ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ବର୍ତ୍ତମାନ ପ୍ରତ୍ୟେକ ସ୍କୁଲର ଗୋଟିଏ କ୍ଲାସ ପିଛା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ସଫଳ କରିବା ପାଇଁ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ସେହି ଅନୁଯାୟୀ ରାଜ୍ୟରେ ଚାଲିଥିବା ପାଖାପାଖି ୫୪ହଜାର ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୫,୮୦୦ ସରକାରୀ ବିଦ୍ୟାଳୟକୁ ଖୁବ୍‌ଶୀଘ୍ର ବନ୍ଦ କରିଦିଆଯିବ। ଯେଉଁସବୁ ବିଦ୍ୟାଳୟରେ ୨୦ଜଣରୁ କମ୍‌ ଛାତ୍ରୀଛାତ୍ର ପାଠ ପଢୁଛନ୍ତି ସେଗୁଡ଼ିକ ପ୍ରଥମେ ବନ୍ଦ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୧୦ଜଣରୁ କମ୍‌ ଛାତ୍ରୀଛାତ୍ର ପାଠ ପଢୁଥିବା ସ୍କୁଲଗୁଡିକ ବନ୍ଦ କରିଦେବା ଉପରେ ସରକାର ନିଷ୍ପତ୍ତି ନେଇଥିଲେ। ଏହିଭଳି ରାଜ୍ୟର ମୋଟ ୭୪୦ଟି ସ୍କୁଲକୁ ସରକାର ବନ୍ଦ କରି ସାରିଥିବା ଜଣାପଡିଛି। ଏହିସବୁ ବିଦ୍ୟାଳୟର ପିଲାମାନଙ୍କୁ ନିକଟସ୍ଥ ସ୍କୁଲରେ ମାଗଣାରେ ସରକାର ନାମ ଲେଖାଇବା ସହିତ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିଛନ୍ତି। ସେହି ଢାଞ୍ଚାରେ ବର୍ତ୍ତମାନ ୨୦ରୁ କମ୍‌ ପିଲା ପଢୁଥିବା ସ୍କୁଲ ବନ୍ଦ କରିଦେଇ ସେହି ଛାତ୍ରୀଛାତ୍ରମାନଙ୍କୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାର ବ୍ୟବସ୍ଥା କରାଯାଉଛି। ଏହାସହ ଯେଉଁ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମି ଠିକ୍‌ ଥିବ ସେଠାରେ ହିଁ ପିଲାଙ୍କ ନାମ ଲେଖାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲଗୁଡିକର ଶିକ୍ଷକମାନଙ୍କୁ ଯେଉଁ ବିଦ୍ୟାଳୟରେ ପିଲାମାନଙ୍କ ଅନୁପାତ ଠିକ୍‌ ଥାଇ ଶିକ୍ଷକମାନଙ୍କ ସଂଖ୍ୟା କମ୍‌ ଥିବ ସେଠାରେ ନିଯୁକ୍ତି ଦିଆଯିବ। ଅପରପକ୍ଷରେ ସବୁ ବିଦ୍ୟାଳୟରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଅନୁପାତ ଠିକ୍‌ ରଖାଯିବ ବୋଲି ଜଣାପଡିଛି। ଯେଉଁସବୁ ବିଦ୍ୟାଳୟ ବନ୍ଦ କରିଦିଆଯିବ ସେହିସବୁ ସ୍କୁଲ ଗୃହଗୁଡ଼ିକ ସରକାରଙ୍କ ପଞ୍ଚାୟତ ଅଧୀନକୁ ଯିବ। ବନ୍ଦ ହେବାକୁ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକର ସମ୍ପତ୍ତି ଉକ୍ତ ଗ୍ରାମପଞ୍ଚାୟତ ଅଧୀନରେ ରହିବ। ସେହିପରି ଉଚ୍ଚ ବିଦ୍ୟାଳୟଗୁଡିକର ସମ୍ପତ୍ତି ପଞ୍ଚାୟତ ସମିତି ଅଧୀନରେ ରଖାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଏହାଛଡ଼ା ୪୦ରୁ କମ୍‌ ପିଲା ପାଠ ପଢୁଥିବା ବିଦ୍ୟାଳୟଗୁଡିକୁ ମଧ୍ୟ ସରକାର ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ହେଲେ ସବୁ ସ୍ଥାନରେ ଏହା କାର୍ଯ୍ୟକାରୀ ହେବନାହିଁ। ଯେଉଁ ସ୍କୁଲ ବନ୍ଦ କରାଯିବ ତା’ର ନିକଟସ୍ଥ ୧ କି.ମି. ପରିଧି ମଧ୍ୟରେ ଯଦି କୌଣସି ସରକାରୀ ସ୍କୁଲ ଥିବ ତେବେ ସେଠାରେ ଉକ୍ତ ନିଷ୍ପତ୍ତି ଲାଗୁ କରାଯିବ। ଯଦି ୧ କି.ମି. ପରିଧି ମଧ୍ୟରେ କୌଣସି ସରକାରୀ ସ୍କୁଲ ନ ଥିବ ତେବେ ୪୦ରୁ କମ୍‌ ପିଲା ପଢୁଥିବା ବିଦ୍ୟାଳୟଗୁଡିକୁ ସରକାର ବନ୍ଦ କରିବେ ନାହିଁ। ସବୁ ଜିଲାର ଜିଲାପାଳଙ୍କ ଅଧୀନରେ ଜିଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ କମିଟି ରହିଛି, ସେମାନେ ହିଁ ଏହା ଉପରେ ନିଷ୍ପତ୍ତି ନେବେ। ସେହିଭଳି ସ୍କୁଲ ପାଖରେ ଯଦି ଜାତୀୟ ରାଜପଥ, ନଦୀ, ହ୍ରଦ, ପାହାଡ ଆଦି ରହିଥିବ ସେ ସ୍ଥାନରେ ସ୍କୁଲଗୁଡିକରେ କମ୍‌ ଉପସ୍ଥାନ ଥିଲେ କ’ଣ ହେବ ସେନେଇ ମଧ୍ୟ ଜିଲାପାଳଙ୍କ ଅଧୀନରେ ରହିଥିବା କମିଟି ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri