାହିଁଲେ ତାଙ୍କର
ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ତେବେ ଏଥିପାଇଁ ଇଚ୍ଛାଶକ୍ତି ଜାରି ରହିବା ନିହାତି ଜରୁରୀ ବୋଲି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରେ ଜନ୍ମିତ ଲକ୍ଷ୍ମୀ କୁହନ୍ତି। ଦିନିକିଆ ଓ ଟି୨୦ ବିଶ୍ୱକପ୍‌ରେ ମ୍ୟାଚ୍‌ ପରିଚାଳନା କରିବା ତାଙ୍କର ଲକ୍ଷ୍ୟ ରହିଛି…

ଜି.ଏସ୍‌. ଲକ୍ଷ୍ମୀ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପୂର୍ବତନ ମହିଳା କ୍ରିକେଟର ବିଶ୍ୱର ପ୍ରଥମ ମହିଳା ଭାବେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରି ତାଲିକାରେ ସେ ସ୍ଥାନ ପାଇଛନ୍ତି। ପ୍ରଥମେ ଜଣେ କ୍ରିକେଟର ପରେ କୋଚ୍‌ ଓ ଶେଷରେ ରେଫରି ଭାବେ ସେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ଏବେ ଆଗକୁ ସେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇବେ। ବିଶ୍ୱର ପ୍ରଥମ ମହିଳା ଭାବେ ସେ ଏହି ଦାୟିତ୍ୱ ପାଇଥିବାରୁ ଭାରତ ପାଇଁ ଏହା ଗର୍ବର ବିଷୟ। ରେଫରି ହେବା ପୂର୍ବରୁ ସେ ଜଣେ ସଫଳ ମହିଳା କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ କରିଥିଲେ। ରେଲଓ୍ବେ ପାଇଁ ପ୍ରତିନିଧିତ୍ୱ କରି ସେ ଜଣେ ଅସାଧାରଣ ବୋଲର ବିବେଚିତ ହୋଇ ଆସୁଥିଲେ। ଘରୋଇ ମହିଳା କ୍ରିକେଟରେ ସେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି। ଏକଦା ସେ ପୂର୍ବତନ ଭାରତୀୟ ଅଧିନାୟିକା ଡାଇନା ଇଦୁଲଜୀ, ପୂର୍ବତନ ଅଲରାଉଣ୍ଡର ହେମଲତା କାଲାଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ଭାରତ ପାଇଁ ଲକ୍ଷ୍ମୀ କେବେବି ଖେଳି ନ ଥିଲେ ମଧ୍ୟ ୧୯୯୯ ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ।
ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀଠାରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀ ଝାଡଖଣ୍ଡର ଷ୍ଟିଲ୍‌ସିଟି ଜାମସେଦପୁରରେ ବଡ଼ ହୋଇଥିଲେ। ତାଙ୍କ ବାପା ସେଠାରେ ଚାକିରି କରୁଥିଲେ। ଦଶମ ବୋର୍ଡ ପରୀକ୍ଷାରେ ସେ ଭଲ ନମ୍ବର ରଖିପାରି ନ ଥିଲେ। ଫଳରେ ଜାମସେଦପୁର ମହିଳା କଲେଜରେ ସିଧାସଳଖ ଆଡମିଶନ ମିଳି ନ ଥିଲା। ତେବେ ସେ ଫ୍ରଣ୍ଟଲାଇନ ଦ୍ରୁତ ବୋଲର ହୋଇପାରିବେ ବୋଲି କଲେଜ କର୍ତ୍ତୃପକ୍ଷ ହୃଦୟଙ୍ଗମ କଲାପରେ ଲକ୍ଷ୍ମୀଙ୍କୁ ସ୍ପୋଟର୍‌ସ କୋଟାରେ ଆଡମିଶନ ମିଳିଥିଲା।
୧୯୯୧ରେ ନିଜର ବିବାହ ଦିନ ସେ ଅବଶିଷ୍ଟ ଭାରତ ପାଇଁ ଖେଳିବାକୁ ଡାକରା ପାଇଥିଲେ। ବିବାହର କିଛି ଦିନ ପରେ ସେ କ୍ରିକେଟ ଖେଳ ଜାରି ରଖିଥିଲେ। ଆନ୍ତଃ ରେଲଓ୍ବେ ଟୁର୍ନାମେଣ୍ଟରେ ସେ ସାଉଥ୍‌ ସେଣ୍ଟ୍ରାଲ ରେଲଓ୍ବେକୁ ପ୍ରଥମଥର ପାଇଁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ତାଙ୍କ କ୍ରିକେଟ କ୍ୟାରିୟରର ଏକ ମୁଖ୍ୟ ଘଟଣା ଥିଲା। ୨୦୦୪ ପରେ ସେ ଅବସର ନେବାପରେ ଲକ୍ଷ୍ମୀ କୋଚିଂରେ ମନୋବଳାଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ ସାଉଥ୍‌ ସେଣ୍ଟ୍ରାଲ ରେଲଓ୍ବେ ପାଇଁ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଥମଥର ପାଇଁ ମହିଳା ରେଫରିଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ମୀଙ୍କ ସମେତ ଅନ୍ୟ ୪ଜଣ ମହିଳା ରେଫରିଙ୍କୁ ନେଇ ଏକ ଗ୍ରୁପ୍‌ ଚୟନ କରାଯାଇଥିଲା। ଅନ୍ୟ ୪ଜଣ ମହିଳା ରେଫରି ହେଲେ ପୂର୍ବତନ ଭାରତୀୟ କ୍ରିକେଟର ରଜନୀ ବେଣୁଗୋପାଳ, ରାଜେଶ ନାୟାର, ନିଳିମା ଜୋଗେଲକର ଓ ଗାର୍ଗି ବାନାର୍ଜୀ। ୨୦୧୪ରେ ମହିଳା ରେଫରିଙ୍କ ପାଇଁ ବିସିସିଆଇ ଏକ କ୍ୱାଲିଫିକେଶନ ପରୀକ୍ଷା ଧାର୍ଯ୍ୟ କରିଥିଲା। ଲକ୍ଷ୍ମୀ ଅବଶ୍ୟ କୃତକାର୍ଯ୍ୟ ହୋଇଥିଲେ। ଏଥିରେ ୧୨୦ ଜଣ ମ୍ୟାଚ୍‌ ରେଫରି ସାମିଲ ହୋଇଥିଲେ। ଅନ୍ୟ ୪ ମହିଳା ରେଫରିଙ୍କ ସହ ୫୦ ଜଣିଆ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ। ଏହାପରେ ସେ ବାଳକ ଓ ଅନ୍ୟ ପୁରୁଷ ଘରୋଇ ମ୍ୟାଚ୍‌ ପରିଚାଳନା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହାପରେ ଲକ୍ଷ୍ମୀ ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ରେଫରି ଦାୟିତ୍ୱ ତୁଲାଇଥିଲେ ଓ ଉତ୍ତରପ୍ରଦେଶ- ବେଙ୍ଗଲ ମ୍ୟାଚ୍‌ ଓ ସବୁ ମହିଳା ବର୍ଗର ଘରୋଇ ମ୍ୟାଚ୍‌ରେ ପ୍ରଥମଥର ପାଇଁ କୋଡ ଅଫ୍‌ କଣ୍ଡକ୍ଟ ପେନାଲ୍ଟି ଲାଗୁ କରିଥିଲେ। ସେ ଏପର୍ଯ୍ୟନ୍ତ ୩ଟି ମହିଳା ଦିନିକିଆ ମ୍ୟାଚ୍‌, ୩ ମହିଳା ଟି୨୦ ମ୍ୟାଚ୍‌ ସହିତ କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ମହିଳା ଟି୨୦ ଚ୍ୟାଲେଞ୍ଜର ସବୁ ୪ଟି ଯାକ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇଥିଲେ।
ଆଇସିସିର ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରିକୁ ମନୋନୀତ ହେବା ମୋ ପାଇଁ ବହୁତ ବଡ଼ ସମ୍ମାନ। ମହିଳା କ୍ରିକେଟର ଭାବେ ବିଭିନ୍ନ ଦଳ ପକ୍ଷରୁ ଅନେକ ମ୍ୟାଚ୍‌ ଖେଳିଛି ଏବଂ ମ୍ୟାଚ୍‌ ରେଫରି ଦାୟିତ୍ୱ ତୁଲାଇଛି। ଏଭଳି ଏକ ବଡ଼ ଗୁରୁ ଦାୟିତ୍ୱ ଦେଇଥିବାରୁ ଆଇସିସି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଫିସିଆଲଙ୍କ ସମେତ ସିନିୟର ଖେଳାଳି, ପରିବାର ଓ ବନ୍ଧୁଙ୍କୁ ଲକ୍ଷ୍ମୀ କୃତଜ୍ଞତା ଜଣାଇଛନ୍ତି।
ଉଭୟ ମହିଳା ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ରେଫରି ହିସାବରେ ମ୍ୟାଚ୍‌ ପରିଚାଳନା କରିବା ହେଉଛି ଲକ୍ଷ୍ମୀଙ୍କ ପରବର୍ତ୍ତୀ ଲକ୍ଷ୍ୟ। ଖାସ କରି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପରିଚାଳନା କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ମହିଳା କ୍ରିକେଟ ଯଦିଓ ମୋ ରକ୍ତରେ ରହିଛି ମୁଁ ଆଇସିସିର ଏକ ପୁରୁଷ ମଲ୍ଟି ଟିମ ଟୁର୍ନାମେଣ୍ଟରେ ପରିଚାଳନା କରିବା ଲକ୍ଷ୍ୟରେ ରହିଛି। ଜଣେ ମହିଳା ପାଇଁ କ୍ୟାରିୟର ଓ ଜୀବନରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ବିବାହ କରିବା ସହିତ ସନ୍ତାନସନ୍ତତିମାନଙ୍କ ମା’ ହେବା ଓ ପରିବାର ଚଳାଇବା ହେଉଛି ଜଣେ ମହିଳା ପାଇଁ ବଡ଼ ଦାୟିତ୍ୱ। ତେବେ ଏହା ସତ୍ତ୍ୱେ ଯଦି ଇଚ୍ଛା ଶକ୍ତି ଜାରି ରଖାଯାଏ ତାହେଲେ ଜଣେ ମହିଳା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି।

ସଂକ୍ଷେପରେ…

ନାମ: ଜି.ଏସ୍‌. ଲକ୍ଷ୍ମୀ
ଡାକ ନାମ: ଲକ୍ଷ୍ୟ
ଜନ୍ମ: ମେ ୨୩, ୧୯୬୮
ରାଜମହେନ୍ଦ୍ରୀ (ଆନ୍ଧ୍ର ପ୍ରଦେଶ)
ମେଜର ଟିମ: ଆନ୍ଧ୍ର ମହିଳା, ବିହାର ମହିଳା, ଇଷ୍ଟ ଜୋନ ମହିଳା, ଭାରତ ମହିଳା, ରେଲଓ୍ବେ ମହିଳା, ସାଉଥ୍‌ ଜୋନ ମହିଳା।
ବ୍ୟାଟିଂ: ଡାହାଣ ହାତୀ
ବୋଲିଂ: ରାଇଟ ଆର୍ମ ଫାଷ୍ଟ ମିଡିୟମ
ରେଫରି ଦାୟିତ୍ୱ: କୁଚ୍‌ ବିହାର ଟ୍ରଫି, ସବୁ ବର୍ଗର ମହିଳା ଘରୋଇ ମ୍ୟାଚ୍‌, ୩ ମହିଳା ଦିନିକିଆ ଓ ଟି୨୦ ମ୍ୟାଚ୍‌, ମହିଳା ଟି୨୦ ଚ୍ୟାଲେଞ୍ଜ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri