Posted inଖେଳ

ପ୍ରଥମ ମହିଳା ଆଇସିସି ମ୍ୟାଚ ରେଫରି ଜି.ଏସ୍‌. ଲକ୍ଷ୍ମୀ

ଜଣେ କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ
କରିଥିବା ୫୧ ବର୍ଷୀୟ ଜି.ଏସ୍‌. ଲକ୍ଷ୍ମୀ ଏବେ ବିଶ୍ୱର ପ୍ରଥମ ମହିଳା ଭାବେ ଆଇସିସି ଅନ୍ତର୍ଜାତୀୟ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରି ନିଯୁକ୍ତ ହୋଇଛନ୍ତି। ବିବାହ କରିବା, ମା’ ହେବା ଓ ଅବସର ନେବା ପରେ ମଧ୍ୟ କ୍ୟାରିୟର ରହିଛି ଓ ଜଣେ ମହିଳା ଚାହିଁଲେ ତାଙ୍କର
ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ତେବେ ଏଥିପାଇଁ ଇଚ୍ଛାଶକ୍ତି ଜାରି ରହିବା ନିହାତି ଜରୁରୀ ବୋଲି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରେ ଜନ୍ମିତ ଲକ୍ଷ୍ମୀ କୁହନ୍ତି। ଦିନିକିଆ ଓ ଟି୨୦ ବିଶ୍ୱକପ୍‌ରେ ମ୍ୟାଚ୍‌ ପରିଚାଳନା କରିବା ତାଙ୍କର ଲକ୍ଷ୍ୟ ରହିଛି…

ଜି.ଏସ୍‌. ଲକ୍ଷ୍ମୀ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପୂର୍ବତନ ମହିଳା କ୍ରିକେଟର ବିଶ୍ୱର ପ୍ରଥମ ମହିଳା ଭାବେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରି ତାଲିକାରେ ସେ ସ୍ଥାନ ପାଇଛନ୍ତି। ପ୍ରଥମେ ଜଣେ କ୍ରିକେଟର ପରେ କୋଚ୍‌ ଓ ଶେଷରେ ରେଫରି ଭାବେ ସେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ଏବେ ଆଗକୁ ସେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇବେ। ବିଶ୍ୱର ପ୍ରଥମ ମହିଳା ଭାବେ ସେ ଏହି ଦାୟିତ୍ୱ ପାଇଥିବାରୁ ଭାରତ ପାଇଁ ଏହା ଗର୍ବର ବିଷୟ। ରେଫରି ହେବା ପୂର୍ବରୁ ସେ ଜଣେ ସଫଳ ମହିଳା କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ କରିଥିଲେ। ରେଲଓ୍ବେ ପାଇଁ ପ୍ରତିନିଧିତ୍ୱ କରି ସେ ଜଣେ ଅସାଧାରଣ ବୋଲର ବିବେଚିତ ହୋଇ ଆସୁଥିଲେ। ଘରୋଇ ମହିଳା କ୍ରିକେଟରେ ସେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି। ଏକଦା ସେ ପୂର୍ବତନ ଭାରତୀୟ ଅଧିନାୟିକା ଡାଇନା ଇଦୁଲଜୀ, ପୂର୍ବତନ ଅଲରାଉଣ୍ଡର ହେମଲତା କାଲାଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ଭାରତ ପାଇଁ ଲକ୍ଷ୍ମୀ କେବେବି ଖେଳି ନ ଥିଲେ ମଧ୍ୟ ୧୯୯୯ ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ।
ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀଠାରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀ ଝାଡଖଣ୍ଡର ଷ୍ଟିଲ୍‌ସିଟି ଜାମସେଦପୁରରେ ବଡ଼ ହୋଇଥିଲେ। ତାଙ୍କ ବାପା ସେଠାରେ ଚାକିରି କରୁଥିଲେ। ଦଶମ ବୋର୍ଡ ପରୀକ୍ଷାରେ ସେ ଭଲ ନମ୍ବର ରଖିପାରି ନ ଥିଲେ। ଫଳରେ ଜାମସେଦପୁର ମହିଳା କଲେଜରେ ସିଧାସଳଖ ଆଡମିଶନ ମିଳି ନ ଥିଲା। ତେବେ ସେ ଫ୍ରଣ୍ଟଲାଇନ ଦ୍ରୁତ ବୋଲର ହୋଇପାରିବେ ବୋଲି କଲେଜ କର୍ତ୍ତୃପକ୍ଷ ହୃଦୟଙ୍ଗମ କଲାପରେ ଲକ୍ଷ୍ମୀଙ୍କୁ ସ୍ପୋଟର୍‌ସ କୋଟାରେ ଆଡମିଶନ ମିଳିଥିଲା।
୧୯୯୧ରେ ନିଜର ବିବାହ ଦିନ ସେ ଅବଶିଷ୍ଟ ଭାରତ ପାଇଁ ଖେଳିବାକୁ ଡାକରା ପାଇଥିଲେ। ବିବାହର କିଛି ଦିନ ପରେ ସେ କ୍ରିକେଟ ଖେଳ ଜାରି ରଖିଥିଲେ। ଆନ୍ତଃ ରେଲଓ୍ବେ ଟୁର୍ନାମେଣ୍ଟରେ ସେ ସାଉଥ୍‌ ସେଣ୍ଟ୍ରାଲ ରେଲଓ୍ବେକୁ ପ୍ରଥମଥର ପାଇଁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ତାଙ୍କ କ୍ରିକେଟ କ୍ୟାରିୟରର ଏକ ମୁଖ୍ୟ ଘଟଣା ଥିଲା। ୨୦୦୪ ପରେ ସେ ଅବସର ନେବାପରେ ଲକ୍ଷ୍ମୀ କୋଚିଂରେ ମନୋବଳାଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ ସାଉଥ୍‌ ସେଣ୍ଟ୍ରାଲ ରେଲଓ୍ବେ ପାଇଁ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୮ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଥମଥର ପାଇଁ ମହିଳା ରେଫରିଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ମୀଙ୍କ ସମେତ ଅନ୍ୟ ୪ଜଣ ମହିଳା ରେଫରିଙ୍କୁ ନେଇ ଏକ ଗ୍ରୁପ୍‌ ଚୟନ କରାଯାଇଥିଲା। ଅନ୍ୟ ୪ଜଣ ମହିଳା ରେଫରି ହେଲେ ପୂର୍ବତନ ଭାରତୀୟ କ୍ରିକେଟର ରଜନୀ ବେଣୁଗୋପାଳ, ରାଜେଶ ନାୟାର, ନିଳିମା ଜୋଗେଲକର ଓ ଗାର୍ଗି ବାନାର୍ଜୀ। ୨୦୧୪ରେ ମହିଳା ରେଫରିଙ୍କ ପାଇଁ ବିସିସିଆଇ ଏକ କ୍ୱାଲିଫିକେଶନ ପରୀକ୍ଷା ଧାର୍ଯ୍ୟ କରିଥିଲା। ଲକ୍ଷ୍ମୀ ଅବଶ୍ୟ କୃତକାର୍ଯ୍ୟ ହୋଇଥିଲେ। ଏଥିରେ ୧୨୦ ଜଣ ମ୍ୟାଚ୍‌ ରେଫରି ସାମିଲ ହୋଇଥିଲେ। ଅନ୍ୟ ୪ ମହିଳା ରେଫରିଙ୍କ ସହ ୫୦ ଜଣିଆ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ। ଏହାପରେ ସେ ବାଳକ ଓ ଅନ୍ୟ ପୁରୁଷ ଘରୋଇ ମ୍ୟାଚ୍‌ ପରିଚାଳନା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହାପରେ ଲକ୍ଷ୍ମୀ ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ରେଫରି ଦାୟିତ୍ୱ ତୁଲାଇଥିଲେ ଓ ଉତ୍ତରପ୍ରଦେଶ- ବେଙ୍ଗଲ ମ୍ୟାଚ୍‌ ଓ ସବୁ ମହିଳା ବର୍ଗର ଘରୋଇ ମ୍ୟାଚ୍‌ରେ ପ୍ରଥମଥର ପାଇଁ କୋଡ ଅଫ୍‌ କଣ୍ଡକ୍ଟ ପେନାଲ୍ଟି ଲାଗୁ କରିଥିଲେ। ସେ ଏପର୍ଯ୍ୟନ୍ତ ୩ଟି ମହିଳା ଦିନିକିଆ ମ୍ୟାଚ୍‌, ୩ ମହିଳା ଟି୨୦ ମ୍ୟାଚ୍‌ ସହିତ କିଛିଦିନ ତଳେ ଅନୁଷ୍ଠିତ ହୋଇଥିବା ମହିଳା ଟି୨୦ ଚ୍ୟାଲେଞ୍ଜର ସବୁ ୪ଟି ଯାକ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇଥିଲେ।
ଆଇସିସିର ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରିକୁ ମନୋନୀତ ହେବା ମୋ ପାଇଁ ବହୁତ ବଡ଼ ସମ୍ମାନ। ମହିଳା କ୍ରିକେଟର ଭାବେ ବିଭିନ୍ନ ଦଳ ପକ୍ଷରୁ ଅନେକ ମ୍ୟାଚ୍‌ ଖେଳିଛି ଏବଂ ମ୍ୟାଚ୍‌ ରେଫରି ଦାୟିତ୍ୱ ତୁଲାଇଛି। ଏଭଳି ଏକ ବଡ଼ ଗୁରୁ ଦାୟିତ୍ୱ ଦେଇଥିବାରୁ ଆଇସିସି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଫିସିଆଲଙ୍କ ସମେତ ସିନିୟର ଖେଳାଳି, ପରିବାର ଓ ବନ୍ଧୁଙ୍କୁ ଲକ୍ଷ୍ମୀ କୃତଜ୍ଞତା ଜଣାଇଛନ୍ତି।
ଉଭୟ ମହିଳା ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ରେଫରି ହିସାବରେ ମ୍ୟାଚ୍‌ ପରିଚାଳନା କରିବା ହେଉଛି ଲକ୍ଷ୍ମୀଙ୍କ ପରବର୍ତ୍ତୀ ଲକ୍ଷ୍ୟ। ଖାସ କରି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପରିଚାଳନା କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ମହିଳା କ୍ରିକେଟ ଯଦିଓ ମୋ ରକ୍ତରେ ରହିଛି ମୁଁ ଆଇସିସିର ଏକ ପୁରୁଷ ମଲ୍ଟି ଟିମ ଟୁର୍ନାମେଣ୍ଟରେ ପରିଚାଳନା କରିବା ଲକ୍ଷ୍ୟରେ ରହିଛି। ଜଣେ ମହିଳା ପାଇଁ କ୍ୟାରିୟର ଓ ଜୀବନରେ ଏକାଧିକ ଚ୍ୟାଲେଞ୍ଜ ରହିଛି। ବିବାହ କରିବା ସହିତ ସନ୍ତାନସନ୍ତତିମାନଙ୍କ ମା’ ହେବା ଓ ପରିବାର ଚଳାଇବା ହେଉଛି ଜଣେ ମହିଳା ପାଇଁ ବଡ଼ ଦାୟିତ୍ୱ। ତେବେ ଏହା ସତ୍ତ୍ୱେ ଯଦି ଇଚ୍ଛା ଶକ୍ତି ଜାରି ରଖାଯାଏ ତାହେଲେ ଜଣେ ମହିଳା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି।

ସଂକ୍ଷେପରେ…

ନାମ: ଜି.ଏସ୍‌. ଲକ୍ଷ୍ମୀ
ଡାକ ନାମ: ଲକ୍ଷ୍ୟ
ଜନ୍ମ: ମେ ୨୩, ୧୯୬୮
ରାଜମହେନ୍ଦ୍ରୀ (ଆନ୍ଧ୍ର ପ୍ରଦେଶ)
ମେଜର ଟିମ: ଆନ୍ଧ୍ର ମହିଳା, ବିହାର ମହିଳା, ଇଷ୍ଟ ଜୋନ ମହିଳା, ଭାରତ ମହିଳା, ରେଲଓ୍ବେ ମହିଳା, ସାଉଥ୍‌ ଜୋନ ମହିଳା।
ବ୍ୟାଟିଂ: ଡାହାଣ ହାତୀ
ବୋଲିଂ: ରାଇଟ ଆର୍ମ ଫାଷ୍ଟ ମିଡିୟମ
ରେଫରି ଦାୟିତ୍ୱ: କୁଚ୍‌ ବିହାର ଟ୍ରଫି, ସବୁ ବର୍ଗର ମହିଳା ଘରୋଇ ମ୍ୟାଚ୍‌, ୩ ମହିଳା ଦିନିକିଆ ଓ ଟି୨୦ ମ୍ୟାଚ୍‌, ମହିଳା ଟି୨୦ ଚ୍ୟାଲେଞ୍ଜ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri