ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କୁ ପାଇଲେନି: ଲୋକେକାର୍ଯ୍ୟ ବନ୍ଦକରି ବିଦ୍ୟୁତ୍‌ ଅଫିସ ଘେରିଲେ

ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ତାରିଖ ପରେ ତାରିଖ ଘୁଞ୍ଚୁଛି। ହେଲେ ମିଳିପାରୁନି ବିଦ୍ୟୁତ୍‌ ସେବା। ବାତ୍ୟା ପରଠାରୁ ବିନା ବିଦ୍ୟୁତ୍‌ରେ ଛଟପଟ ହେଉଥିବା ବିପନ୍ନମାନେ ଧୈର୍ଯ୍ୟହରାଇ ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣାଉଛନ୍ତି। ପ୍ରତିଶ୍ରୁତି ଦେଇ ଅଧିକାରୀମାନେ ଲୁଚି ରହୁଥିବାବେଳେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଭୁବନେଶ୍ୱର ସାଲିଆସାହିର ବିଭିନ୍ନ ବସ୍ତିରେ ବିଦ୍ୟୁତ ସେବାକୁ ସ୍ବାଭାବିକ କରାଇବା ଲାଗି ଏକ ଘରୋଇ ସଂସ୍ଥା ରାମଚଣ୍ଡୀ ଇଲେକ୍ଟ୍ରିକାଲ କନଷ୍ଟ୍ରକ୍ସନକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥାର କର୍ମଚାରୀମାନେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ସାଲିଆସାହିର ୨୫ଟି ସେକ୍ଟର ମଧ୍ୟରୁ ୧୯ଟିରେ ବିଦ୍ୟୁତ ସେବା ଯୋଗାଣ ହୋଇଛି। ବାକି ୬ଟି ସେକ୍ଟରର ଲୋକେ ବିଦ୍ୟୁତ୍‌ ଜନିତ ନାନା ସମସ୍ୟାରେ ୧୧ ଦିନ ହେବ ଘାଣ୍ଟି ହେଉଛନ୍ତି। ପ୍ରତଶ୍ରୁତି ଅନୁସାରେ, ୧୨ ତାରିଖ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ନ ହେବାରୁ ଲୋକେ ଉତ୍ତେଜିତ ହୋଇ ରହିଥିଲେ। ସୋମବାର ବିଦ୍ୟୁତ୍‌ ସେବା ପାଇ ନ ଥିବା ମେ’ଫେୟାର ନଗର, ନୀଳକଣ୍ଠ ନଗର, ଗଜପତି ନଗର, ଓଡ଼ିଶୀ କଲୋନୀ ସମେତ ୬ ବସ୍ତିର ବାସିନ୍ଦା ମରାମତି ହେଉଥିବା ସ୍ଥାନକୁ ଯାଇ ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କୁ ଖୋଜିଥିଲେ। ନ ପାଇବାରୁ ଗାଳିଗୁଲଜ ଓ ଧମକ ଦେଇ କାର୍ଯ୍ୟ ବନ୍ଦ କରିଥିଲେ। ସନ୍ଧ୍ୟାରେ ନିକଟରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ବହୁ ସମୟ ଧରି ଘେରାଉ କରି ହୋହଲ୍ଲା କରିଥିଲେ। ସେହିପରି ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଶିଖରଚଣ୍ଡି ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇପାରି ନ ଥିବାରୁ କେତେକ ସ୍ଥାନରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି।
ସୂଚନା ଥାଉକି, ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳର ଲୋକ ଏବେ ବି ବିଦ୍ୟୁତ ସେବା ନ ପାଇ ଅନ୍ଧାରରେ ଅଛନ୍ତିି। କିନ୍ତୁ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଦିଆଯାଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଥିବାରୁ ଲୋକେ ଏପରି ମିଛକୁ ନେଇ ଅତିଷ୍ଠ ହୋଇପଡୁଛନ୍ତି। ଫଳରେ ଲୋକଙ୍କ ଆକ୍ରୋଶ ଓ ରୋଷ ଶେଷ ସୀମାରେ ପହଞ୍ଚତ୍ଛି। ରୋଷର ଶିକାର ହେଉଥିବା କର୍ମଚାରୀମାନେ ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକଙ୍କୁ କିପରି ବିଦ୍ୟୁତ୍‌ ସେବା ମିଳିପାରିବ ସେଥିପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବାବେଳେ ନାନା ଅବ୍ୟବସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଏପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri