Posted inଖେଳ

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପେରି ୪୭ ରନ୍‌ର ଅପରାଜିତ ଇନିଂସ ଖେଳିବା ଅବସରରେ ଏହି ସ୍ବତନ୍ତ୍ର ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ପେରୀଙ୍କ ବ୍ୟତୀତ ମେଗ୍‌ ଲାନ୍ନିଂ ୪୩* ରନ୍‌ର ବିଜୟୀ ଇନିଂସ ଯୋଗୁ ୧୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୭ ଉଇକେଟରେ ହାସଲ କରି ନେଇଥିଲା। ଅଲ୍‌ରାଉଣ୍ଡର ପେରି ଗତବର୍ଷ ନଭେମ୍ବରରେ ବିଶ୍ୱ ଟି୨୦ ଫାଇନାଲରେ ୧୦୦ତମ ଉଇକେଟ ହାତେଇ ଥିଲେ। ମୁଁ ରେକର୍ଡ ସମ୍ପର୍କରେ ଜାଣି ନ ଥିଲି। ଅନ୍ତର୍ଜାତୀୟ ସ୍ତରରେ ପୁରୁଷଙ୍କ ଭଳି ଅଧିକରୁ ଅଧିକ ଟି୨୦ ମ୍ୟାଚ୍‌ ଖେଳିବାକୁ ଇଚ୍ଛା ଥିଲା। ଆଉ ଏବେ ମୁଁ ୧୦୦ ମ୍ୟାଚ୍‌ ଖେଳିସାରିଛି। ଏଣୁ ଏଭଳି ମାଇଲଷ୍ଟୋନର ଅଧିକାରୀ ହୋଇପାରିଛି ବୋଲି ୨୮ ବର୍ଷୀୟା ପେରି କହିଛନ୍ତି। ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଏହି ମାଇଲଷ୍ଟୋନ ନିକଟତର ରହିଛନ୍ତି। ସେ ୧୪୧୬ ରନ୍‌ କରିବା ସହ ୯୮ ଉଇକେଟ ନେଇଛନ୍ତି। କିନ୍ତୁ ସେ ଅବସର ନେଇ ସାରିଥିବାରୁ ଆଉ ଏହି ସ୍ବତନ୍ତ୍ର ରେକର୍ଡ ହାତେଇ ପାରିବେ ନାହିଁ। ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ୧୪୭୧ ରନ୍‌ ଓ ୮୮ ଉଇକେଟ ସହ ପେରିଙ୍କ ପଛକୁ ରହିଛନ୍ତି। ଅଷ୍ଟ୍ରେଲିଆନ ମହିଳା ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଆଗୁଆ ୨-୦ ବ୍ୟବଧାନରେ ଜିତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri