ପ୍ରତିକୂଳ ପରିସ୍ଥିତିରେ ସତ୍ୟ ସାମ୍ନାକୁ ଆଣିଥାନ୍ତି ଖବରଦାତା

ପୁରୀ ଅଫିସ, ୧୬ା୧୧: ଖବରଦାତାମାନେ ହେଉଛନ୍ତି ସମାଜର ଦର୍ପଣ। ପ୍ରତିକୂଳ ପରିସ୍ଥିତିରେ ଏମାନେ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି। ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିବାରେ ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନେକ କ୍ଷେତ୍ରରେ ଏମାନଙ୍କୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଠିକଣା ଢଙ୍ଗରେ ଆଗେଇ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ହେଉଛି ଖବରଦାତାଙ୍କ ଧର୍ମ ବୋଲି ଶନିବାର ସଦ୍‌ଭାବନା ସଭାଗୃହରେ ପୁରୀ ଜିଲାସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନରେ ମତ ପ୍ରକାଶ ପାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ବଲୱନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ନିରପେକ୍ଷ ଖବର ପ୍ରସାରଣ ଓ ତଥ୍ୟ ଭିତ୍ତିକ ଉପସ୍ଥାପନା ହିଁ ସାମ୍ବାଦିକତାର ମୂଳମନ୍ତ୍ର ବୋଲି କହିଥିଲେ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ପୂର୍ବରୁ ସେ ସାମ୍ବାଦିକତାକୁ ଆପଣାଇ ଥିଲେ। ଏହା ନିଶ୍ଚିତ ଏକ କଷ୍ଟକର ବୃତ୍ତି, ଅନ୍ୟ ଅଧିକାରୀ ନ ଜାଣିଲେ ବି ସେ ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ଜିଲାପାଳ କହିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଡ. ଉମାଶଙ୍କର ଦାଶ ଯୋଗଦେଇ କହିଥିଲେ, ଖବରଦାତାଙ୍କ ହାତରେ ସବୁକିଛି ରହିଛି। କିନ୍ତୁ ସେମାନଙ୍କୁ ଖବର ପରିବେଷଣ ସମୟରେ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। କାରଣ କୌଣସି ସଂସ୍ଥାରେ ଜଣଙ୍କ ଭୁଲ୍‌ ପାଇଁ ବେଳେ ବେଳେ ଗୋଟିଏ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବଦ୍‌ନାମ ହେବାକୁ ପଡୁଛି। ଏପରି ହେଲେ ସମ୍ପୃକ୍ତ ବିଭାଗ କିମ୍ବା ସଂସ୍ଥା ଉପରୁ ଲୋକଙ୍କ ବିଶ୍ୱାସ କମିଯିବ। ବିଶ୍ଲେଷଣାତ୍ମକ ତଥ୍ୟକୁ ଆଧାର କରି ଖବର ପରିବେଷଣ କରାଗଲେ ଅନେକ ଲୁକ୍କାୟିତ ଖବର ସମସ୍ତଙ୍କ ନିକଟରେ ପହଞ୍ଚତ୍ ପାରିବ। ଏହି ଅବସରରେ ଖବରଦାତା ମଧୁସୂଦନ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଞ୍ଜୟ ମହାପାତ୍ର, ସୀମାଞ୍ଚଳ ପାଢୀ, ରୁଦ୍ରନାରାୟଣ ସିଂ, ସରୋଜ କୁମାର ମିଶ୍ର, ପ୍ରଭାତ ପାଣିଗ୍ରାହୀ, ନିରଞ୍ଜନ ମିଶ୍ର ବକ୍ତବ୍ୟ ରଖିଥିଲେ। ବକ୍ତୃତା ପ୍ରତିଯୋଗିତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅମ୍ରିତା କୁମାର ଅଗ୍ରୱାଲ ପ୍ରଥମ ଓ ସୁମିତ୍ରା ପାଣିଗ୍ରାହୀ ତୃତୀୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଶ୍ୱବନ୍ଦିତା ପ୍ରଧାନ ଦ୍ୱିତୀୟଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂ ସଭା କାର୍ଯ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri