୨୪ ଘଣ୍ଟାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା

ଭୁବନେଶ୍ୱର,୩ା୩(ବ୍ୟୁରୋ): ଦୁଇ ଦଫାରେ ୬ମାସ କୋହଳ ହେବା ପରେ ରାଜ୍ୟରେ ରବିବାର ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ହେଲେ ସୋମବାର ଦ୍ୱିତୀୟ ଦିନରେ ଆଇନ ଖିଲାପକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା କଷିଛି ପୋଲିସ ଓ ପରିବହନ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରୁ ୨୪ ଘଣ୍ଟାରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବେପରୁଆ ଗାଡି ଚାଳକଙ୍କଠାରୁ ଆଦାୟ କରାଯାଇଛି। ସମ୍ବଲପୁରରେ ଜଣେ ନାବାଳକ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ। ଏନେଇ ତାଙ୍କ ବାପାଙ୍କଠାରୁ ୪୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଭୁବନେଶ୍ୱରରେ ୨ଟି ଘରୋଇ ଶିକ୍ଷାନୁଷ୍ଠାନର ବସ୍‌ ଉପରେ ୫୧ ହଜାର ୫ଶହ ଜରିମାନା କରାଯାଇଛି। ଏହାସହ ଏକ ସ୍କୁଲ ଭ୍ୟାନଠାରୁ ୩୭ ହଜାର ଏବଂ ସ୍କୁଲ ପିଲାଙ୍କୁ ବୋହି ନେଉଥିବା ଟାଟା ମ୍ୟାଜିକକୁ ଜବତ କରାଯାଇ ୨୨ ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି। ବରଗଡ଼ରେ ଜଣେ ମଦ୍ୟପ ଡ୍ରାଇଭର ଧରାପଡି ୧୦ ହଜାର ଟଙ୍କା ଗଣିଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩ ହଜାର ୮୭୦ ଜଣଙ୍କୁ ଚାଲାଣ କଟାଯାଇଛି। ବାଇକରେ ୩ଜଣ ଯାଉଥିବାବେଳେ ୧୨୬ ଜଣ ଧରାପଡିଛନ୍ତି। ମୋବାଇଲ ଫୋନରେ କଥାହୋଇ ଗାଡି ଚଳାଉଥିବାବେଳେ ୪୮ ଜଣ, ବିନା ହେଲମେଟ୍‌ରେ ୧୮୩୧ ଜଣ, ଦ୍ରୁତ ଗାଡ଼ିଚାଳନା ପାଇଁ ୨୭୭ ଜଣ, ମଦ ପିଇ ଗାଡି ଚଳାଉଥିବା ୨୪ ଜଣ, ବିନା ସିଟ୍‌ବେଲ୍ଡରେ ଗାଡି ଚଳାଉଥିବା ୩୪୯ ଜଣଙ୍କୁ ଜରିମାନା କରାଯାଇଛି। ପରିବହନ ବିଭାଗ ୧,୭୫୮ଜଣଙ୍କଠାରୁ ୮୮ ଲକ୍ଷ ଆଦାୟ କରିଥିବାବେଳେ ପୋଲିସ ୨,୧୧୨ ଜଣଙ୍କଠାରୁ ୧୮ ଲକ୍ଷ ଆଦାୟ କରିଛି।

ସେହିଭଳି ସୋମବାର ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଯାଞ୍ଚ କରାଯାଇ ୪୫ଟି ଚାଲାଣ କଟାଯାଇଛି, ଯାହାର ପରିମାଣ ହେଉଛି ୨ଲକ୍ଷ ୧୫ ହଜାର ଟଙ୍କା। ସେହିପରି ଆରଟିଓ-୧ ପକ୍ଷରୁ ୬୦ ଚାଲାଣ କଟାଯାଇଥିବାବେଳେ ଅଢେଇ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri