ପ୍ରକ୍ରିୟାକୃତ ଖାଦ୍ୟ: ନୀରବ ଘାତକ

ବିଚିତ୍ର ବିଶ୍ୱାଳ

ଦୀର୍ଘଦିନ ହେବ ସମସ୍ତ ପ୍ରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଚାଷୀମାନେ ଦାବି କରିଆସୁଛନ୍ତି। ଦେଶର ରାଜଧାନୀ ନିକଟରେ ସଂପ୍ରତି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଯେତେବେଳେ ବି ଚାଷୀମାନେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ପାଇଁ ଦାବି କରିଛନ୍ତି, ସେତେବେଳେ କେତେକ ବୁଦ୍ଧିଜୀବୀ ଦେଶର ଅର୍ଥନୀତି ଉପରେ ଏହାର କୁପ୍ରଭାବକୁ ଦର୍ଶାଇ ଚାଷୀମାନଙ୍କ ଦାବିକୁ ବିରୋଧ କରିବାକୁ ଆଗେଇଆସନ୍ତି। ଅନ୍ୟପକ୍ଷରେ ବୁଦ୍ଧିଜୀବୀ ଓ ଖାଉଟିମାନେ ମଧ୍ୟ ଯୁକ୍ତିକରନ୍ତି ଯେ, ଚାଷୀମାନେ ଉପତ୍ାଦନ କରୁଥିବା ନିମ୍ନମାନର ଉପତ୍ାଦ ପାଇଁ ସରକାର ଅଧିକ ମୂଲ୍ୟ ଦେବେ କାହଁିକି! କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ, କୃଷିଜାତ ଦ୍ରବ୍ୟର ଗୁଣବତ୍ତାକୁ ଦେଖି ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥାଏ। ଏତଦ୍‌ବ୍ୟତୀତ ଚାଷୀମାନଙ୍କର ଉପତ୍ାଦକୁ ନିମ୍ନମାନର ଅଭିଯୋଗକରି ତାଙ୍କ ଦାବିକୁ ଅଣଦେଖା କରାଯାଉଥିବାବେଳେ ବଜାରରେ ବିକ୍ରି ହେଉଥିବା ପ୍ରକ୍ରିୟାକୃତ ପ୍ୟାକେଟ୍‌ ଖାଦ୍ୟର ଗୁଣବତ୍ତା ବିଷୟରେ କେବେ ଚିନ୍ତା କରାଯାଉଛି କି? ଖାଉଟିମାନେ ଅଧିକ ଟଙ୍କା ଦେଇ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ନିମ୍ନମାନର ଖାଦ୍ୟ କ୍ରୟ କରୁଛନ୍ତି। ଦୁର୍ଭାଗ୍ୟର ବିଷୟ , ଖାଉଟିମାନେ ଏହି ପ୍ରକ୍ରିୟାକୃତ ଖାଦ୍ୟକୁ ଗର୍ବର ସହିତ ସର୍ବସମ୍ମୁଖରେ ପ୍ରକାଶ କରୁଥିବାବେଳେ ଚାଷୀଙ୍କର ଉପତ୍ାଦକୁ ନିମ୍ନମାନର ବୋଲି ଅଭିଯୋଗ କରୁଛନ୍ତି। ଖାଉଟିମାନେ ଚକଚକିଆ ପ୍ୟାକେଟ୍‌ରେ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ବିଷ କ୍ରୟ କରୁଛନ୍ତି, ଯାହା ମଣିଷ ଶରୀର ମଧ୍ୟକୁ ବିଭିନ୍ନ ପ୍ରକାର ମାରାତ୍ମକ ରାସାୟନିକ ପ୍ରବେଶ କରାଉଛି ଓ ପ୍ରକାରାନ୍ତରେ ଅନେକ ରୋଗର କାରଣ ସାଜୁଛି।
ଓପନ୍‌ ଆକ୍ସେସ୍‌ ଟ୍ରାନ୍ସଡିସିପ୍ଲିନାରି ଜର୍ନାଲରେ ଡିସେମ୍ବର ୨୦୨୩ରେ ଜଗତୀକରଣ ଓ ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ, ସୁପରମାର୍କେଟ୍‌ ତଥା ମଲ୍‌ର ଚକଚକିଆ ପ୍ୟାକେଟ୍‌ରେ ଖାଉଟିମାନେ ଯେଉଁ ଖାଦ୍ୟ କିଣି ଖାଉଛନ୍ତି ସେଥିରୁ ଅଧାରୁ ଅଧିକ ଅତ୍ୟନ୍ତ ନିମ୍ନମାନର ଓ ସ୍ବାସ୍ଥ୍ୟ ଅନୁପଯୋଗୀ। ସେହିସବୁ ଖାଦ୍ୟ ଖାଉଟିମାନଙ୍କ ପାଇଁ ନୀରବ ଘାତକ ସାଜୁଛି। ଏହି ଅଧ୍ୟୟନ ବିଶ୍ୱର ୨୦ଟି ବଡ଼ ବଡ଼ କମ୍ପାନୀର ୧୨୯୪ ବ୍ରାଣ୍ଡ୍‌ର ୩୫,୫୫୦ଟି ପ୍ରକ୍ରିୟାକୃତ ଖାଦ୍ୟକୁ ନେଇ ହୋଇଥିଲା। ଆମେରିକା, ଇଂଲଣ୍ଡ, ଚାଇନା, ଭାରତ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍‌ ଓ ଅଷ୍ଟ୍ରେଲିଆ ଆଦି ସାତୋଟି ଦେଶରେ ବ୍ୟବସାୟରେ ଲିପ୍ତ ଥିବା କମ୍ପାନୀ ଓ ସେମାନଙ୍କ ଉପତ୍ାଦକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଆମେ ଜାଣିଛେ, ଏହି ଦେଶଗୁଡ଼ିକ ଖାଦ୍ୟର ଗୁଣବତ୍ତାକୁ ନେଇ ନିଶ୍ଚିତ ଭାବେ ଚିନ୍ତାଶୀଳ। କିନ୍ତୁ ଏହି ଅଧ୍ୟୟନରୁ ଯାହା ମିଳିଥିଲା ତାହା ପ୍ରକ୍ରିୟାକୃତ ଖାଦ୍ୟର ଅସଲ ଚେହେରାକୁ ପଦାରେ ପକାଇଦେଇଛି। ଏହି ୨୦ଟି କମ୍ପାନୀଙ୍କର ୨୦୨୨ରେ ଖୁଚୁରା ବ୍ୟବସାୟର ପରିମାଣ ଥିଲା ୭.୭ ବିଲିୟନ ଡଲାର। ଏହି ୩୫,୫୫୦ଟି ପ୍ରକ୍ରିୟାକୃତ ଖାଦ୍ୟ ମଧ୍ୟରୁ ୮୯% ଖାଦ୍ୟ ଅସ୍ବାସ୍ଥ୍ୟକର ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏହିସବୁ ଦେଶର ସଚେତନ ନାଗରିକମାନେ ଯେତେବେଳେ ଚାଷୀଙ୍କ ଉପତ୍ାଦକୁ ନିମ୍ନମାନର କହି ନାକ ଟେକୁଛନ୍ତି ବା ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବାକୁ ବିରୋଧ କରୁଛନ୍ତି, ସେତେବେଳେ ସେମାନେ ସୁପରମାର୍କେଟ୍‌ରୁ କିପରି ଏତେ ପରିମାଣର ଅସ୍ବାସ୍ଥ୍ୟକର ପ୍ରକ୍ରିୟାକୃତ ଖାଦ୍ୟ କିଣୁଛନ୍ତି! କିନ୍ତୁ ଆମେ ବାରମ୍ବାର ଭୁଲିଯାଉଛେ ଯେ ଚିକ୍‌ଚିକ୍‌ କରୁଥିବା ସବୁ ଜିନିଷ ସୁନା ନୁହେଁ। ଅଧିକାଂଶ ଅସ୍ବାସ୍ଥ୍ୟକର ପ୍ରକ୍ର୍ରିୟାକୃତ ଖାଦ୍ୟ ମୁଖ୍ୟତଃ ମୃଦୁପାନୀୟ, ସ୍ନାକ୍‌ସ ଓ କେକ୍‌ଶ୍ରେଣୀୟ ବୋଲି ଜଣାପଡ଼ିଛି। ମୋଡେଲେଜ୍‌, ମାର୍ସ ଓ ପେପ୍ସିକୋ କମ୍ପାନୀର ମାତ୍ର ୫%ରୁ କମ୍‌ ଖାଦ୍ୟ ସ୍ବାସ୍ଥ୍ୟକର ଶ୍ରେଣୀରେ ଆସିଥିବା ବେଳେ ରେଡ୍‌ବୁଲ୍‌ ଓ ଫେରେରୋ ଆଦି କମ୍ପାନୀ ବିକ୍ରି କରୁଥିବା ସମସ୍ତ ପ୍ରକାର ପ୍ରକ୍ରିୟାକୃତ ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଜଣାପଡ଼ିଛି। ଅଧ୍ୟୟନ କରାଯାଇଥିବା ପ୍ରତ୍ୟେକ କମ୍ପାନୀର ବଜାରରେ ବିକ୍ରି ହେଉଥିବା ୫୦%ରୁ ଅଧିକ ଖାଦ୍ୟ ଅସ୍ବାସ୍ଥ୍ୟକର ବୋଲି ଜଣାପଡ଼ିଛି।
ଜାତିସଂଘର ଫୁଡ୍‌ ଆଣ୍ଡ ଏଗ୍ରିକଲ୍ଚର ଅର୍ଗାନାଇଜେଶନ ଅନୁସାରେ, ଭାରତରେ ୭୪% ଲୋକ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହା ସତ୍ୟ ଯେ ଯେଉଁମାନେ ଆର୍ଥିକ ଭାବେ ସ୍ବାସ୍ଥ୍ୟପ୍ରଦ ଆହାର ଖାଇବାକୁ ସକ୍ଷମ ସେମାନେ ବି ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇପାରୁନାହାନ୍ତି। ଏହାର କାରଣ ହେଉଛି ବଜାରରେ ମିଳୁଥିବା ଭଳିକି ଭଳି ପ୍ରକ୍ରିୟାକୃତ ଖାଦ୍ୟ, ଯାହାକୁ ଉଚ୍ଚବର୍ଗ ଓ ଧନୀ ଲୋକମାନେ ଗର୍ବର ସହିତ କିଣି ଖାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ‘ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ଆୟୋଗ’ ପ୍ରକ୍ରିୟାକୃତ ଖାଦ୍ୟର ଗୁଣବତ୍ତାକୁ ନେଇ ସମ୍ପୂର୍ଣ୍ଣ ନୀରବ। ବଜାରରେ ଶହ ଶହ ପ୍ରକାରର ଅସ୍ବାସ୍ଥ୍ୟକର ପ୍ରକ୍ରିୟାକୃତ ଖାଦ୍ୟ ବିକ୍ରି ହେଉଥିବା ବେଳେ ସରକାରଙ୍କର ଏହି ବିଭାଗ କିଛି ପଦକ୍ଷେପ ନ ନେବା ବାସ୍ତବିକ୍‌ ଚିନ୍ତାର ବିଷୟ। ତା’ଛଡ଼ା ଏସବୁ ଖାଦ୍ୟ ସୁପରମାର୍କେଟ୍‌, ମଲ୍‌ରେ ବିକ୍ରି ହେଉଛି। ପ୍ରତିଷ୍ଠିତ ତାରକାମାନେ ଏହାର ବିଜ୍ଞାପନ କରୁଛନ୍ତି। ଉଠା ଦୋକାନୀମାନଙ୍କ କ୍ଷେତ୍ରରେ ଖାଦ୍ୟର ମାନକୁ ନେଇ ସରକାର ଭିଡ଼ିଯାଉଥିବାବେଳେ ପ୍ରକ୍ରିୟାକୃତ ଖାଦ୍ୟ ବେଳକୁ ସେପରି କଡ଼ାକଡ଼ି ନିୟମ ପାଳନ କରାଯାଉନାହିଁ କାହଁିକି?
ଆମ ଦେଶରେ ଯେତେବେଳେ ବି ଚାଷୀମାନଙ୍କ ଉନ୍ନତି ପାଇଁ କଥା ଉଠେ, ପ୍ରଥମେ ଅତି ସହଜ ଓ ସରଳ ସମାଧାନ ବତେଇ ଦିଆଯାଏ ଯେ, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ହେଲେ ଚାଷୀମାନେ ଲାଭବାନ୍‌ ହେବେ। ଏଥିପାଇଁ ସରକାର ମଧ୍ୟ ବଜେଟରେ ହଜାର ହଜାର କୋଟି ଟଙ୍କା ବରାଦ କରୁଛନ୍ତି। କିନ୍ତୁ ଖାଉଟିମାନଙ୍କର ସ୍ବାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ, ତା’ର ଆଲୋଚନା ଖୁବ୍‌ କମ୍‌ ହୁଏ। ଚାଷୀମାନଙ୍କୁ ତାଙ୍କ ଉପତ୍ାଦ ପାଇଁ ଉଚିତ୍‌ ମୂଲ୍ୟ ନ ଦେଇ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଶିଳ୍ପ ପାଇଁ ସରକାର ଅଧିକ ଦରଦ ଦେଖାନ୍ତି। କାରଣ ଏଥିରେ ସିଧାସଳଖ ବୃହତ୍‌ କମ୍ପାନୀଗୁଡ଼ିକର ସଂଶ୍ଳିଷ୍ଟ ହେବ। ବଡ଼ ବଡ଼ କମ୍ପାନୀସବୁ ସଂଶ୍ଳିଷ୍ଟ ହେଲେ ସରକାରଙ୍କର ତଥା ସରକାରରେ ଥିବା ଦଳର କ’ଣ ଲାଭ ହେବ ତାହା ବର୍ତ୍ତମାନ ସମୟରେ କହିବା ନିଷ୍ପ୍ରୟୋଜନ। ପି.ଏମ୍‌. କିଷାନ ସମ୍ପଦ ଯୋଜନା ଅଧୀନରେ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଚଳିତବର୍ଷ ୪୬୦୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି। ଏହାଦ୍ୱାରା ଚାଷୀଙ୍କ ଅପେକ୍ଷା ଯେ କମ୍ପାନୀମାନଙ୍କର ଅଧିକ ଲାଭ ହେବ, ଏଥିରେ ସନ୍ଦେହ ନାହଁି।
ପ୍ରକ୍ରିୟାକୃତ ଖାଦ୍ୟ ଯୋଗୁ ସ୍ବାସ୍ଥ୍ୟହାନି ତଥା କ୍ୟାନ୍‌ସର ସମେତ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବାର ଚର୍ଚ୍ଚା ସାରା ବିଶ୍ୱରେ ବ୍ୟାପକ ହେଉଥିବାବେଳେ ଆମ ଦେଶରେ ଚାଷୀଙ୍କ ବିକାଶ ପାଇଁ ପ୍ରକ୍ରିୟାକରଣ ଶିଳ୍ପକୁ ହଁି ଏକମାତ୍ର ଉପାୟ ଭାବେ ପ୍ରକାଶ କରାଯାଉଛି। ୨୦୧୮ରେ ଫ୍ରାନ୍‌ସର ନ୍ୟୁଟ୍ରିନେଟ୍‌ସାଣ୍ଟେର ଅଧ୍ୟୟନ ଅନୁସାରେ, ବର୍ତ୍ତମାନ ତୁଳନାରେ ମଣିଷର ଖାଦ୍ୟରେ ଯଦି ଆଉ ୧୦% ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଯୋଗହୁଏ ତେବେ ବର୍ତ୍ତମାନର କ୍ୟାନ୍‌ସର ରୋଗ ପରିମାଣରେ ଆଉ ୧୦% ଅଧିକ ହେବାର ସମ୍ଭାବନା ରହିଛି। ତେଣୁ ଲୋକମାନେ ପ୍ରକ୍ରିୟାକୃତ ଖାଦ୍ୟ ନାମରେ ବିଷ ଖାଇବା ବନ୍ଦ କରିବାର ସମୟ ଆସିଛି। ଅନ୍ୟପକ୍ଷରେ ଚାଷୀମାନଙ୍କର ଉପତ୍ାଦକୁ ଆଖିବୁଜି ନିମ୍ନମାନର ନ କହି ସେମାନଙ୍କ ଶ୍ରମକୁ ସମ୍ମାନ ଦେବାକୁ ହେବ। ଅନ୍ନଦାତାମାନଙ୍କର ବିକାଶ ଉପରେ ହଁି ଖାଉଟିଙ୍କର ବିକାଶ ଓ ସ୍ବାସ୍ଥ୍ୟପ୍ରଦ ଜୀବନ ନିର୍ଭରକରେ। ତେଣୁ ସେମାନଙ୍କ ସ୍ବର ସହିତ ଖାଉଟିମାନଙ୍କୁ ମଧ୍ୟ ସ୍ବର ମିଶାଇବାର ଆବଶ୍ୟକତା ରହିଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର,
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri