Posted inଖେଳ

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ ୭ ଉଇକେଟ୍‌ରେ ବିଜୟୀ

ଥିରୁଭାନନ୍ତପୁମର, ୧୨।୯- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୭ ଉଇକେଟ୍‌ରେ ଜିତିନେଇଛି। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଧାର୍ଯ୍ୟ ୪୮ ରନର ଛୋଟିଆ ଲକ୍ଷ୍ୟକୁ ପିଛା କରି ଘରୋଇ ଭାରତ-ଏ ଦ୍ୱିତୀୟ ଇନିଂସରେ ଗୁରୁବାର ଅନ୍ତିମ ତଥା ୪ର୍ଥ ଦିବସରେ ୯.୪ ଓଭରରେ ୩ ଉଇକେଟ୍‌ ହରାଇ ହାସଲ କରିନେଇଥିଲା। ଓପନର ରିକି ଭୁଇ ୨୦ ଓ ଶୁଭମ ଦୁବେ ୧୨ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶୁବମନ ଗିଲ ୫, ଅଙ୍କିତ ବାଓ୍ବନେ ୬ ଓ ଉଇକେଟ୍‌କିପର ଶ୍ରୀକର ଭରତ ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ପ୍ରତିପକ୍ଷ ଦଳ ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି ୨ ଓ ଡେନ୍‌ ପିଏଡେଟ୍‌ ଗୋଟିଏ ଉଇକେଟ୍‌ ହାସଲ କରିଥିଲେ। ଏହି ବିଜୟ ସହ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତ-ଏ ୨ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ସେପ୍ଟେମ୍ବର ୧୭ରୁ ମହୀଶୂରରେ ଆରମ୍ଭ ହେବ।
ରନ୍‌ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା-ଏ ବୁଧବାର ୩ୟ ଦିବସ ଖେଳ ଶେଷ ସୁଦ୍ଧା ୯ ଉଇକେଟ୍‌ ହରାଇ ୧୭୯ ରନ କରିଥିଲା। ଏହି ଅସମାପ୍ତ ୨ୟ ଇନିଂସ ସ୍କୋରରେ ଗୁରୁବାର ଆଉ ୭ ରନ ଯୋଡ଼ି ଦଳ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଭାରତ-ଏ ସମ୍ମୁଖରେ ୪୮ ରନର ଛୋଟିଆ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପୂର୍ବରୁ ଦକ୍ଷିଣ ଆଫ୍ରିକା-ଏ ପ୍ରଥମ ଇନିଂସରେ ୧୬୪ ରନର ଜବାବରେ ଭାରତ-ଏ ଗିଲ୍‌ (୯୦) ଓ ଜଲାଜ ସକ୍ସେନା (୬୦*)ଙ୍କ ଅର୍ଦ୍ଧଶତକ ବଳରେ ୩୦୩ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri