ପୋଷଣ ପାଇଁ ‘ସୋପାନ’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର,୯।୩(ବ୍ୟୁରୋ): ମହିଳା ଏବଂ ଶିଶୁଙ୍କ ପୋଷଣଗତ ବିକାଶକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି। ନିକଟରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବତନ୍ତ୍ର ପୋଷଣ ବଜେଟ୍‌ ଆଗତ କରିଛନ୍ତି। ପୋଷଣ କାର୍ଯ୍ୟକ୍ରମଜନିତ ଲକ୍ଷ୍ୟ ହାସଲ ପାଇଁ ଷ୍ଟ୍ରାଟେଜି ଫର୍‌ ଓଡ଼ିଆସ୍‌ ପାଥ୍‌ ୱେ ଟୁ ଆସଲେରେଟେଡ୍‌ ନ୍ୟୁଟ୍ରିଶନ୍‌ (ଏସ୍‌ଓପିଏଏନ୍‌- ସୋପାନ) ଯୋଜନାର ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ୨୨ ଜିଲାରେ ଥିବା ୧୨୫ ବ୍ଲକକୁ ଏକକ ଭାବେ ଧରାଯାଇଛି। ଏହି ସବୁ ଅଞ୍ଚଳରେ ୬ ବର୍ଷରୁ କମ୍‌ ଶିଶୁ, କିଶୋରୀ ବାଳିକା ଓ ଗର୍ଭବତୀ ଏବଂ ପ୍ରସୂତି ଉପକୃତ ହେବେ।
ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକା ଓ ଗର୍ଭବତୀ ମହିଳାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅତିରିକ୍ତ ଗରମ ଖାଦ୍ୟ ବ୍ୟବସ୍ଥା କରାଯିବ। ୩ ବର୍ଷରୁ କମ୍‌ ପିଲାଙ୍କ ପୁଷ୍ଟି ପରିଚାଳନା, ଅତିଶୟ ପୁଷ୍ଟିହୀନତା ପାଇଁ ସ୍ବତନ୍ତ୍ର ଗୋଷ୍ଠୀଗତ ପଦକ୍ଷେପ, ଅପହଞ୍ଚ ଇଲାକାରେ ପଡ଼ାପୁଷ୍ଟି କାର୍ଯ୍ୟକ୍ରମ, ଘର ଖାଦ୍ୟକୁ ଅଧିକ ଭିଟାମିନ୍‌ ଓ ପୁଷ୍ଟିକର କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ସେହିଭଳି ଅର୍ଦ୍ଧବାର୍ଷିକ ଓଜନ ଦିବସରେ ପ୍ରତ୍ୟେକ ଶିଶୁଙ୍କର ଓଜନ ସହ ଦୃଷ୍ଟିହୀନ ଶିଶୁଙ୍କ ଉପରେ ପ୍ରତ୍ୟକ୍ଷ ନଜର ରଖାଯିବ। ଅପହଞ୍ଚ ଇଲାକାରେ ପୁଷ୍ଟିସଖୀ ନାମରେ ଗୋଷ୍ଠୀଗତ ମାନବ ସମ୍ବଳ ମୁତୟନ କରାଯିବ। ଅନୁରୂପ ଭାବେ ପୁଷ୍ଟିସାଧନରେ ପଞ୍ଚାୟତକୁ ସାମିଲ କରି ଉନ୍ନତ ପଞ୍ଚାୟତଗୁଡ଼ିକୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମର ପରିଚାଳନା କରୁଥିବା ଅଙ୍ଗନୱାଡି କର୍ମୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ପ୍ରଶିକ୍ଷଣ, ୩୬୦ ଡିଗ୍ରୀର ପୁଷ୍ଟି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, ପୁରୁଷମାନଙ୍କୁ ନିୟୋଜିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ସେହିପରି ଆର୍ଥିକ ଦୃଷ୍ଟିକୋଣରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଡିଏମ୍‌ଏଫ୍‌, ଓମ୍‌ବାଡାକ୍‌ ସହ ସମନ୍ବୟ ରଖାଯିବ। ଜିଓ ଟ୍ୟାଗିଂ ଏବଂ ଏ ସମ୍ପର୍କିତ ଆପ୍‌ର ବ୍ୟବହାର, ପୁଷ୍ଟି ସମ୍ପର୍କିତ ଗବେଷଣା ଓ ପରିସଂଖ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମକୁ ଅଧିକ ସଫଳ କରିବା ପାଇଁ ବିଭିନ୍ନ ସଂସ୍ଥାର ସହଭାଗିତା ନିଆଯାଇଛି। ଏହି ସଂସ୍ଥାଗୁଡିକ ହେଉଛି- ଅଜିମ୍‌ ପ୍ରେମ୍‌ଜୀ ଫିଲାନଥ୍ରୋପିକ୍‌ ଇନିସିଏଟିଭ୍‌ (ଏପିପିଆଇ), ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏଫ୍‌ଟିଆର୍‌ଆଇ), ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର ନ୍ୟୁଟ୍ରିଶନ୍‌ (ଏନ୍‌ଆଇଏନ୍‌), ୱାଲର୍‌ଡ ଫିଶ୍‌, ୱାଲର୍‌ଡ ଫୁଡ୍‌ ପ୍ରେଗ୍ରାମ (ଡବ୍ଲ୍ୟୁଏଫ୍‌ପି), ୟୁନିସେଫ୍‌ ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି ସରକାରଙ୍କ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri