ପ୍ରତିଶ୍ରୁତି କଥାରେ ଅଟକିଛି: ୨୩ ଦିନ ପରେ ବି ଖୋଲିଲାନି ଶିଶୁ ୱାର୍ଡ

ଚମ୍ପୁଆ, ୨୫ା୪(ଡି.ଏନ.ଏ.)-୨୦୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବା ପ୍ରଦାନରେ ପ୍ରମୁଖ ଭୂମିକା ନିଭାଉଥିବା ବେଳେ ଚିକିତ୍ସା ନଥିବା ଦେଖିବାକୁ ମଳୁଛି। ପୂର୍ବରୁ ଏହି ପ୍ରମୁଖ ସେବା ପାଇଁ ଗଣମାଧ୍ୟମରେ  ବାରମ୍ବାର ପ୍ରକାଶ ପରେ ଦାୟିତ୍ୱରେ ଥିବା ଚିକିତ୍ସା ଅଧିକାରୀ କର୍ଣ୍ଣରାମ ମହାନ୍ତ ଏହି ୱାର୍ଡକୁ ଏପ୍ରିଲ ୧ ତାରିଖରେ ଆନୁଷ୍ଠାନିକ ଭାବେ ଖୋଲାଯିବ ବୋଲି ପ୍ରକାଶ କରିଥିଲେ। କଥା କେବଳ କଥାରେ ରହିଗଲା ହେଲେ ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିଲା ନାହଁି।

ସୂଚନା ଯୋଗ୍ୟ କି ୪ବର୍ଷରୁ ଊର୍ଦ୍ଧ୍ୱ ହେବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଶିଶୁ ୱାର୍ଡ ନିର୍ମାଣ କରାଯାଇଥିଲା। ସ୍ବତନ୍ତ୍ର ୱାର୍ଡ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଶିଶୁ ମାନଙ୍କୁ ସାଧାରଣ ରୋଗୀଙ୍କ ସହ ରଖାଯାଇ ଚିକିତ୍ସା କରାଯାଉଛି। ଫଳରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି। ଏହି ଚିକିତ୍ସାଳୟକୁ ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ ଓ ଝାଡଖଣ୍ଡ ରାଜ୍ୟରୁ ଶହଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ମାତ୍ର ଶିଶୁ ୱାର୍ଡ ଅଭାବରୁ ରୋଗୀମାନେ କେନ୍ଦୁଝର ଚିକିତ୍ସାଳୟକୁ ପଳାଉଛନ୍ତି। ଶିଶୁ ୱାର୍ଡ ଖୋଲିବା ନେଇ ଶିଶୁ ଡାକ୍ତର ସୁନାରାମ ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶିଶୁ ୱାର୍ଡର ପରିଚାଳନା ପାଇଁ ଆବଶ୍ୟକ ଷ୍ଟାଫ୍‌, ଅକ୍ସିଜେନ, ସାଲାଇନ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଭାରପ୍ରାପ୍ତ ଏସ୍‌ଡିଏମ୍‌ଓଙ୍କୁ ଲିଖିତ ଆକାରରେ ସୂଚନା ଦିଆଯାଇଥିଲେ ମଧ୍ୟ ତାର ବ୍ୟବସ୍ଥା ହୋଇ ନଥିବାରୁ ରୋଗୀ ରଖି ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଭାରପ୍ରାପ୍ତ ଚିକତ୍ସା ଅଧିକାରୀ ମହାନ୍ତ ସଂପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରି ତୁରନ୍ତ ଶିଶୁ ୱାର୍ଡଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୂର୍ବଭଳି ପୁଣି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ତୁରନ୍ତ ଏହା କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri