ପଞ୍ଚାୟତ ହାତରେ ଭିତ୍ତିଭୂମି ଦାୟିତ୍ୱ

ଭୁବନେଶ୍ୱର,୩ା୩(ବ୍ୟୁରୋ): ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର କୋଠା ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କରାଯିବ। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକର ଦାୟିତ୍ୱ ପଞ୍ଚାୟତ ନେଇଥିବା ବେଳେ, ହାଇସ୍କୁଲ ଦାୟିତ୍ୱ ପଞ୍ଚାୟତ ସମିତି(ବ୍ଲକ) ହାତରେ ରହିବ। ଅନୁରୂପଭାବେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟବହୃତ କୋଠାଗୁଡ଼ିକ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନକୁ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏପରି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଧାନସଭାର ବଜେଟ ଅଧିବେଶନ ଜାରି ରହିଥିବାରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇନାହିଁ।
ଅଧିକାରୀସ୍ତରୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜନସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି), ଉପଖଣ୍ଡରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର କୋଠାବାଡ଼ି ଇତ୍ୟାଦିର ରକ୍ଷଣାବେକ୍ଷଣ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନକୁ ଆସିଛି। ପିଏଚ୍‌ସି, ସିଏଚ୍‌ସି ଏବଂ ଏହା ଅଧୀନସ୍ଥ ଛୋଟ ଉପକେନ୍ଦ୍ରଗୁଡ଼ିକ ରକ୍ଷଣାବେକ୍ଷଣ ଗ୍ରାମ ପଞ୍ଚାୟତ ହାତରେ ନ୍ୟସ୍ତ ହୋଇଛି। ଅନୁରୂପଭାବେ ଉପଖଣ୍ଡୀୟ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଦାୟିତ୍ୱ ବ୍ଲକକୁ ପ୍ରଦାନ କରାଯାଇଛି। ଏନେଇ ଯୋଜନା ଓ ସଂଯୋଜନା ବିଭାଗରେ ଆବଶ୍ୟକ ଥିବା ଆଇନଗତ କ୍ଷମତା ହସ୍ତାନ୍ତର ପ୍ରକ୍ରିୟାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହିପରି ଭାବେ ମୋଟ ୮ଟି ପ୍ରସ୍ତାବକୁ ଗୃହୀତ କରାଯାଇଛି। ନିର୍ଦ୍ଦିଷ୍ଟଭାବେ ଦେଖିଲେ ଏହି କ୍ୟାବିନେଟ୍‌ ବୈଠକରେ ଜଳସମ୍ପଦ ବିଭାଗର ୫ଟି, ଯୋଜନା ଓ ସଂଯୋଜନା ବିଭାଗର ୨ଟି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଜଳସମ୍ପଦ ବିଭାଗୀୟ ମଞ୍ଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ହେଉଛି କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ରିହାବିଲିଟେଶନ ପ୍ରୋଗ୍ରାମ (ସିଏଲ୍‌ଏସ୍‌ଆରପି), ଡ୍ରେନେଜ ଉନ୍ନତୀକରଣ କାର୍ଯ୍ୟକ୍ରମ (ଡିଆଇପି), ଜଳ କ୍ଷେତ୍ରୀୟ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏସ୍‌ଆଇଡିପି), ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର ଏବଂ ଅଚଳ ଉଠାଜଳସେଚନ ପଏଣ୍ଟ (ଏଲ୍‌ଆଇପି)ଗୁଡ଼ିକର ପୁନରୁଦ୍ଧାର। ସେହିପରି ୬ କ୍ରମାଙ୍କରେ ଥିବା କାର୍ଯ୍ୟସୂଚୀରେ ବିଭିନ୍ନ ବିଭାଗର ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ହସ୍ତାନ୍ତର ହୋଇଥିଲା। ଏହାଦ୍ୱାରା ତୃଣମୂଳରେ ଥିବା ସ୍ଥାନୀୟ ସ୍ବାୟତ୍ତ ସଂସ୍ଥାକୁ ପୂର୍ବାପେକ୍ଷା ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଅନୁରୂପଭାବେ ରାଜ୍ୟରେ ଜାତୀୟ/ଆନ୍ତର୍ଜାତିକ ମାନର ବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟାନୁଷ୍ଠାନ ପ୍ରତିଷ୍ଠା ପାଇଁ ଅଣାଯାଇଥିବା ନୀତିଗତ ନିଷ୍ପତ୍ତି ଉପରେ କ୍ୟାବିନେଟ୍‌ ମୋହର ବାଜିଛି। ରାଜ୍ୟ ହଜ୍‌ କମିଟିର ଷ୍ଟାମ୍ପ ଡ୍ୟୁଟିକୁ ଛାଡ଼ କରିବା ପାଇଁ କ୍ୟାବିନେଟ ଅନୁମତି ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri